କଠୋର ମନ ପଛରେ ରହିଥିଲା ଏକ କୋମଳ ହୃଦୟ , ରୋଗରେ ପୀ-ଡିତ ସଞ୍ଜୟଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେ ନିଶା ମହାରଣା

ଯାହାଙ୍କୁ ଅନେକ ବର୍ତ୍ତମାନ ସମୟରେ ଚର୍ଚ୍ଚା , ଯାହାଙ୍କୁ ନେଇ ବର୍ତ୍ତମାନ ଏତେ ଆଲୋଚନା । ସେ ଆଉ କେହି ନୁହଁନ୍ତୁ , ସେ ହେଉଛନ୍ତି ନିଶା ମହାରଣା । ଯିଏ କିଛି ଦିନ ପୂର୍ବରୁ ନିଜକୁ ଓଡ଼ିଶାର ସନୀ ଲିଓନୀ ବୋଲି କହି ପକାଇ ଥିଲେ । ଯାହା ପରେ ଲୋକଙ୍କ ପାଟିରେ କେବଳ ଗୋଟିଏ ନାମ ଆଉ ତାହା ହେଉଛି ନିଶା ।

ନିଜର ଏପରି କଥାବାର୍ତା ପାଇଁ ବର୍ତ୍ତମାନ ସମୟରେ ଟ୍ରୋଲର ଶି-କାର ହେଉଛନ୍ତି ନିଶା ମହାରଣା । ତେବେ କିଛି କଥାକୁ ଅଣଦେଖା କରି ଆଗକୁ ଆଗେଇ ଆସିଛନ୍ତି ନିଶା ମହାରଣା । ବର୍ତ୍ତମାନ ନିଜର ଏପରି କିଛି କାମକୁ ନେଇ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି ନିଶା ମହାରଣା । ଜଣେ ଅସହାୟ ମଣିଷକୁ ସାହାଯ୍ୟ କରିବା ପାଇଁ ଆଗକୁ ଦୁଇ ପାଦ ପକାଇଛନ୍ତି ନିଶା ।

ତେବେ କେନ୍ଦ୍ରାପଡ଼ା ଜିଲ୍ଲାର ସଞ୍ଜୟ ସ୍ୱାଇଁ ନାମକ ଜଣେ ବ୍ୟକ୍ତି କିଡନୀ ରୋଗରେ ପୀ-ଡିତ ଅଛନ୍ତି । ଆଉ ସେଥିପାଇଁ ତାଙ୍କର ଗୋଟିଏ କିଡନୀ ଟ୍ରାନ୍ସପ୍ଲାଣ୍ଟ କରିବାକୁ ପଡ଼ିବ । ବର୍ତ୍ତମାନ ସମୟରେ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ କରିବାକୁ ପ୍ରାୟ ୧୨ ରୁ ୧୫ ଲକ୍ଷ ଟଙ୍କା ପଡ଼ିବ । ଆଉ ଏତେ ଟଙ୍କା ସଞ୍ଜୟଙ୍କ ପାଖରେ ନାହିଁ କି ତାଙ୍କ ପରିବାର ଏତେ ଧନୀ ନୁହେଁ ।

ତେଣୁ ବର୍ତ୍ତମାନ ସମୟରେ ପୁରାପୁରି ଭାଙ୍ଗି ପଡିଛନ୍ତି ସଞ୍ଜୟଙ୍କ ପରିବାର । କଣ କରିବେ ଆଉ କାହା ପାଖକୁ ସାହାଯ୍ୟ ମାଗିବା ପାଇଁ ଯିବେ ଜାଣି ପାରୁ ନାହାଁନ୍ତି । ଅନ୍ୟ ଏକ ଖୁସିର ବିଷୟ ବସ୍ତୁ ଏହା କି , ସଞ୍ଜୟଙ୍କ ପାଇଁ ଗୋଟିଏ କିଡନୀ ତାଙ୍କ ସ୍ତ୍ରୀ ଭାଗ୍ୟଶ୍ରୀ ଦେବେ , ଯାହା ପୁରାପୁରି ସଞ୍ଜୟଙ୍କ ସହିତ ମିଶି ଯାଉଛି । ତେବେ ସେହି କଥାକୁ କାହାରି କିଛି ସମସ୍ୟା ନଥିବା ବେଳେ ଟଙ୍କା ପାଇଁ ସମସ୍ତେ ଭାଙ୍ଗି ପଡିଛନ୍ତି ।

