ବହୁ ପ୍ରତିକ୍ଷାର ଘଟିଲା ଅନ୍ତ, ବୋରୱେଲରୁ ବାହାରକୁ ବାହାରିଲା ୧୧ ବର୍ଷୀୟ ରାହୁଲ

ଦୀର୍ଘ ପାଞ୍ଚଦିନ ଧରି ସାରା ଭାରତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ରାହୁଲ ମାମଲାର ପରିଶେଷରେ ଘଟିଛି ଅନ୍ତ । ଉଦ୍ଧାର ପାଇଛି ରାହୁଲ । ବୋରୱେଲ ମଧ୍ୟରେ ପାଞ୍ଚ ଦିନ ଧରି ସଂଘର୍ଷ କରୁଥିବା ଦିବ୍ୟାଙ୍ଗ ରାହୁଲକୁ ଗତ କାଲି ରାତିରେ ବାହାରକୁ ବାହାର କରାଯାଇଛି । ଦୀର୍ଘ ୧୦୦ ଘଣ୍ଟା ପରେ ଏନଡିଆରଏଫ ଟିମ ରାହୁଲକୁ ଉଦ୍ଧାର କରିଛନ୍ତି । ଆଉ ଏହା ପଛରେ ସମସ୍ତଙ୍କର ଅତ୍ୟନ୍ତ ଚେଷ୍ଟା ଜଡିତ ରହିଥିଲା ।

ଛତିଶଗଡ଼ ସରକାର ଆଉ ଏଠାକାର ସମସ୍ତ ପ୍ରଶାସନ ରାହୁଲଙ୍କୁ ଉଦ୍ଧାର କରିବାପାଇଁ ପ୍ରାଣପଣେ ଚେଷ୍ଟା ଚଳାଇଥିଲେ । ତେବେ ସୂଚନା ମୁତାବିକ, ରାହୁଲ ପାଞ୍ଚ ଦିନ ପୂର୍ବରୁ ନିଜ ଘର ପଛ ପଟେ ଥିବା ଏକ ବୋରୱେଲ ପାଖରେ ଖେଳୁଥିଲା ଆଉ ସେଥିରେ ଖସି ପଡ଼ିଥିଲା । ତେବେ ଏହାପରେ ସମସ୍ତେ ଜାଣିବାକୁ ପାଇଥିଲେ କି , ରାହୁଲ ବୋରୱେଲ ଭିତରେ ଖସି ପଡିଛି । ଆଉ ତାକୁ ଉଦ୍ଧାର କରିବାପାଇଁ ଭିନ୍ନ ଭିନ୍ନ ପ୍ରକାରର କୌଶଳକୁ ଆପଣା ଯାଇଥିଲା । ଓଡିଶା , କେରଳ , ମହାରାଷ୍ଟ୍ରରୁ ଅନେକ ଉଦ୍ଧାରକାରୀ ଟିମ ଆସି ପହଞ୍ଚିଥିଲେ ।

ଆଉ ତାପରେ ଆରମ୍ଭ ହୋଇଥିଲା ମିଶନ ରାହୁଲ । ରାହୁଲ ନିକଟକୁ ଖାଦ୍ୟ ପଠା ଯାଇଥିଲା ଆଉ ଅମ୍ଳଜାନ ମଧ୍ୟ ଯୋଗାଇ ଦିଆ ଯାଉଥିଲା । କାରଣ ସେହି ସ୍ଥାନରେ ଅମ୍ଳଜାନର ପରିମାଣ ବହୁତ କମ୍ ଥିଲା । ଆଉ ରାହୁଲର ଗତିବିଧି ଉପରେ ନଜର ମଧ୍ୟ ରଖା ଯାଇଥିଲା ଗୋଟିଏ ମାଇକ୍ରୋ କ୍ୟାମେରା ସାହାଯ୍ୟରେ । ତେବେ ଉଦ୍ଧାର କରିବାପାଇଁ ଗୋଟିଏ ସୁଢଙ୍ଗ ଖୋଳା ଯାଇଥିଲା । ଗାତଟି ୮୦ ଫୁଟ ଗଭୀର ଥିଲା । ତେଣୁ ଧୀରେ ଧୀରେ କାମ ଆଗକୁ ବଢିଥିଲା । ଆଉ ପଥର କଟା ଚାଲିଥିଲା ।

ତେବେ ଏହାକୁ ଅତ୍ୟନ୍ତ ଧ୍ୟାନପୁର୍ବକ କରିବାକୁ ପଡ଼ିଥିଲା କାରଣ ରାହୁଲ ସେହି ଶବ୍ଦରେ ଅତ୍ୟନ୍ତ ଭୟଭୀତ ହୋଇ ଯାଇଥିଲା । ଆଉ ମଝିରେ ମଝିରେ ରାହୁଲ ଶୋଇ ପଡ଼ୁଥିବାରୁ ଉଦ୍ଧାର କାର୍ଯ୍ୟ ଆଗକୁ ବଢି ପାରୁନଥିଲା। ଅନ୍ୟପକ୍ଷରେ ରାହୁଲର ଯେପରି କିଛି କ୍ଷତି ନ ହୁଏ , ସେଥିପାଇଁ ପଥର ଗୁଡିକୁ ହାତ ଏବଂ କିଛି ମେସିନ ମାଧ୍ୟମରେ କଟା ଯାଉଥିଲା। ତେବେ ଦୀର୍ଘ ପାଞ୍ଚ ଦିନ ପରେ କାଲି ଏନଡିଆରଏଫ ଟିମ ରାହୁଲ ପାଖକୁ ପହଞ୍ଚିବାରେ ସଫଳ ହୋଇଥିଲା । ଆଉ ଏପଟେ ଆମ୍ବୁଲାନ୍ସ ପ୍ରସ୍ତୁତ କରି ରଖା ଯାଇଥିଲା।

ରାହୁଲକୁ ଗ୍ରୀନ କରିଡର ଦେଇ ହସ୍ପିଟାଲକୁ ଯିବା ପାଇଁ ପ୍ରସ୍ତୁତ କରା ଯାଇଥିଲା । ତେବେ ଏହାପରେ ରାହୁଲକୁ ଉଦ୍ଧାର କରା ଯାଇଥିଲା । ଆଉ ଆମ୍ବୁଲାନ୍ସରେ ବସା ଯାଇଥିଲା । ଆଉ ସିଧାସଳଖ ହସ୍ପିଟାଲକୁ ନେଇ ଯାଇ ତାର ଚିକିତ୍ସା କାର୍ଯ୍ୟ କରାଯିବ ବୋଲି କୁହା ଯାଇଥିଲା । ଏତେ ଦିନର ସାରା ଭାରତ ବାସୀଙ୍କର ପ୍ରାର୍ଥନା ଭଗବାନ ଶୁଣିଲେ ଆଉ ଶେଷରେ ରାହୁଲ ସଫଳତାର ସହ ଉଦ୍ଧାର ପାଇଲା ।

Leave a Reply

Your email address will not be published. Required fields are marked *