ପ୍ଲିଜ ମୋ ପ୍ରେମିକଙ୍କୁ ମାରନି। ପ୍ରେମିକଙ୍କୁ କୁଣ୍ଢାଇ ପକାଇ ଭୋ ଭୋ ହେଇ କାନ୍ଦିଲା ପ୍ରେମିକ

କିଏ ପ୍ରେମ କରି ଧୋକା ଦେଉଛି ତ ଆଉ କିଏ ପ୍ରେମରେ ପ୍ରତାରଣା କରି ଅଧା ବାଟରୁ ପ୍ରେମିକର ହାତ ଛାଡି ଦେଉଛି। ହେଲେ ବର୍ତ୍ତମାନ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଯିଏ ବି ଦେଖୁଛନ୍ତି କହୁଛନ୍ତି ଭଲ ପାଇବ ତ ଠିକ ଏମିତି। ପ୍ରେମିକଙ୍କୁ ବଞ୍ଚାଇବାକୁ ଯାଇ ପ୍ରେମିକା ଜଣଙ୍କ ନିରୁପାୟ ହୋଇ କୁଣ୍ଡାଇ ପକାଇ କହୁଥିଲା ମୋ ପ୍ରେମିକର କିଛି କରନି। ମୋ ପ୍ରେମିକକୁ ମାରନି ଆମେ କିଛି ଭୁଲ କରିନୁ ଆମେ କେବଳ ଦୁହେଁ ଦୁହିଁଙ୍କୁ ମନ ପ୍ରାଣ ଦେଇ ଭଲ ପାଉଥିଲୁ।

ଏଭଳି ଘଟଣା ସାମ୍ନାକୁ ଆସିଛି ବିହାରର କଟିହାରରେ। ଭିଡ଼ିଓରେ ଦେଖିବାକୁ ମିଳୁଛି କି ସହ ସହ ଲୋକେ ଏକଜୁଟ ହୋଇ ଯୁବକଙ୍କୁ ମାଡ଼ ମାରିବାକୁ ଲାଗି ପଡିଛନ୍ତି। ଶେଷରେ ପ୍ରେମିକା ଜଣଙ୍କ ସମସ୍ତଙ୍କୁ ନେହୁରା ହେଉଛନ୍ତି ତାଙ୍କ ପ୍ରେମିକଙ୍କୁ ମାଡ଼ ନମାରିବା ପାଇଁ। ହେଲେ ପ୍ରେମିକାଙ୍କ କଥା କେହି ଶୁଣୁ ନାହାଁନ୍ତି ଲୋକେ ଏମିତି ଉତ୍କ୍ଷିପ୍ତ ଅଛନ୍ତି ଯେମିତି ଲାଗୁଛି ଏ ମାନେ କୌଣସି ଏକ ବଡ଼ ଧରଣର ଅଘଟଣ ଘଟାଇ ଦେଇଛନ୍ତି। ମାତ୍ର ସେମାନଙ୍କ ଅପରାଧ ଏହିଆ ଯେ ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି। ଦୁହେଁ ଦୁହିଁଙ୍କୁ ବିବାହ କରିବାକୁ ଚାହାଁନ୍ତି। ଆଉ ଏଇ ଭୁଲ ପାଇଁ ତାଙ୍କୁ ରାସ୍ତା ମଝିରେ ଅପରାଧୀ ସଜାଇ ଦିଆଯାଇଛି। ଶେଷରେ ସମସ୍ତଙ୍କୁ ଅନୁରୋଧ କରି କରି ଥକି ଯିବା ପରେ ଯୁବକଙ୍କୁ କୁଣ୍ଡାଇ ପକାଇଛନ୍ତି।

ହେଲେ ତଥାପି ଲୋକଙ୍କ କବଳରୁ ସେ ନିଜ ପ୍ରେମିକଙ୍କୁ ଉଦ୍ଧାର କରି ପାରିନଥିଲେ ପ୍ରେମିକା। ଶେଷରେ ପୋଲିସ ପହଞ୍ଚି ଦୁଇ ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିଥିଲେ। ତେବେ ସୂଚନା ଅନୁଯାୟୀ ଫାଲକା ପୋଲିସ ଷ୍ଟେସନ ଅଞ୍ଚଳର ଲକ୍ଷ୍ମୀପୁର ଗ୍ରାମର ବାସିନ୍ଦା ଅଟନ୍ତି ବବନ ଚୌଧୁରୀ ତେବେ ସେ ଦୁଇ ବର୍ଷ ପୂର୍ବରୁ ଆରତୀଙ୍କୁ ବିବାହ କରିଥିବା ବେଳେ ତାଙ୍କ ପରିବାର ବେଶ ହସ ଖୁସିରେ ଚାଲିଥିଲା। ମାତ୍ର ହଟାତ ପରିବାର ଭିତରେ ବିବାଦ ଦେଖା ଦେବାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନ ମାଳିନ୍ୟ ଦେଖିବାକୁ ମିଳିଥିଲା।

ତେବେ ଏହା ପରେ ଆରତୀ ସେହି ଗ୍ରାମର ଏକ ଜୁବକଙ୍କୁ ପ୍ରେମ କରି ତାଙ୍କ ସହ ଗ୍ରାମରୁ ଫେରାର ହୋଇଯାଇଥିଲେ ପରେ କିଛି ଦିନ ପରେ ଆରତୀ ଓ ତାଙ୍କ ପ୍ରେମିକ ନିଜ ଗ୍ରାମକୁ ଫେରିଥିବା ବେଳେ ବବନ ଙ୍କ ପରିବାର ଲୋକେ ଓ ଗ୍ରାମବାସୀ ପ୍ରେମିକଙ୍କୁ ଆକ୍ରମଣ କରିଥିଲେ ତେବେ ପ୍ରେମିକଙ୍କୁ ଆକ୍ରମଣରୁ ବଞ୍ଚାଇବାକୁ ଯାଇ ଆରତୀ ଯୁବକଙ୍କୁ ଜାବୁଡି ଧରି ତାଙ୍କୁ ମାଡ଼ ନ ମାରିବା ପାଇଁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *