ମୁହାଁମୁହିଁ ହେଲେ ହେତୁବାଦୀ ଏବଂ ପରମ୍ପରା ବାଦୀ , ପେଟ ପୁରେଇ ଖାଇବୁ ଯାହାର ଫାଟୁଛି ଫାଟୁ…

ଆମ ହିନ୍ଦୁ ଧର୍ମ ଅନେକ ନୀତି ନିୟମକୁ ନେଇ ପରିଚାଳିତ ହୋଇଥାଏ । ଏଥିରେ ଏପରି ଅନେକ ନିୟମ ରହିଛି , ଯାହାକୁ ମାନିବା ବାଧ୍ୟ ହୋଇଥାଏ । ଆମ ଲୋକ ମାନେ ମଧ୍ୟ ଏହାକୁ ମାନି ନେଇଥାନ୍ତି । କିଛି ଲୋକମାନେ ଏହାକୁ ଆନନ୍ଦର ସହିତ ମାନି ନେଉ ଥିବା ବେଳେ ଏପରି କିଛି ଲୋକ ରହିଥାନ୍ତି , ଯେଉଁ ମାନେ ଏହି ନୀତି ନିୟମକୁ ମାନିବା ପାଇଁ ଟିକିଏ କୁଣ୍ଠାବୋଧ କରିଥାନ୍ତି । ତେବେ ଏପରି କିଛି ଦୃଶ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି ।

ହିନ୍ଦୁ ଧର୍ମ ନାମରେ ଆଉ ପରମ୍ପରା ନାମରେ କିଛି କଳଙ୍କିତ ମଣିଷ , ଏ ସମାଜକୁ ଶେଷ କରି ଦେଉଛନ୍ତି । ତେବେ ଆଜି ଚନ୍ଦ୍ରଗ୍ରହଣ ଲାଗିଛି । ତେଣୁ ଏହି ସମୟରେ କିଛି ନିୟମ ରହିଛି , ଯାହାକୁ ଲୋକମାନେ ପାଳନ କରିଥାନ୍ତି ।  ଏହି ବିଶେଷ ନିୟମ ଗୁଡ଼ିକୁ ଯୁଗ ଯୁଗ ଧରି ସମସ୍ତେ ମାନି ଆସୁଛନ୍ତି । ଯାହା ହେଲେ ବି ଏହି କଥା ଗୁଡ଼ିକୁ ଦେଶର ଚାରିଆଡ଼େ ମଧ୍ୟ ପାଳନ କରି ଆସୁଛନ୍ତି । କୁହାଯାଏ ପାକତ୍ୟାଗ ସମୟରେ କିଛି ବି ଭୋଜନ କରିବା ଉଚିତ୍ ନୁହେଁ।

ତେବେ ବିଶେଷ ଭାବରେ କହିବାକୁ ଗଲେ , ଏହି ସମୟର ଚୁଲି ଜାଳିବା ମଧ୍ୟ ବର୍ଜିତ ହୋଇଥାଏ । ତେବେ ଏପରି କିଛି ହେତୁବାଦି ମଧ୍ୟ ଆଜି ପାକତ୍ୟାଗ ସମୟରେ ମୋଟନ ମାଡ଼ କରିଛନ୍ତି । ଆଗରେ ରଖା ହୋଇଛି ଗରମ ଭାତ , ମୋଟନ ଆଉ ଦହି ମିଶା ସାଲାଡ ଆଉ ତା ସହିତ ରହିଛି ପାମ୍ପଡ । କିଛି ହେତୁବାଦି ଏହି ପାକତ୍ୟାଗ ସମୟରେ ମନ ଭରି ଭୋଜନ କରୁଛନ୍ତି ମୋଟନ । ତେବେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନି ଭୁବନେଶ୍ଵରରେ ।

ଖଣ୍ଡଗିରି ଧର୍ମବିହାର ଅଞ୍ଚଳରେ ଅବସରପ୍ରାପ୍ତ ପ୍ରୋଫେସର ରାମଚନ୍ଦ୍ର ଏବଂ ତାଙ୍କ ସାଥି ମାନେ ଭାତ ଆଉ ମୋଟନ ଖାଇ ଥିଲେ । ତେବେ ଏହାକୁ ବିରୋଧ କରି ଆଗକୁ ଆଗେଇ ଆସିଥିଲେ କିଛି ପରମ୍ପରା ବାଦି । ତେବେ ଏହି କଥାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ଗୋଳ ଏବଂ ପାଟି ତୁଣ୍ଡ ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ଢେଲା ପଥର ମାଡ ମଧ୍ୟ ହୋଇଥିଲା । ଘରର କାଚ ମଧ୍ୟ ଭାଙ୍ଗି ଯାଇଥିବା ଦେଖା ଯାଇଥିଲା । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି କଥାର ସମାଧାନ କରିଥିଲା ।

Leave a Reply

Your email address will not be published. Required fields are marked *