ଭାଇରଲ ହେଲା ଦାଦି ମାଙ୍କ ଡାନ୍ସ ଭିଡ଼ିଓ , ଜବରଦସ୍ତ ଡାନ୍ସରେ ଫେଲ ମାରିବେ ବଡ଼ ବଡ଼ ଅଭିନେତ୍ରୀ :- ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ସମୟରେ ଲୋକେ ଫେସବୁକ ଠାରୁ ଅଧିକ ଇନଷ୍ଟାଗ୍ରାମକୁ ବ୍ୟବହାର କରୁଛନ୍ତି । ଯେବେଠାରୁ ଟିକଟୋକ ଭାରତରେ ବନ୍ଦ ହୋଇଛି ସେବେଠାରୁ ଲୋକଙ୍କର ଭିଡ଼ିଓ ବନାଇବାର କ୍ରେଜ ଅନୁଯାୟୀ ଇନଷ୍ଟାଗ୍ରାମ କମ୍ପାନୀ ନିଜ ଏପରେ ରିଲସ ଫିଚର ବନାଇଥିଲା । ଯାହାକୁ ବ୍ୟବହାର କରି କିଛି ଲୋକ ନିଜର ଏଣ୍ଟରଟେନ ମେଣ୍ଟ କରିବା ସହିତ ଆଉ କିଛି ଲୋକ ଅନ୍ୟର ଏଣ୍ଟରଟେନମେଣ୍ଟ କରୁଛନ୍ତି ।

ପୁଣି କିଛିଲୋକ ଏହି ସୋସିଆଲ ମିଡିଆର ଫାଇଦା ଉଠାଇ ନିଜର କ୍ୟାରିଅର ମଧ୍ୟ ବନାଉଛନ୍ତି । ପ୍ରାୟତଃ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡ଼ିଓ ଭାଇରଲ ହୋଇଥାଏ । ବର୍ତ୍ତମାନ ସମୟରେ ଜଣେ ବୟସ୍କା ମହିଳାଙ୍କର ଏକ ଡାନ୍ସ ଭିଡ଼ିଓ ବେଶ ଭାଇରଲ ହେବାରେ ଲାଗିଛି । ଆଜି ଆମେ ଏହି ଲେଖାରେ ସେହି ଭାଇରଲ ଭିଡ଼ିଓ ବିଷୟରେ ଆପଣଙ୍କୁ କହିବୁ ।

ବାସ୍ତବରେ ଏହି ଦାଦି ମାଙ୍କ ବୟସ ୬୩ ବର୍ଷ ଅଟେ , ଯିଏକି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଡାନ୍ସ ଭିଡ଼ିଓ ପୋଷ୍ଟ କରିଥାନ୍ତି । ନିକଟରେ ତାଙ୍କର ଏକ ଡାନ୍ସ ଭିଡ଼ିଓ ଭାଇରଲ ହେଉଛି ଯେଉଁଥିରେ ଦାଦି ମାଙ୍କୁ ‘ ଅତରଙ୍ଗୀ ‘ ଫିଲ୍ମର ଗୀତ ‘ ଚକାଚକ ‘ ଖୁବ ସୁନ୍ଦର ଭାବରେ ଡାନ୍ସ କରୁଥିବାର ଦେଖାଯାଇଛି ।

ତେବେ ତାଙ୍କ ଡାନ୍ସ ଏବଂ ଅନ୍ଦାଜ ବିଷୟରେ ଯଦି କହିବୁ ତେବେ ବଲିଉଡ ଅଭିନେତ୍ରୀ ମଧ୍ୟ ଫେଲ ମାରିବେ । ଏହି ଗୀତରେ ସାଧରଣତଃ ପ୍ରାୟତଃ ଯୁବପିଢ଼ି ନିଜର ଭିଡ଼ିଓ ବନାଇ ରିଲସରେ ପୋଷ୍ଟ କରୁଛନ୍ତି । କିନ୍ତୁ ଦାଦି ମାଙ୍କର ଏହି ଡାନ୍ସ ବେଶ ସ୍ୱତନ୍ତ୍ର ହୋଇଛି । ନିଜର ସୁନ୍ଦର ଅଙ୍ଗଭଙ୍ଗୀ ଏବଂ ଜବରଦସ୍ତ ଅନ୍ଦାଜ ସାମ୍ନାରେ ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ଫେଲ ମାରିବେ ।

ତେବେ ସେହି ଦାଦି ମାଙ୍କ ବାସ୍ତବ ନାମ ହେଉଛି ରବି ବାଲା ଶର୍ମା ଏବଂ ଇନଷ୍ଟାଗ୍ରାମରେ ସେ ପ୍ରାୟତଃ ଆକ୍ଟିଭ ରହନ୍ତି । ତେବେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଦେଶୀ ଦାଦି ଭାବରେ ପରିଚିତ । ସେ ପ୍ରାୟତଃ ବଲିଉଡ ଗୀତରେ ହିଁ ଡାନ୍ସ କରି ଫ୍ୟାନଙ୍କ ହୃଦୟ ଜିତି ନିଅନ୍ତି । ତେବେ ତାଙ୍କର ଏହି ଚକାଚକ ଗୀତକୁ ବର୍ତ୍ତମାନ ସୁଦ୍ଧା ୬.୫ ମିଲିୟନରୁ ଅଧିକ ଦେଖି ସାରିଲେଣି । ଏହା ପୂର୍ବରୁ ସେ ହାର୍ଡି ସନ୍ଧୁ ଏବଂ ପଲକ ତିୱାରୀଙ୍କର ଏକ ମ୍ୟୁଜିକ ଭିଡିଓ ‘ ବିଜଲୀ ବିଜଲୀ ‘ ରେ ଡାନ୍ସ କରିଥିଲେ ଏବଂ ତାହା ମଧ୍ୟ ଦର୍ଶକଙ୍କ ମନକୁ ପାଇଥିଲା ।

Leave a Reply

Your email address will not be published. Required fields are marked *