ଅପରେସନ ରାହୁଲ, ଖର୍ଚ୍ଚ ହେଲା ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା…

ସାରା ଦେଶରେ ଗୋଟିଏ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି ଆଉ ତାହା ହେଉଛି ବୋରୱେଲ ମଧ୍ୟରେ ଖସି ପଡିଥିବା ରାହୁଲ ହେଲା ଉଦ୍ଧାର । ସାରା ଭାରତର ଲୋକ ତା ପାଇଁ କରୁଥିଲେ ଦିନରାତି ଭଗବାନଙ୍କୁ ପ୍ରାର୍ଥନା । ପିଲାଟି ଯେମିତି ସୁରୁଖୁରୁରେ ବୋରୱେଲ ଭିତରୁ ବାହାରି ଆସୁ , ସେଥିପାଇଁ ଲୋକ ମାନଙ୍କ ସହିତ ଛତିଶଗଡ଼ ସରକାର ମଧ୍ୟ କରୁଥିଲେ ଚେଷ୍ଟା । ଆଉ ସେଥିପାଇଁ ଛତିଶଗଡ଼ ସରକାର ସବୁ କରିବାକୁ ଥିଲେ ପ୍ରସ୍ତୁତ ।

ଦିନରାତି ସେ ରାହୁଲ ଖବର ବୁଝିବାକୁ ଲାଗିଥିଲେ । ଆଉ ପ୍ରତି ମୁହୂର୍ତ୍ତର ଖବରକୁ ସେ ନେଉଥିଲେ । ତେବେ ଏ ମଧ୍ୟରେ ଗୋଟିଏ କଥା ସାମ୍ନାକୁ ଆସିଛି , ଅପରେସନ ରାହୁଲ ପାଇଁ ମୋଟ ୧ କୋଟିରୁ ଅଧିକ ଟଙ୍କା ହୋଇଛି ଖର୍ଚ୍ଚ । ସରକାର ରାହୁଲ ପାଇଁ ସବୁକିଛି କରିବାକୁ ଥିଲେ ପ୍ରସ୍ତୁତ । ଯେତିକି ଟଙ୍କା ଖର୍ଚ୍ଚ ହେବ, ତାହା ସବୁକୁ ସେ ଦେବା ପାଇଁ ଥିଲେ ପ୍ରସ୍ତୁତ । ସେଥିପାଇଁ ଏନଡିଆରଏଫ, ଏସଡିଆରଏଫ , ଜିଲ୍ଲା ପ୍ରଶାସନ , ରୋବଟ ପରିଚାଳକ ଦଳ, ରାହୁଲକୁ ବଞ୍ଚାଇ ରଖିବାପାଇଁ ଅଣା ଯାଇଥିବା ସମସ୍ତ ଔଷଧ ଏବଂ ଏହି ସମସ୍ତ କର୍ମଚାରୀଙ୍କର ପାରିଶ୍ରମିକ ବାବଦକୁ ଏକ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବାର ହେଉଛି ଆଲୋଚନା ।

ଛତିଶଗଡ଼ ସରକାର ବର୍ତ୍ତମାନ ସମୟରେ ଅତ୍ୟନ୍ତ ଖୁସି ଅଛନ୍ତି କାହିଁକିନା ଦିନରାତି ସମସ୍ତ କର୍ମଚାରୀ ରାହୁଲକୁ ଉଦ୍ଧାର କରିବାପାଇଁ କରୁଥିବା ଚେଷ୍ଟା ଆଜି ସଫଳ ହୋଇଛି । ତେବେ ଆପଣ ସମସ୍ତେ ଜାଣିଥିବେ କି , ୧୦୦ ଘଣ୍ଟାର ପ୍ରଚେଷ୍ଟା ପରେ ରାହୁଲ ସେ ୮୦ ଫୁଟର ବୋରୱେଲ ଭିତରୁ ବାହାରକୁ ଆସି ପାରିଲା । ଆଉ ସମସ୍ତଙ୍କୁ ଆଖିରେ ଆଣିଦେଲା ଲୁହ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ଯେଉଁ ଗାତ ଭିତରେ ରାହୁଲ ଥିଲା , ସେହି ଗାତ ଭିତରେ ସାପ ବେଙ୍ଗ ମଧ୍ୟ ରହିଥିଲେ । କିନ୍ତୁ ଭଗବାନଙ୍କର ଅଶେଷ ଲୀଳା ସେମାନେ ରାହୁଲର କୌଣସି କ୍ଷତି କରି ନଥିଲେ ।

ରାହୁଲକୁ ଉଦ୍ଧାର କରିବା କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ଦଳ ଅହରହ ରାହୁଲର ଗତିବିଧି ଉପରେ ନଜର ରଖିଥିଲେ । ରାହୁଲର ଯେପରି କିଛି କ୍ଷତି ନ ହୁଏ, ସେମାନେ ସେଥିପାଇଁ ଅତ୍ୟନ୍ତ ସତର୍କ ଥିଲେ । ତେବେ ସେ ଯାହା ବି ହେଉ ନା କାହିଁକି, ସାରା ଭାରତ ବାସୀଙ୍କର ଗତକାଲି ଭଗବାନ ଡାକ ଶୁଣିଥିଲେ ଆଉ ରାହୁଲ ବାହାରିଥିଲା ବାହାରକୁ । ଏହାପରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଥିଲା ଆଉ ତାକୁ ଡାକ୍ତରଖାନାକୁ ରାସ୍ତାରେ ଗ୍ରୀନ କରିଡର କରି ପଠା ଯାଇଥିଲା । ବର୍ତ୍ତମାନ ସମୟରେ ଡାକ୍ତରଖାନାରେ ଯାହା ବି ଖର୍ଚ୍ଚ ହେବ , ସେ ସବୁକୁ ମଧ୍ୟ ଛତିଶଗଡ଼ ସରକାର ଦେବେ ।

Leave a Reply

Your email address will not be published. Required fields are marked *