ପରୀକ୍ଷା ଦେବାକୁ ସ୍ୱାମୀ ସ୍କୁଟିରେ ଆସିଲା ସ୍ତ୍ରୀ, ବୟଫ୍ରେଣ୍ଡ କରରେ ଫେରାର ହୋଇଗଲା ସାବିତ୍ରୀ…

ସାବିତ୍ରୀ ପରଦିନ ଆଉ ଏକ ପୁରୁଷ ସହ ବୋହୁ ଫେରାର । ଆଉ ଏଭଳି ଖବରକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ପରିବାର ଲୋକେ । ଆଉ ଏଥିପାଇଁ ପୁରାପୁରି ଭାଙ୍ଗି ପଡିଛନ୍ତି ସ୍ୱାମୀ । ନିଜ ସ୍ତ୍ରୀକୁ ଏଭଳି ଆଉ ଏକ ପର ପୁରୁଷ ସହ ଯିବା ଦେଖି ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି ବ୍ୟକ୍ତି ଜଣକ । ଆଉ ଦୁଃଖରେ ଛଟପଟ ହେଉଛନ୍ତି । ବର୍ତ୍ତମାନ ତାଙ୍କ ପାଖରେ ଆଉ କିଛି ନାହିଁ । କେବଳ ନିଜ ସ୍ତ୍ରୀର ଫୋଟକୁ ଦେଖି ଜୋରସୋରରେ କାନ୍ଦିବାରେ ଲାଗିଛନ୍ତି ବ୍ୟକ୍ତି ଆଉ କହୁଛନ୍ତି ଧନ ଲୋ ଫେରିଆ ।

ତେବେ ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ଭଦ୍ରକ ଜିଲ୍ଲାର ଧୂସୁରି ଥାନା ଅଞ୍ଚଳରୁ ଏଭଳି ଖବର ସାମ୍ନାକୁ ଆସିଅଛି । ସୂଚନା ମୁତାବିକ ଏହି ଅଞ୍ଚଳର ଦେବବ୍ରତ ଗୋଛାୟତଙ୍କ ପୁଅ ରାହୁଲ ଗୋଛାୟତ ଛଅ ମାସ ପୂର୍ବରୁ ବ୍ରାହ୍ମଣୀପାଳ ଅନ୍ତର୍ଗତ ବଳରାମ ପଣ୍ଡାଙ୍କ ଝିଅ ହରପ୍ରିୟାଙ୍କୁ ଦୁଇ ବର୍ଷ ଧରି ପ୍ରେମ କରିବାପରେ ଛଅ ମାସ ପୂର୍ବରୁ ବିବାହ କରିଥିଲେ । ଆଉ ତାପରେ ହରପ୍ରିୟା ବିବାହ କରିସାରିବା ପରେ ପାଠ ପଢିବେ ବୋଲି ଜିଦ୍ ଧରି ବସିଥିଲେ ।

ତେବେ ହରପ୍ରିୟାଙ୍କ କଥାକୁ ତାଙ୍କ ଶାଶୁ ଘର ଲୋକ ମନା କରି ପାରିନଥିଲେ ଆଉ ତାଙ୍କ କଥା ମାନି ସ୍ୱାମୀ ତାଙ୍କୁ ଆଖଣ୍ଡଳମଣି ମହାବିଦ୍ୟାଳୟର କଳା ବିଭାଗରେ ଭର୍ତ୍ତି କରାଇଥିଲେ । ତେବେ କିଛି ଦିନ ପୂର୍ବରୁ ତାଙ୍କର ପରୀକ୍ଷା ଚାଲିଥିଲା । ଆଉ ସେଥିପାଇଁ ସ୍ୱାମୀ ତାଙ୍କୁ ନିଜ ସ୍କୁଟିରେ ବସାଇ ପରୀକ୍ଷା ଦେବା ପାଇଁ ନେଇ ଯାଉଥିଲେ । ସବୁଦିନ ଭଳି କାଲି ମଧ୍ୟ ପରୀକ୍ଷା ଦେବା ପାଇଁ ହରପ୍ରିୟା ସ୍ୱାମୀଙ୍କ ସହିତ ଯାଇଥିଲେ । ଆଉ ପରୀକ୍ଷା ଶେଷ ହେବା ବେଳକୁ ରାହୁଲ ବାହାରେ ଅପେକ୍ଷା କରିଥିଲେ । କିନ୍ତୁ ହଠାତ ଦେଖିଲା ବେଳକୁ ହରପ୍ରିୟା ଆଉ ଜଣେ ପୁରୁଷଙ୍କ କାରରେ ବସି ଚାଲିଗଲେ । ଆଉ ରାହୁଲ ଯେତେ ଡାକିଲେ ବି ସେ ଶୁଣିଲେ ନାହିଁ ।

ଏହାପରେ ରାହୁଲ କାରର ପିଛା କରିଥିଲେ କିନ୍ତୁ ପାଇ ନଥିଲେ । ତେବେ ହଠାତ ହରପ୍ରିୟାଙ୍କର ଏଭଳି କାରନାମା ସମସ୍ତଙ୍କୁ ନିସ୍ତବ୍ଧ କରିଦେଇଛି । ଆଉ ରାହୁଲଙ୍କ ପାଖରେ କାନ୍ଦିବା ଛଡା ଆଉ କୌଣସି ବାଟ ନାହିଁ। ଏପଟେ ପୁଅର ଏଭଳି ଅବସ୍ଥାକୁ ଦେଖି ବାପା ମାଆ ମଧ୍ୟ ଭାଙ୍ଗି ପଡିଛନ୍ତି । ଆଉ କହିଛନ୍ତି କି ,ଯେଉଁ ଝିଅକୁ ବିବାହ କରିବାପାଇଁ ସେ ଘର ଛାଡ଼ି ପଳାଇଥିଲେ ଆଜି ସେ ଏଭଳି କାମ କରିବେ ବୋଲି ବିଶ୍ଵାସ କରି ହେଉନାହିଁ ।

ତେବେ ଛଅ ମାସ ପୂର୍ବରୁ ଉଭୟଙ୍କୁ ପୁରୀ ମନ୍ଦିରରେ ରାହୁଲଙ୍କ ବାପା ବାହା କରାଇଥିଲେ ଆଉ ନିଜ ଘରର ବୋହୁ ରୂପରେ ସ୍ୱୀକାର କରି ଘରକୁ ଆଣିଥିଲେ । ଆଉ ଶାଶୁ ମଧ୍ୟ ନିଜ ପରିବାରର ଗୋଟିଏ ବୋହୂକୁ ବହୁତ ଭଲ ପାଉଥିଲେ ଆଉ ତାଙ୍କ ଖୁସିରେ ଖୁସି ହେଉଥିଲେ । କିନ୍ତୁ ହଠାତ ଏଭଳି କାରନାମା ସମସ୍ତଙ୍କୁ ଚୁପ୍ କରିଦେଇଛି । ତେବେ ବର୍ତ୍ତମାନ ଭଦ୍ରକ ଥାନାରେ ଏ ବିଷୟରେ ଏକ ମାମଲା ରୁଜୁ କରାଯାଇଛି । ଆଉ ବୋହୂକୁ ଫେରାଇ ଆଣିବା ପାଇଁ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *