ଦେଖନ୍ତୁ ମୃତ୍ୟୁ ପୂର୍ବରୁ କଣ କହିଥିଲେ ମିହିର ଦାସ।

ବନ୍ଧୁମାନେ ଆପଣ ମାନେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବହୁ ପ୍ରତିଷ୍ଠୀତ କଳାକାର ଙ୍କୁ ଜାଣିଥିବେ।ତାହା ମଧ୍ୟରୁ ମିହିର ଦାସ ହେଉଛନ୍ତି ଜଣେ ସଫଳ ଚରିତ୍ର।ଯିଏ କେତେବେଳେ ଜଣେ ନାୟକ ହିସାବରେ ଅବା କେତେବେଳେ ଖଳନାୟକ ହିସାବରେ ଆମ ମାନଙ୍କର ମନୋରଞ୍ଜନ କରିଛନ୍ତି।୯୦ ଦଶକର ଏହି ନାୟକ ବା ଖଳନାୟକ ଥିଲେ ଜଣେ ଏପରି ଚରିତ୍ର ଯିଏ ବହୁ ଚଳଚ୍ଚିତ୍ରରେ କାମ କରିଛନ୍ତି।ତାଙ୍କ ଚଳଚ୍ଚିତ୍ର ମଧ୍ୟରୁ ବହୁ ଚଳଚ୍ଚିତ୍ର ଯେପରି ସ୍ତ୍ରୀ, ପବିତ୍ର ବନ୍ଧନ,ଗଙ୍ଗା ଯମୁନା, ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ଏହି ଭଳି ଅନେକ ଚଳଚ୍ଚିତ୍ରରେ ନାୟକ ହିସାବରେ ତାଙ୍କ ଅଭିନୟ ଦର୍ଶକଙ୍କ ମନ କିଣି ନେଇଛି।

ସେ ନା କେବଳ ଚଳଚ୍ଚିତ୍ର ଏହା ଛଡ଼ା ଆଶାର ଆଲୋକ ନାମରେ ଏକ ଟେଲିଭିଜନ ଶୋରେ କାମ କରିଛନ୍ତି। ଜଣେ ଭଲ ସମାଜ ବାଦି ହିସାବରେ ସମାଜରେ ହେଉଥିବା କଳହ ବା ସ୍ବାମୀ ସ୍ତ୍ରୀ ମନୋ ମାଳିନ୍ୟକୁ ବେଶ୍ ଭଲରେ ସେ ସମାଧାନ ମଧ୍ୟ କରିଛନ୍ତି।ତେଣୁ ଏକ ଭଲ ଅଭିନେତା ସହିତ ସେ ଜଣେ ଭଲ ବା ସାହାଯ୍ୟ କାରୀ ବ୍ୟକ୍ତି କହିଲେ କିଛି ଭୁଲ ହେବ ନାହିଁ।

ବନ୍ଧୁମାନେ ଆପଣ ଜାଣିଥିବେ କି ଗତ କାଲି ଅପରାହ୍ନରେ ସେ ମୃତ୍ୟୁ ବରଣ କରିଥିଲେ।ସେ ୧୯୬୬ରୁ ୨୦୨୨ ଅର୍ଥାତ୍ ମୃତ୍ୟୁ ସମୟରେ ତାଙ୍କ ବୟସ ୫୬ ବର୍ଷ ହୋଇଥିଲା।ସେ କିଡନୀ ଜନିତ ସମସ୍ୟାରେ ଗତ କିଛି ଦିନ ହବ ଚିକିତ୍ସିତ ହେଉଥିଲେ ଏବଂ ଗତ କାଲି ଚିକିତ୍ସିତ ଅବସ୍ଥାରେ କଟକ ମେଡ଼ିକାଲରେ ତାଙ୍କର ମୃତ୍ୟୁ ହେଇଥିଲା।ସେ ମୃତ୍ୟୁ ପୂର୍ବରୁ କିଛି କଥା କହିଥିଲେ ଯାହା ଆଜି ଆମେ ଆପଣ ମାନଙ୍କୁ ଜଣେଇବାକୁ ଚାହୁଁଛୁ। ଆସନ୍ତୁ ଜାଣିବା ଏହି ବିଷୟରେ ।

ସେ କହିଥିଲେ କି ‘ ନମସ୍କାର। ମୋ ଆଚରଣ ଯଦି କାହାକୁ କଷ୍ଟ ଦେଇଥାଏ ତେବେ ମୁଁ ବିନମ୍ରତାର ସହିତ କ୍ଷମା ପ୍ରାର୍ଥନା କରୁଛି । କିନ୍ତୁ ଏଭଳି ଭୟଙ୍କର ପାଗଳାମି ଅବା ଭୁଲ ମୁଁ କେବେ କରିନାହିଁ।ତଥାପି ଦର୍ଶକ ଅବା ଲୋକେ ଠାକୁର ସଦୃଶ ଭାବରେ ତାଙ୍କୁ ଯଦି ଆଘାତ ଲାଗିଛି ତେବେ ସେମାନେ ଯଦି ମୋ ଉପରକୁ ଅଣ୍ଡା ମାଡ଼ କରିବେ ଅବା ଗାଳି ମାଡ଼ କରିବେ ତେବେ ମୁଁ ନତ ମସ୍ତକ ଭାବରେ ସ୍ୱୀକାର କରିବି।ନିଜକୁ ସୁଧାରିବା ପାଇଁ ପ୍ରୟାସ ନିଶ୍ଚୟ କରିବି।ତାଙ୍କରି ଲାଗି ମୋ ଜୀବନ,ମୋ ହାଣ୍ଡି ରେ ଚାଉଳ।ତେଣୁ କ୍ଷମା ମାଗିବା ମୋ ପାଇଁ ଗୋଟେ ଗୌରବ ହେବ’ ।

Leave a Reply

Your email address will not be published. Required fields are marked *