ନୂଆ ରୂପରେ କିଶୋର ମଟନ , ୧୮୦ ଟଙ୍କାରୁ ଖସି ମଟନ ଦାମ୍ ହେଲା ୧୫୦

kishore mutton

ସମସ୍ତଙ୍କ ପ୍ରିୟ କିଶୋର ମଟନ । ସମସ୍ତଙ୍କ ମୁହଁରେ ତାହାର ନାମ । ଯିଏ ଥରେ ଖାଇଛି ସେ ହିଁ କେବଳ ଜାଣିଛି ତାର ଟେଷ୍ଟ । ଥରେ ଖାଇଲେ ପାଟିରୁ ତାର ଟେଷ୍ଟ ଛାଡି ନଥାଏ । ଆଉ ଥରେ ଖାଇବାକୁ ମନ କରିଥାଏ ଆଉ ତାକୁ ଦେଖିବା ପରେ ପାଟିରୁ ଲାଳ ପୁରା ଅଲଗା ପ୍ରକାର ବାହାରି ଥାଏ ।

ଲୋକ ସେହି ମଟନ ପାଖକୁ ଗଲେ ତାର ଦାମ୍ ପଚାରିବା ଭୁଲି ଯାଇଥାନ୍ତି ଆଉ ତାକୁ ଖାଇବାକୁ ଲାଗି ପଡିଥାନ୍ତି। ଆଉ ଖାଇ ସାରିବା ପରେ ଯେଉଁ ଟେଷ୍ଟ , ତା କଥା କହିବା ଏତେ ସହଜ ନୁହେଁ । ଲୋକ ମନ ଭରି ସେହି ମଟନ ଖାଇଥାନ୍ତି । ତେବେ ଭୁବନେଶ୍ୱର ପ୍ରସିଦ୍ଧ ଏହି କିଶୋର ମଟନ ।

କେବଳ ଭୁବନେଶ୍ଵର ନୁହେଁ ବରଂ ସାରା ଓଡ଼ିଶାରୁ ଯେଉଁ ମାନେ ଭୁବନେଶ୍ୱର ଆସିଥାନ୍ତି , ସେମାନେ ଥରେ ନା ଥରେ ଏହି ମଟନ ଖାଇଥାନ୍ତି । ଆଉ ଏହାକୁ ଖାଇବା ପରେ ଏହାର ଗୁଣ ଗାନ କରିବା ମଧ୍ୟ ସୁନିଶ୍ଚିତ । ଲୋକେ ନିଶ୍ଚିତ ଭାବରେ ଏହାକୁ ଖାଇଥାନ୍ତି ଆଉ ଏହାକୁ ନିଶ୍ଚିତ ଭାବରେ ପ୍ରଶଂସା କରିଥାନ୍ତି ।

ତେବେ ବର୍ତ୍ତମାନର ସୋସିଆଲ ମିଡ଼ିଆ ଜଗତରେ ଛାଇ ହୋଇ ରହିଥିବା ଏହି କିଶୋର ମଟନର ଅନେକ ଚାହିଦା ରହିଛି । ସମସ୍ତେ ଥରେ ନା ଥରେ ସେଠାକୁ ଯାଇ ଫୋଟ ଏବଂ ଭିଡିଓ କରିଥାନ୍ତି । ଅନେକ ଲୋକଙ୍କର ଭ୍ଲଗ ଭିଡ଼ିଓରେ ଆପଣ ଏହାକୁ ଦେଖି ପାରିବେ । ଭାରି ସୁଆଦିଆ ଏହି ମଟନ ।

ଯେତେ ଥରେ ଖାଇଲେ ସେତେ ଥର ଏହାକୁ ଖାଇବାକୁ ଇଚ୍ଛା ହୋଇଥାଏ । ତେବେ କିଛି ମାସ ପୂର୍ବରୁ ବିଏମସି ଏହି କିଶୋର ମଟନ ହୋଟେଲକୁ ରାସ୍ତା କଡ଼ରୁ ଭାଙ୍ଗି ଦେଇଥିଲା । ବିଏମସି ଏହି ଖାଦ୍ୟର ଗୁଣବତ୍ତା ମାପି ଆଉ ଏହାର ସବୁ ଜିନିଷ ପରୀକ୍ଷା କରି ଯାଇଥିଲା ଆଉ ଏଥିରେ ଅନେକ ଖୁଣ ମଧ୍ୟ ବାହାର କରିଥିଲା ।

କହିଥିଲା କି , କିଶୋର ମଟନରେ ଅନେକ ରଙ୍ଗ ମିଶା ହେଉଛି । ଏକ୍ସପାରି ତାରିଖ ପଳାଇ ଯାଇଥିବା ମସଲା ମଧ୍ୟ ମିଶା ହେଉଛି । ତେଣୁ ଏହାକୁ ଭାଙ୍ଗି ଦେଇଥିଲା । ତେବେ ଏହାପରେ ଲୋକଙ୍କ ମନ ଅନେକ ଦୁଃଖ ହୋଇଥିଲା । କିନ୍ତୁ ଏତିକିରେ ଭାଙ୍ଗି ଯାଇ ନଥିଲେ କିଶୋର ମଟନର ମାଲିକ କିଶୋର ଭାଇନା ।

ସେ ବର୍ତ୍ତମାନ ଆଉ ଏକ ସ୍ଥାନରେ କିଶୋର ହୋଟେଲ ଆରମ୍ଭ କରିଛନ୍ତି । ପୁରା ପରିଷ୍କାର ପରିଚ୍ଛନ୍ନ ସ୍ଥାନ ସହିତ ପୁରା ସୁନ୍ଦର ସାଜସଜ୍ଜା ସହିତ ଆରମ୍ଭ କରିଛନ୍ତି କିଶୋର ହୋଟେଲ । ଲୋକେ ଏଠାକୁ ଅତ୍ୟନ୍ତ ଖୁସିର ସହିତ ଖାଇବା ପାଇଁ ଯାଉଛନ୍ତି ଆଉ ବର୍ତ୍ତମାନ ମଧ୍ୟ ଏଠାରେ ଲୋକଙ୍କ ଭିଡ କମି ନାହିଁ ।

ତେବେ ଖୁସିର କଥା ଏହା ଯେ , ଆଗରୁ ଯେଉଁ ମଟନ ପ୍ଲେଟ ମୂଲ୍ୟ ୧୮୦ ଟଙ୍କା ରହିଥିଲା , ବର୍ତ୍ତମାନ ତାହା କମି ଯାଇଛି ଆଉ ତାହା କମି ୧୫୦ ଟଙ୍କା ହୋଇ ଯାଇଛି । ତେବେ ଯାହା ଫଳରେ ଲୋକେ ଆହୁରି ଖୁସି ହୋଇ ଖାଇବା ପାଇଁ ଆସି ଯାଉଛନ୍ତି । ତେବେ ଦେଖା ଯାଉ କିଶୋର ମଟନ ମୂଲ୍ୟ ଏତିକି ରହୁଛି ନା ଆଗକୁ ଆହୁରି ବଢି ଯାଉଛି ।

Leave a Reply

Your email address will not be published. Required fields are marked *