ମଡର୍ନ ଢାଞ୍ଚାରେ ରାମାୟଣ । ପ୍ରଭୁ ରାମଚନ୍ଦ୍ର ଏବଂ ସୀତାଙ୍କ ଅଭିନୟ ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ରାମାୟଣକୁ ଭିନ୍ନ ଭିନ୍ନ ପ୍ରକାରେ ଅନେକ ଟିଭି ଚ୍ୟାନେଲ ଉପସ୍ଥାପନ କରିଥାଏ । ସାଧରଣତଃ କହିବାକୁ ଗଲେ ଲୋକଙ୍କ ମନରଞ୍ଜନ ପାଇଁ ଏବଂ ଦର୍ଶକଙ୍କୁ ରାମାୟଣ ଦେଖିବାରେ ଆଗ୍ରହକୁ ବଜାୟ ରଖିବା ପାଇଁ ଟିଭି ଚ୍ୟାନେଲ ଭିନ୍ନ ଭିନ୍ନ ଢ଼ଙ୍ଗରେ ରାମାୟଣ ଦେଖାଇଥାଏ । ମାତ୍ର ଆଜିବି ଗାଁ ଗହଳିରେ ଅନେକ ସ୍ଥାନରେ ରାମାୟଣ ଗୀତିନାଟ୍ୟ କିମ୍ବା ଯାତ୍ରା ଭାବରେ ପ୍ରଦର୍ଶନ ଦେଖିବାକୁ ମିଳିଥାଏ । ଯାହା ଦେଖି ଲୋକେ ବେଶ ଆନନ୍ଦିତ ହୋଇଥାନ୍ତି । ତେବେ ତାହା ପୁରୁଣା ହେଉ କିମ୍ବା ନୂଆ ହେଉ ତାହା ଲୋକଙ୍କୁ ପସନ୍ଦ ଆସିଥାଏ ।

ପ୍ରାୟତଃ ସୋସିଆଲ ମିଡିଆରେ ମଧ୍ୟ ଏହିପରି ଅନେକ ସମୟରେ ଅନେକ ପ୍ରକାରର ଭିଡ଼ିଓ ଦେଖିବାକୁ ମିଳିଥାଏ । ଯାହାକୁ ଲୋକେ ପସନ୍ଦ କରିଥାନ୍ତି । ତେଣୁ ବର୍ତ୍ତମାନ ସମୟରେ ମଧ୍ୟ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ ଭାଇରଲ ହେଉଛି । ଯାହାକୁ ଲୋକେ ବେଶ ଲାଇକ କରିଛନ୍ତି । ଭାଇରଲ ହୋଇଥିବା ଏହି ଭିଡ଼ିଓଟି ମଧ୍ୟ ରାମାୟଣର ଅଟେ । ଯେଉଁଠି ରାମ ଏବଂ ସୀତା ଚରିତ୍ରରେ ଅଭିନୟ କରୁଥିବା ଦୁଇ କଳାକାର ବେଶ ସୁନ୍ଦର ଭାବରେ ପ୍ରଦର୍ଶନ କରିଛନ୍ତି । ଏହି ପୌରାଣିକ କଥାକୁ ଯେଉଁ ଭଳି ଭାବରେ ଉପସ୍ଥାପନ କରାଯାଇଛି ତାହା ବେଶ ଆଶ୍ଚର୍ଯ୍ୟ ଜନକ ଅଟେ ।

ରାମାୟଣର କାହାଣୀକୁ ନେଇ ଯେଉଁ ଭଳି ଭାବରେ ଦୁଇ କଳାକାର ମଡର୍ନ ଢାଞ୍ଚାରେ କାହାଣୀ ଉପସ୍ଥାପନ କରିଛନ୍ତି ତାହାକୁ ସବୁ ଲୋକ ପସନ୍ଦ କରିବା ମଧ୍ୟ ସ୍ୱାଭାବିକ ଅଟେ । ଏହି ମଡର୍ନ ଭିଡ଼ିଓକୁ ଦେଖି ଅନେକ ଲୋକ ଭାବ ବିହ୍ଵଳିତ ହୋଇ ଯାଇଛନ୍ତି ଏବଂ ଖୁବ ଭକ୍ତିପୂର୍ଣ୍ଣ ଦେଖା ଯାଇଛନ୍ତି । ରାମଚନ୍ଦ୍ର ଏବଂ ସୀତାଙ୍କର ଏହି କାହାଣୀ କୌଣସି ଟିଭି ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା କାହାଣୀ ଠାରୁ କମ ନୁହେଁ । କେବଳ ଭିନ୍ନ ଏହା ଯେ ଅଳ୍ପ ସମୟ ମଧ୍ୟରେ ଏଠାରେ ପୁରା କାହାଣୀକୁ ଦର୍ଶା ଯାଇଛି ।

ଏହି ମଡର୍ନ ଢାଞ୍ଚାରେ ରାମାୟଣ ଲୋକଙ୍କୁ ବେଶ ପସନ୍ଦ ଆସିଛି । ସୋସିଆଲ ମିଡିଆରେ ଏହି ଭିଡ଼ିଓ ପୋଷ୍ଟ ହେବା ପରଠାରୁ ଅନେକ ଲୋକ ଏହାକୁ ଲାଇକ କରିବା ସହିତ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରିଛନ୍ତି । ୟୁଜର ମାନେ ନାନା ପ୍ରକାରର କମେଣ୍ଟ କରିଛନ୍ତି । ମାତ୍ର ଅଳ୍ପ ସମୟ ମଧ୍ୟରେ ହିଁ ଏହି ରାମାୟଣ କଥା ଭାଇରଲ ହେବାରେ ଦେଖା ଯାଇଛି ।

Leave a Reply

Your email address will not be published. Required fields are marked *