ଧୀରୁଭାଇ ଅମ୍ବାନୀଙ୍କ ପିଲାଦିନ ଏହି ଘରେ ରହୁଥିଲେ , ଦେଖନ୍ତୁ ୧୦୦ ବର୍ଷ ତଳର ପୁରୁଣା ଘର ବର୍ତ୍ତମାନ କେମିତି ଦେଖାଯାଉଛି।

ଦେଶର ସବୁଠାରୁ ଧନୀ ପରିବାର କଥା କୁହାଗଲେ ଅମ୍ବାନୀ ପରିବାର କଥା ଆଗ ଆସିବ। ପ୍ରଥମେ ଧୀରୁଭାଇ ଅମ୍ବାନୀ ନିଜ ସ୍ଵପ୍ନକୁ ପୁରା କରିଥିଲେ ଏବଂ ପରେ ତାଙ୍କର ଦୁଇ ପୁଅ ମୁକେଶ ଅମ୍ବାନୀ ଏବଂ ଅନିଲ ଅମ୍ବାନୀ ନିଜ ପିତାଙ୍କ ଉତ୍ତରାଧିକାରୀ ବହନ କଲେ। ଧୀରୁଭାଇ ଅମ୍ବାନୀ ୨୮ ଡିସେମ୍ବର ୧୯୩୨ ରେ ଗୁଜୁରାଟର ଚୋରୱାଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଏକ ଗରିବ ଘରେ ଜନ୍ମ ହେଇ ମଧ୍ୟ ସେ ଅନେକ ନାମ ଏବଂ ଧନ ଅର୍ଜନ କରିଥିଲେ।

ଆଜି ଆମେ ଆପଣଙ୍କୁ ଅମ୍ବାନୀ ପରିବାରର ୧୦୦ ବର୍ଷର ପୁରୁଣା ଘର ଦେଖାଇବାକୁ ଯାଉଛୁ। ବର୍ତ୍ତମାନ ଏହା ଧିରୁଭାଇ ଅମ୍ବାନୀ ମେମୋରିଆଲ୍ ଭାବରେ ଜଣାଶୁଣା। ଏଠାରେ ଆପଣ ଅମ୍ବାନୀ ପରିବାର ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଦେଖିବାକୁ ପାଇବେ। ଏହା ସେହି ଘର ଯେଉଁଠାରେ ଧୀରୁଭାଇ ଅମ୍ବାନୀ ତାଙ୍କ ପିଲାଦିନ ବିତାଇଥିଲେ। ସେ ମାତ୍ର ୫୦୦ ଟଙ୍କା ହାତରେ ଧରି ଏହି ଘରୁ ବାହାରି ଯାଇଥିଲେ। ତା’ପରେ ସେ ନିଜର ବ୍ୟବସାୟକୁ ସାରା ବିଶ୍ୱରେ ବିସ୍ତାର କଲେ।

ଧୀରୁଭାଇ ଅମ୍ବାନୀ ୧୯୫୫ ରେ କୋକିଲା ବେନଙ୍କୁ ବିବାହ କଲେ। ବିବାହ ପରେ ଧୀରୁଭାଇ ତାଙ୍କୁ ଏହି ଘରକୁ ଆଣିଲେ। କିଛି କାମ ସଂପର୍କରେ ଧୀରୁଭାଇଙ୍କୁ ୟେମେନ ଯିବାକୁ ପଡ଼ିଲା। ଏଭଳି ପରିସ୍ଥିତିରେ କୋକିଲା ବେନ୍ ପ୍ରାୟ ୮ ବର୍ଷ ଧରି ଏହି ଘରେ ରହିଲେ।

୬ ଜୁଲାଇ ୨୦୦୨ ରେ ଧିରୁଭାଇଙ୍କର ଦେହାନ୍ତ ହେଇଗଲା| ତା’ପରେ, ଚୋରୱାଡା ଗ୍ରାମରେ ଥିବା ପୈତୃକ ଘରକୁ ବେନ ସ୍ୱାମୀଙ୍କ ସ୍ମୃତିରେ ଧୀରୁଭାଇ ଅମ୍ବାନୀ ମେମୋରିଆଲରେ ପରିଣତ କରିଦେଲେ। ଏହି ଘରଟି ଦୁଇ ଭାଗରେ ବିଭକ୍ତ। ପ୍ରଥମ ଭାଗରେ ଅମ୍ବାନୀ ପାରିବାର ଯିବା ଆସିବା କରନ୍ତି ଏବଂ ରୁହନ୍ତି। ଅନ୍ୟ ଅଂଶଟି ପର୍ଯ୍ୟଟକଙ୍କ ପାଇଁ।

ଏହି ଘରେ ଏକ ସ୍ମରଣିକା ଦୋକାନ ଅଛି ଯେଉଁଠାରେ ଆପଣ ଅମ୍ବାନୀ ପରିବାର ସହିତ ଜଡିତ ଅନେକ ଜିନିଷ ଦେଖିବାକୁ ପାଇବେ। ଆଜିବି କୋକିଳା ବେନ୍ ଆସି ସ୍ୱାମୀଙ୍କୁ ମନେ ପକାଇ ଏହି ଘରେ କିଛି ସମୟ ଅତିବାହିତ କରନ୍ତି। ଏଠାରେ ତାଙ୍କର ଅତୀତର ସ୍ମୃତି ଅଛି ଅମ୍ବାନୀ ପରିବାର ଏହି ଘରକୁ ଯତ୍ନ ସହକାରେ ପରିଚାଳନା କରନ୍ତି।

ଏହି ଘରର ଦୃଶ୍ୟ ବହୁତ ସୁନ୍ଦର। ଘରର ଆଗରେ ବହୁତ ସୁନ୍ଦର ବଗିଚା ଅଛି। ଘର ଚାରିପାଖରେ ସବୁଜତା ଅଛି। ଏଥି ପାଇଁ ଏଠାରେ ବୁଲିବାରେ ଗୋଟେ ଅଲଗା ପ୍ରକର ମଜା ଥାଏ। ଉଦ୍ୟାନର ଏକ ଅଂଶ ପର୍ଯ୍ୟଟକଙ୍କ ପାଇଁ ଅନ୍ୟପଟ ଅମ୍ବାନୀଙ୍କ ପରିବାର ପାଇଁ। ଘରେ ଏକ ବାରଣ୍ଡା, ରହିବା ପ୍ରକୋଷ୍ଠ, ଗେଷ୍ଟ ରୁମ୍ ଏବଂ ରୋଷେଇ ଘର ମଧ୍ୟ ଅଛି।

Leave a Reply

Your email address will not be published. Required fields are marked *