ଅମ୍ରିତ ଫେରିଲା ମା କୋଳକୁ ।

ଅମ୍ରିତ ଫେରିଲା ତାଙ୍କ ମାଁ ଙ୍କ କୋଳକୁ। ଅନେକ ଅପେକ୍ଷା, ଅନେକ ପ୍ରତିକ୍ଷାର ଅନ୍ତ ଘଟିଲା । ମାର ଗଳାର ମାଳି, ଜୀବନ ଧନ ତା ପଣତ କାନି କୁ ଫେରି ଆସିଛି। ଚାରି ଦିନ ହେଇଯିବ ଅମ୍ରିତ ନିଖୋଜ ଥିଲା ସତେ ଯେପରି ବାପା ମାଙ୍କ ଆଖିରୁ ନିଦ ହଜିଯାଇଥିଲା । ପୁଅ କେଉଁଠି ଅଛି କିପରି ଅଛି । ଭଲରେ ଅଛି ନା ଖରାପ ରେ ଅଛି ବୋଲି ଭାବି ଚାରି ଦିନ ହେଲାଣି ଘରେ ଚୁଲି ଜଳି ନଥିଲା କି ବାପା ମା ପେଟକୁ ଦାନା ନେଇ ନଥିଲେ ।

ହେଲେ ଦୀର୍ଘ ଚାରି ଦିନ ପରେ ନିଖୋଜ ଥିବା ଅମ୍ରିତ ଘରକୁ ଫେରିଛି। ନିଖୋଜ ନୁହେଁ ଅମ୍ରିତ କୁ ଅପ-ହରଣ କରାଯାଇଥିଲା । ବନ୍ଧୁଗଣ ଏଇ ଚାରି ଦିନ ପୂର୍ବରୁ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଅମ୍ରିତ ନିଖୋଜ ମାମ-ଲା ଗଣମାଧ୍ୟମରେ ଶିରୋ ନାମା ପାଲଟିଥିଲା। ଘଟଣା ସମସ୍ତଙ୍କୁ ଚକିତ ମଧ୍ୟ କରୁଥିଲା । ସୂଚନା ଅନୁଯାୟୀ ଅମ୍ରିତ ଟିୟୁସନ ପାଇଁ ଯାଇ ଘରକୁ ଆଉ ଫେରି ନଥିଲେ । ସବୁଦିନ ଭଳି ନିଜର ସାଇକେଲ ନେଇ ଅମ୍ରିତ ଟିୟୁସନ ଯାଇଥିଲେ ଆଉ ପାଠ ପଢି ସାରିବା ପରେ ସନ୍ଧ୍ୟା ନଇଁ ନଇଁ ଆସୁଥିବାରୁ ଅମ୍ରିତ ଘରକୁ ମଧ୍ୟ ଫେରିଥିଲେ ।

ହେଲେ ଅମ୍ରିତ କିନ୍ତୁ ଜାଣି ନଥିଲେ ଅଧା ବାଟରେ ଅମ୍ରିତଙ୍କୁ ଜଗି ରହିଛନ୍ତି କିଛି ଅସାମାଜିକ ବ୍ୟକ୍ତି। ତେଣୁ ଅମ୍ରିତ ଟିୟୁସନରୁ ଏକା ଘରକୁ ଫେରୁଥିବାର ସୁଯୋଗ ନେଇ ଅମ୍ରିତଙ୍କୁ ଅଧା ରାସ୍ତାରେ ଜଗି ରହିଥିଲେ ଅପ-ହରଣ କାରୀ ମାନେ । ଘରଠୁ ଅଳ୍ପ କିଛି ଦୂରରୁ ଅମ୍ରିତଙ୍କୁ ଅପ-ହରଣ କରି ନେଇଯାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ପୁଅ ଘରକୁ ନ ଆସିବାରୁ ବାପା ମା ବ୍ୟସ୍ତ ହୋଇ ଉଠିଥିଲେ। ଚାରି ଆଡ଼େ ଖୋଜା ଖୋଜି ଲାଗିଲା। ହେଲେ ଯେତେ ଖୋଜିଲେ ମଧ୍ୟ ଅମ୍ରିତଙ୍କର କୌଣସି ପତ୍ତା ମିଳିଲା ନାହିଁ

