ସରପଞ୍ଚଙ୍କ ଟାହିଟାପରା ସହି ନପାରି ଶେଷରେ ଆ-ତ୍ମହ-ତ୍ୟା କଲେ ଯୁବତୀ :-

ଲୋକଙ୍କ ଅ-ତ୍ୟାଚ-ର , ନିର୍ଯା-ତନା ଏତେ ଅଧିକ ହୋଇଯାଏ ଯେ ଶେଷରେ ଗୋଟିଏ ନି-ରୀହ ଜୀବନ ନିଜର ଜୀବନ ହାରି ଦିଏ । ଏଣୁତେଣୁ କଥା କହିବା ସମୟରେ ଲୋକେ ଭାବନ୍ତି ନାହିଁ ଯେ କଟୁ କଥା କାହା ମନରେ କେତେ ଆ-ଘାତ ଦିଏ । ଲୋକ ବା ଆଉ କେତେ ସହ୍ୟ କରି ପାରିବ ? ଶେଷରେ ଲୋକଙ୍କ ଟାହି ଟାପରା ସହ୍ୟ ନକରିପାରି ପିଙ୍କି ଆ-ତ୍ମହ-ତ୍ୟା କରିଛି । ତେବେ ଏମିତି ଏକ ଘ-ଟଣା କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥା-ନା ଅନ୍ତର୍ଗତ ମୋହମୁଦା ଗ୍ରାମରେ ଘଟିଯାଇଛି ।

ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ମୋହମୁଦା ଗ୍ରାମର ସୁଧାଂଶୁଶୁଭଦର୍ଶିନୀ ସ୍ବାଇଁ ଅର୍ଥାତ ପିଙ୍କି ନାମକ ଜଣେ ଯୁବତୀ ଆ-ତ୍ମହ-ତ୍ୟା କରିଛନ୍ତି । ଯେଉଁ ଘ-ଟଣା କାରଣରୁ ବର୍ତ୍ତମାନ ସମୟରେ ସେଠାକାର ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି । ପିଙ୍କିଙ୍କ ବିଷୟରେ କହିବାକୁ ଗଲେ ସେ ଦେଖିବାକୁ ଯେମିତି ସୁନ୍ଦର ତାଙ୍କ ଗୁଣ ମଧ୍ୟ ସେହିପରି । ନିଜେ ସିଲେଇ ଶିଖି ଥିବାରୁ ନିଜ ପ୍ରଶିକ୍ଷଣକୁ କାମରେ ଲଗାଉଥିଲେ ଏବଂ ସେଥିରେ ତାଙ୍କୁ ପାରି-ଶ୍ରମିକ ମଧ୍ୟ ମିଳୁଥିଲା । ସମସ୍ତଙ୍କ ଘରେ କୌଣସି ସିଲେଇ କାମ ଥିଲେ ପିଙ୍କିହି କାମ କରି ଦେଉଥିଲା । ତେଣୁ ସେ ଗାଁ ଛକରେ ଏକ ଦୋକନ ବି ଖୋଲିଥିଲେ । ବେଶ ଭଲରେ ନିଜ ସେଳେଇ କୌଶଳ ଦେଖାଉଥିଲା ପିଙ୍କି ଏବଂ ତାର ପାରିଶ୍ରମିକ ମଧ୍ୟ ପାଉଥିଲା । ସେଥିପାଇଁ ଗାଁ ଲୋକଙ୍କର ସେ ଭାରି ପ୍ରିୟ ଥିଲେ ।

ଏମିତିକି କାମ ସରିବା ପରେ ଲୋକଙ୍କ ଘରକୁ ଯାଇ ଜିନିଷ ଦେଇ ଆସୁଥିଲା । କିନ୍ତୁ ଗତ ଜୁନ ୧୭ ତାରିଖରେ ସ୍ଥାନୀୟ ସରପଞ୍ଚଙ୍କ ସହ ତାଙ୍କ ପରିବାରର ଲୋକଙ୍କର କୌଣସି କଥାକୁ ନେଇ ବି-ବାଦ ହୋଇଥିଲା । ଯେଉଁ ଘ-ଟ-ଣା ପୋ-ଲିସ ଷ୍ଟେ-ସନ ପର୍ଯ୍ୟନ୍ତ ଯାଇଥିଲା । ତେବେ ପୋ-ଲିସ ଷ୍ଟେସ-ନରେ ସମାଧାନ ପରେ ଯେତେବେଳେ ପରିବାର ଲୋକେ ଘରକୁ ଆସିଲେ ସେତେବେଳେ ସରପଞ୍ଚଙ୍କ ସମର୍ଥକ ମାନେ ନାନା ପ୍ରକାରର କଥା କହିବାକୁ ଲାଗିଲେ ।

ତଥାପି ପରିବାର ଲୋକେ ତାହା ସହି ଯାଉଥିଲେ । କିନ୍ତୁ ପିଙ୍କିଙ୍କୁ ଏତେ ଟାହି ଟାପରା ସହ୍ୟ ହେଉନଥିଲା । ତେଣୁ ସେ ଗତକାଲି ନିଜ ମାଙ୍କୁ ଦୋକନକୁ ଯିବେନି ବୋଲି ମନା କରି ଘରେ ରହିଥିଲେ । ପିଙ୍କିଙ୍କ ମା ଦୋକାନକୁ କେବଳ ୧୦ ମିନିଟ ପାଇଁ ପୂଜା କରିବାକୁ ଯାଇଥିଲେ । ସେଇ ୧୦ ମିନିଟ ମଧ୍ୟରେ ପିଙ୍କି ନିଜ ଜୀବନ ହାରି ଦେବାକୁ ନିଷ୍ପତ୍ତି ନେଇଥିଲା । ମା ଆସି ଘରକୁ ଦେଖେତ ଯେଉଁ ଝିଅ ଏଇ କିଛି ସମୟ ଆଗରୁ ଆଖି ଆଗରେ କଥା ହେଉଥିଲା ସେ ଆଉ କେବେ କଥା ହୋଇ ପାରିବ ନାହିଁ । ପୋ-ଲି-ସକୁ କଲ କରି ମା ‘ ଟି କା-ନ୍ଦି କା-ନ୍ଦି ସମାଧାନ କଣ ମାଗିଛନ୍ତି । ଝିଅର ମୃ-ତ୍ୟୁରେ ମା ‘ କାନ୍ଦି ଗଡ଼ି ଯାଉଛି । ଦେଖିଲେ କଷ୍ଟ ଲାଗିଲେ ବି ତା ଭିତରେ ଥିବା ଯ-ନ୍ତ୍ର-ଣାକୁ କେବଳ ତା ବ୍ୟତୀତ ଆଉ କେହି ସହ୍ୟ କରି ପାରିବେ ନାହିଁ । ସାମାନ୍ୟ ବି-ବା-ଦ ପରେ ଲୋକଙ୍କ ଟାହିଟାପରା ଏବଂ କମେଣ୍ଟ ଏତେ ଅସ-ହ୍ୟ ହେଲା ଯେ ଲୋକଙ୍କ ପ୍ରିୟ ପିଙ୍କି ସବୁଦିନ ପାଇଁ ଦୁନିଆ ଛାଡ଼ିବାକୁ ନିଷ୍ପତ୍ତି ନେଲେ ।

Leave a Reply

Your email address will not be published. Required fields are marked *