ପରୀକ୍ଷା ହଲରୁ ଚାଲିଯାଇଥିବା ସ୍ତ୍ରୀକୁ ନେଇ ମୁହଁ ଖୋଲିଲେ ସୁର ରାଉତରାୟ , ” ତୁ ସୁନ୍ଦୁରିଆ ପିଲା ଟା କାନ୍ଦୁଛୁ କଣ…

ଆପଣ ମାନେ ଜାଣିଥିବେ କି ସଦାସର୍ବଦା ସୁର ରାଉତରାୟ ନିଜର ମତ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଆଉ ଲୋକମାନେ ମଧ୍ୟ ତାଙ୍କ କଥାକୁ ବହୁତ ଉପଭୋଗ କରିଥାନ୍ତି । ସଦାସର୍ବଦା ଏଭଳି କିଛି କଥା କହି ଦେଇଥାନ୍ତି, ଯାହା ଲୋକଙ୍କ ମନ କିଣି ନେଇଥାଏ । ଆଉ ଲୋକେ ସେ କଥାକୁ ଭୁଲି ପାରନ୍ତି ନାହିଁ । ତେବେ ସୁର ରାଉତରାୟଙ୍କର ସେହି କଥା ଚାରିଆଡେ ଅନେକ ଚର୍ଚ୍ଚାର ବିଷୟ ପାଲଟିଥାଏ । ଆଗରୁ ଏଭଳି ଅନେକ ମନ୍ତବ୍ୟ ରଖି ସାରିଥିବା ସୁର ରାଉତରାୟ । କାଲି ପୁଣିଥରେ ମୁହଁ ଖୋଲିଛନ୍ତି ।

ଆମେ ସମସ୍ତେ ଭଦ୍ରକ ମାମଲା ବିଷୟରେ ଜାଣିଥିବା । କିଭଳି ୬ ମାସ ହେଲା ବିବାହ କରିଥିବା ମହିଳା ଆଉ ଜଣଙ୍କ ସହ ପଳାଇ ଯାଇଛନ୍ତି । କଲେଜରେ ପାଠ ପଢ଼ୁଥିବା ମହିଳା ନିଜ ସ୍ୱାମୀଙ୍କୁ ଚକମା ଦେଇ କାହା ସହ କାରରେ ବସି ପଳାଇଛନ୍ତି । ଆଉ ସ୍ୱାମୀ ଏହାକୁ ଆଖିରେ ଦେଖି ମଧ୍ୟ କିଛି କରି ପାରିନଥିଲେ । ବାସ୍ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଅନାଇ ଥିଲେ । ଦୀର୍ଘ ୨ ବର୍ଷ ଧରି ପ୍ରେମ କରିବା ପରେ ଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ । ଆଉ ଘରୁ ମଧ୍ୟ ଲୁଚି ପଳାଇଥିଲେ ।

ତେବେ ପରେ ପରିବାରର ସହମତିରେ ଦୁହିଁଙ୍କୁ ପୁରୀ ମନ୍ଦିରରେ ବିବାହ କରା ଯାଇଥିଲା । ଆଉ ଦୁହେଁ ଖୁସିରେ ମଧ୍ୟ ରହୁଥିଲେ । ତେବେ ବିବାହ ପରେ ଝିଅର ମନ ଇଚ୍ଛାକୁ ପୁରଣ କରିବା ପାଇଁ ସ୍ୱାମୀ ତାଙ୍କୁ କଲେଜରେ ଭର୍ତ୍ତି କରାଇଥିଲେ । ଆଉ ପରୀକ୍ଷା ଦେବା କଥା କହି ଗତ କାଲି ସେ ଆଉ ଜଣେ ପିଲା ସହ ଲୁଚି ପଳାଇଥିଲେ । ଆଉ ଏହାପରେ ତାଙ୍କ ସ୍ୱାମୀଙ୍କର କାନ୍ଦ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସ୍ତ୍ରୀର ଫୋଟ ଦେଖି ବିଛଣା ଉପରେ ଗଡି ଗଡି କାନ୍ଦୁଛନ୍ତି ସେ ।

ଏହି ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । କିପରି ସ୍ତ୍ରୀଙ୍କୁ ହରାଇ ସ୍ୱାମୀ କାନ୍ଦୁଛନ୍ତି ଏହାକୁ ସମସ୍ତେ ଦେଖୁଛନ୍ତି । ତେବେ ଏହି କଥାରେ ବିଶିଷ୍ଟ ନେତା ସୁର ରାଉତରାୟଙ୍କର ମନ୍ତବ୍ୟ ଟିକିଏ ନିଆରା ଥିଲା । ସେ କହିଥିଲେ କି ଏତେ ସୁନ୍ଦୁରିଆ ପିଲା ହୋଇ କାନ୍ଦୁଛ କଣ । ଆହୁରି କେତେ ଝିଅ ମିଳିଯିବେ । ତୁମକୁ କଣ ଖରାପ ଲାଗୁନାହିଁ । ସେ ଆହୁରିମଧ୍ୟ ଅନୁଭବ ମହାନ୍ତିଙ୍କ ଉପରେ କହିଛନ୍ତି କି, ଅନୁଭବ ମଧ୍ୟ ଏତେ ସୁନ୍ଦର ପିଲା ହୋଇ, ଧନୀ ଘରର ପିଲା ହୋଇ କାନ୍ଦୁଛନ୍ତି । ଏଥିପାଇଁ ଲଜ୍ଜା ଲାଗିବା କଥା ।

Leave a Reply

Your email address will not be published. Required fields are marked *