ଶେଷରେ ବାପା ମା ସିଧାସଳଖ ଗଣମାଧ୍ୟମ ରେ କହିଲେ ଯଦି ପୁଅ ନ ମିଳିବ ଆମେ ବିଧାନସଭା ଆଗରେ ଆତ୍ମହୁତି ଦେବୁ। ସେପଟେ ଏତେ ବଡ଼ ପୁଅର ନିଖୋଜ ହେବା ଖବର ଗାଁରେ ମଧ୍ୟ ଖେଳେଇ ଦେଇଥିଲା ଶୋ-କର ଛା-ୟା। ସାହି ବାହି ଗାଁ ଲୋକେ ଅମ୍ରିତଙ୍କୁ ସମସ୍ତେ ଖୋଜିବାରେ ଲାଗିଥିଲେ । ମାତ୍ର ଅମ୍ରିତ କିନ୍ତୁ ଖୋଜି ପାଇପାରେ ସମସ୍ତେ ବିଫଳ ହୋଇଥିଲେ ।

ହେଲେ ପରେ ଜଣା ପଡିଥିଲା କି ଅମ୍ରିତ ନିଖୋଜ ନୁହଁନ୍ତି ଅପ-ହରଣ ହୋଇଛନ୍ତି। ଆଉ ଯେଉଁ ଅସାମାଜିକ ବ୍ୟକ୍ତି ଅମ୍ରିତଙ୍କୁ ଅପ-ହରଣ କରିଛନ୍ତି ସେମାନଙ୍କୁ ଗି-ରଫ କରିବାକୁ ପୋଲିସ ମଧ୍ୟ ଜାଲ ବିଛାଇ ଥିଲା । ଶେଷରେ ଜଣା ପଡିଥିଲା କି ଟଙ୍କା ପାଇଁ ସେମାନେ ଅମ୍ରିତଙ୍କୁ ଅପ-ହରଣ କରି ନେଇଛନ୍ତି । ମାଷ୍ଟର ମାଇଣ୍ଡ ଖର୍ଚ୍ଚ କରି ଅମ୍ରିତଙ୍କୁ ଅପ-ହରଣ କରିଥିଲେ ।

ଆଉ ଯୋଜନା ଅପ-ହରଣ କାରୀ ମାନେ ପୂର୍ବରୁ ବନାଇ ଥିଲେ । ଅମ୍ରିତ ଟିୟୁସନରୁ ଘରକୁ ଫେରୁଥିବା ବେଳେ ଏକ ପିକପ ଭ୍ୟାନରେ ଅମ୍ରିତଙ୍କୁ କିଡ-ନାପ କରି ନେଇଥିଲେ ଅପ-ହରଣ କାରୀ । ହେଲେ ଯେଉଁ ସ୍ଥାନରୁ କିଡ-ନାପ କରି ନେଇଥିଲେ ସେହି ସ୍ଥାନରେ ପଡି ରହିଥିଲା ଏକ ଚପଲ ଆଉ ଅମ୍ରିତଙ୍କ ସାଇକେଲ।

ଅପହରଣ କାରୀ ମାନେ ଅମ୍ରିତଙ୍କୁ କିଡ-ନାପ କରି ନେଇ ସେହି ଗ୍ରାମର ଏକ ଘରେ ରଖିଥିଲେ। ଦିନ ପରେ ଦିନ ବିତିଥିଲା ଅମ୍ରିତଙ୍କ ପତ୍ତା ନ ପାଇ ବାପା ମା ଆଶା ହରାଇବାକୁ ବସିଥିଲେ । ଶେଷରେ ଅମ୍ରିତ ନିଜକୁ ଅପ-ହରଣ କାରୀ ମାନଙ୍କ ପାଖରୁ ମୁକ୍ତ କରିବା ପାଇଁ ଜୋରେ ପାଟି କରି ଚିଲାଇ ଥିଲେ ।

ଶେଷରେ ଅମ୍ରିତଙ୍କ କାନ୍ଦିବାର ଆଉ ଚି-ତ୍କାର କରିବାର ସ୍ୱର ସେହି ଗ୍ରାମର ଜଣେ ବ୍ୟକ୍ତି ଶୁଣି ଅମ୍ରିତଙ୍କ ଘରେ ଜଣାଇ ଥିଲେ ଶେଷରେ ସମସ୍ତ ଗ୍ରାମବାସୀ ମିଶି ଅମ୍ରିତଙ୍କୁ ବଞ୍ଚାଇବାରେ ସଫଳ ହୋଇଥିଲେ। ଆଉ ଅପ-ହରଣ କାରୀ ମାନଙ୍କ କବଳରୁ ଅମ୍ରିତକୁ ରକ୍ଷା କରି ପୋଲିସକୁ ଖବର ଦେବା ପରେ ପୋ-ଲିସ ପହଞ୍ଚି ଅଭି-ଯୁକ୍ତ ମାନଙ୍କୁ ଗି-ରଫ କରିଛି। ଆଉ କାହିଁକି ଏବଂ କଣ ପାଇଁ ଅମ୍ରିତଙ୍କୁ ଅପ-ହରଣ କରିଥିଲେ ତାହାର ଗୋଟି ଗୋଟି ତଥ୍ୟ ଆଦାୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *