ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା ଏବଂ ପୁଅକୁ ମିଳିଲା ଚାକିରୀ , କିନ୍ତୁ ମୋ ମଠାରୁ ଲିଭିଗଲା ସିନ୍ଦୁର…

ଦୁଃଖ ହଠାତ୍ ଆସିଲା ଆଉ ଭସାଇ ଦେଲା ପୁରା ପରିବାରକୁ । କାହା ଆଖିରୁ ଶୁଖୁ ନାହିଁ ଲୁହ । ପରିବାରର ମୁଖିଆଙ୍କୁ ହରାଇ ଭାଙ୍ଗି ପଡ଼ିଛି ପୁରା ପରିବାର । ସମସ୍ତେ ସ୍ତବ୍ଧ ହୋଇ ଯାଇଛନ୍ତି । ହଠାତ୍ ଘର ଏପରି ଉଜୁଡ଼ି ଯିବ ବୋଲି କିଏ ଜାଣିଥିଲା । ହଠାତ ଝଡ ଆସି ଭାଙ୍ଗି ଦେଲା ସୁନାର ସଂସାର । ପୁଅ ଠାରୁ ଅଲଗା କରିଦେଲା ବାପାକୁ ଆଉ ସ୍ତ୍ରୀ ଠାରୁ ତାର ସ୍ବାମୀଙ୍କୁ । ସବୁଦିନ ପରି ଆଜି ମଧ୍ୟ ସକାଳର ସୂର୍ଯ୍ୟ ଉଦୟ ହୋଇଥିଲା ଆଉ ଖୁସି ଆରମ୍ଭ ହୋଇଥିଲା କିନ୍ତୁ ସବୁକିଛି ସରିଗଲା ।

ଲିଭିଗଲା ଜୀବନର ଦୀପ । କୁଆଡେ ଆସିଲା ଟ୍ରକ ଆଉ ସାରିଦେଲା ସବୁକିଛି । ତେବେ ଏପରି ଏକ ଦୁଃଖଦ ଘଟଣା ଆଜି ସକାଳେ ଘଟିଯାଇଛି ଭୁବନେଶ୍ୱର ଉପଖଣ୍ଡ ଦାରୁଖଣ୍ଡ ଡ୍ରମ୍ପିଂ ୱାର୍ଡ ନିକଟରେ । ସବୁଦିନ ପରି ଆଜି ମଧ୍ୟ ନିଜ ପୁଅ ପାଖକୁ ଖାଇବା ଟିଫିନ୍ ନେଇ ଯାଉଥିଲେ ବାପା । କିନ୍ତୁ ଟ୍ରକ୍ ଆସି ତାଙ୍କୁ ଧକ୍କା ଦେଇଥିଲା ଆଉ ଘଟଣା ସ୍ଥଳରେ ହିଁ ଚାଲି ଯାଇଥିଲା ବାପାଙ୍କ ଜୀବନ । ତେବେ ଏହି ବାପା ଜଣକ ହେଉଛନ୍ତି ରାମ ଗାଗାରି । ନିଜର ସାଇକେଲ ଧରି ପୁଅ ପାଖକୁ ଯାଉଥିଲେ ଖାଇବା ଟିଫିନ୍ ନେଇ ।

କିନ୍ତୁ ପୁଅ ପାଖକୁ ପହଞ୍ଚି ପାରିନଥିଲେ । ଅଧା ବାଟରେ ତାଙ୍କ ଜୀବନ ଦୀପ ଅଟକି ଯାଇଥିଲା । ହଠାତ ରାସ୍ତା ଆରପାଖରୁ ଏକ ଅଳିଆ ଭରା ଟ୍ରକ୍ ଆସି ରାମଙ୍କୁ ଦେଇଥିଲା ଧକ୍କା । ଆଉ ଟ୍ରକ୍ ଚକା ତଳେ ଚାପି ହୋଇ ଯାଇଥିଲେ ରାମ । ସାଙ୍ଗେ ସାଙ୍ଗେ ତାଙ୍କ ପ୍ରାଣ ବାୟୁ ଉଡ଼ି ଯାଇଥିଲା । ତେବେ ଘଟଣା ସ୍ଥଳରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଲୋକମାନେ ରାସ୍ତା ଉପରେ ଶବ ରଖି ରାସ୍ତା ରୋକ କରିଥିଲେ ଏବଂ ନ୍ୟାୟ ଦାବି କରିଥିଲେ ।

ତେବେ ଏହାପରେ ସୂଚନା ପାଇ ଚନ୍ଦକା ଥାନା ଅଞ୍ଚଳର ପୋଲିସ କମିଶନର , ସ୍ଥାନୀୟ ବିଧାୟକ , ମେୟର ଆଦି ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ । ଆଉ ଲୋକ ମାନଙ୍କୁ ଅନେକ ବୁଝା ବୁଝି କରିଥିଲେ । ଏହାପରେ ବି ସେମାନେ ରାସ୍ତା ଛାଡି ନଥିଲେ , ଯାହାଦ୍ଵାରା ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ତେବେ ଶେଷରେ ସରକାର ରାମଙ୍କ ପୁଅକୁ ଏକ ଚାକିରୀ ଏବଂ ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦେବାର ଘୋଷଣା କରିବାରୁ ଲୋକ ମାନେ ରାସ୍ତା ଛାଡି ଦେଇଥିଲେ ଆଉ ତାପରେ କଥାଟି ସମାଧାନ ହୋଇଥିଲା ।

Leave a Reply

Your email address will not be published. Required fields are marked *