ଅନ୍ୟ ପକ୍ଷରେ ସଞ୍ଜୟ ପୁରାପୁରି ଏକା ନୁହଁନ୍ତି , ତାଙ୍କ ସହିତ ତାଙ୍କ ଗାଁ ଆଉ ସାହି ପଡିଶା ମଧ୍ୟ ଛିଡା ହୋଇଛନ୍ତି । ତାଙ୍କ ସରପଞ୍ଚ ମଧ୍ୟ ଭାଗ୍ୟଶ୍ରୀ ସହିତ ମିଶି ଗାଆଁ ଗାଆଁ ବୁଲି ସାହାଯ୍ୟ ମାଗିବାର ଏକ ବିରଳ ଦୃ-ଶ୍ୟ ଆଉ କିଛି ଦିନ ଆଗରୁ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ସମୟରେ ଏତେ ଟଙ୍କା ଯୋଗାଡ ହୋଇ ପାରି ନାହିଁ । ଆହୁରି ଏତେ ଟଙ୍କା ବାକି ରହିଲାନି ।

ଯାହାକୁ ଯୋଗାଡ କରିବା ଏତେ ସହଜ ମଧ୍ୟ ନୁହେଁ । ତେବେ ତାକୁ ସଂଗ୍ରହ କରିବା ପାଇଁ ସମସ୍ତେ ଲାଗି ପଡିଛନ୍ତି । ତେବେ ଏସବୁ ମଧ୍ୟରେ ଏକ ଖୁସି ଖବର ନେଇ ପହଞ୍ଚି ଥିଲେ ସୋସିଆଲ ମିଡିଆର ଚର୍ଚ୍ଚିତ ଚେହେରା ତଥା ନିଜକୁ ସନୀ ଲିଓନୀ ବୋଲି କହୁଥିବା ନିଶା ମହାରଣା। ସେ ସଞ୍ଜୟଙ୍କୁ ସାହାଯ୍ୟର ହାତ ବଢ଼ାଇ ଥିଲେ ।

ସେ ସବୁବେଳେ ସଞ୍ଜୟଙ୍କୁ ସାହାଯ୍ୟ କରିବା କଥା କହିଥିଲେ ଆଉ ବର୍ତ୍ତମାନ ଟ୍ରାନ୍ସପ୍ଲାଣ୍ଟ ସମୟରେ ଯେତେ ଟଙ୍କା ଦରକାର ପଡିବ , ସେ ଯେତେ ପାରିବେ ସେତିକି ଦେବେ ବୋଲି କହିଥିଲେ । ତେଣୁ ବର୍ତ୍ତମାନ ସମୟରେ ତାଙ୍କର ଏପରି କାର୍ଯ୍ୟ ପାଇଁ ତାଙ୍କୁ ଅନେକ ପ୍ରଶଂସା କରାଯାଉଛି ।

ଏତେ କଠୋର ଦେଖା ଯାଉଥିବା କଥାବାର୍ତା ତଳେ ଏତେ ନରମ ହୃଦୟ ଥିଲା ବୋଲି କେହି ଜାଣି ନଥିଲେ ଆଉ କାଲି ସେ ତାହା ସମସ୍ତଙ୍କୁ ଦେଖାଇଛନ୍ତି । ତେବେ ବର୍ତ୍ତମାନ ସଞ୍ଜୟଙ୍କ ଅପରେସନ ପାଇଁ ଆଉ କିଛି ଦିନ ବାକି ରହିଛି । ସମସ୍ତେ ଅନେକ ଆଶା ନେଇ ବସିଛନ୍ତି । ତେଣୁ ଯଦି କେହି ସହୃଦୟ ବ୍ୟକ୍ତି ସଞ୍ଜୟଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଥିବେ , ତେବେ ତାଙ୍କୁ ନିଶ୍ଚିତ ସାହାଯ୍ୟ କରନ୍ତୁ । ଯାହା ଫଳରେ ଜଣେ ମଣିଷର ଜୀବନ ବଞ୍ଚିଯିବ ।

Leave a Reply

Your email address will not be published. Required fields are marked *