ପିଣ୍ଟୁ ନନ୍ଦଙ୍କୁ ପତ୍ନୀଙ୍କ ଶେଷ କଲ ।

ହସ୍ପିଟାଲର ବେଡ଼ରେ ଥିଲେ ଅଭିନେତା ପିଣ୍ଟୁନନ୍ଦ । ଆଉ ଏହି ସମୟରେ ପତ୍ନୀ ଶିଳ୍ପା ପିଣ୍ଟୁନନ୍ଦଙ୍କ ପାଖକୁ ଶେଷ ଥର ପାଇଁ ଫୋନ କରିଥିଲେ । ଆଉ ଏହି ଫୋନ କଲରେ ଦୁହେଁ ଅନେକ ସମୟ ପର୍ଯ୍ୟନ୍ତ କଥା ହୋଇଥିଲେ । ବଡ଼ ପୁଅ ସାଇର ଭବିଷ୍ୟତକୁ ନେଇ ଚିନ୍ତିତ ଥିଲେ ପିଣ୍ଟୁନନ୍ଦଙ୍କ ପତ୍ନୀ ଶିଳ୍ପା । ଆଉ ଏହା ପରେ ପିଣ୍ଟୁନନ୍ଦ ଓ ପତ୍ନୀ ଶିଳ୍ପାଙ୍କ ମଧ୍ୟରେ ଅନେକ ସମୟ ଧରି ବାର୍ତା ଆଳାପ ଚାଲିଥିଲା । ପିଣ୍ଟୁନନ୍ଦଙ୍କୁ ପତ୍ନୀ କହୁଥିଲେ ସାଇର ଏଇ ଥର ପରୀକ୍ଷା ସରିଲେ ତାକୁ ବାହାରକୁ ପଢିବା ପାଇଁ ଛାଡିବା

ପିଣ୍ଟୁନନ୍ଦ ମଧ୍ୟ ପତ୍ନୀଙ୍କ ଏହି କଥାରେ ସହମତି ପ୍ରକାଶ କରିଥିଲେ । ପୁଅକୁ ଅଷ୍ଟ୍ରେଲିଆ ପଠାଇବା ପାଇଁ ପିଣ୍ଟୁନନ୍ଦ କହିଥିଲେ । ବାହାରେ ପୁଅ ପାଠ ପଢିଲେ ତାର କ୍ୟାରିଅର ଅଛି ବୋଲି କହି ପିଣ୍ଟୁନନ୍ଦ ଓ ତାଙ୍କ ସ୍ତ୍ରୀଙ୍କର ଅନେକ ସମୟ ପର୍ଯ୍ୟନ୍ତ ଫୋନରେ ଦୁହେଁ କଥା ହୋଇଥିଲେ । ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବ-ସ୍ଥା କିପରି ଅଛି । ସେ କଣ କରୁଛନ୍ତି । ଖାଇଛନ୍ତି ନା ନାହିଁ । ସେ ସବୁ କିଛି ପଚାରି ବୁଝିଥିଲେ ପତ୍ନୀ ।

ଆଉ ଏହି ସମୟରେ ଏମିତି ଲାଗୁନଥିଲା ଯେମିତି ପିଣ୍ଟୁନନ୍ଦ ଶେଷ ଥର ପାଇଁ ତାଙ୍କ ପତ୍ନୀଙ୍କ ସହ କଥା ହେଉଛନ୍ତି ବୋଲି । ନା ପିଣ୍ଟୁନନ୍ଦ ଜାଣିଥିଲେ ସେ ଏ ଦୁନିଆ ଛାଡି ଚାଲିଯିବେ ବୋଲି । ନା ହିଁ ପତ୍ନୀ ଜାଣିଥିଲେ ସେ ଏ ଦୁନିଆ ଛାଡି ଚାଲିଯିବେ ବୋଲି । ହେଲେ ବି ଦୁହେଁ ଦୁହିଁଙ୍କ ସହ ପୁଅର ଭବିଷ୍ୟତକୁ ନେଇ ହେଉ ପଛେ କିଛି ସମୟ ମନ ଭରି କଥା ହୋଇଥିଲେ । ଏହି ସମୟରେ ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏତେ ଖରାପ ଥିଲା ବୋଲି ଅନୁମାନ ବି କରି ପାରୁନଥିଲେ ପତ୍ନୀ ।

ଆଶା ଥିଲା ଦେହ ଖରାପ ହୋଇଛି ପୁଣିଥରେ ଠିକ ହୋଇଯିବ । ପୁଣିଥରେ ପିଣ୍ଟୁନନ୍ଦ ସୁସ୍ଥ ହୋଇ ଫେରିଆସିବେ ଘରକୁ । ଆଉ ବଡ଼ ପୁଅ ସାଇର ଯତ୍ନ ନେବା ସହିତ ତାକୁ ପାଠ ପଢ଼ାଇବେ । ହେଲେ ସତେ ଯେମିତି ସବୁ ଆଶା ଆଶାରେ ହିଁ ରହିଗଲା । ବଡ଼ ପୁଅ ସାଇ ସାନ ପୁଅକୁ ନେଇ ଦେଖିଥିବା ସ୍ୱପ୍ନ ଯେମିତି ଅଧୁରା ହୋଇଗଲା । ଏହି ଶେଷ କଲ ପରେ ପରେ ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ଗୁରୁ-ତର ହୋଇପଡୁଥିଲା ।

ଆଉ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ତାଙ୍କୁ ଭୁବନେଶ୍ୱର ରୁ ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ମଧ୍ୟ ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଆସିନଥିଲା ଆଉ ଶେଷରେ ପିଣ୍ଟୁନନ୍ଦଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା । ମାତ୍ର ସେଠାରେ ପହଂଚିବାର ଦିନ କେଇଟା ଯାଇନି ପିଣ୍ଟୁନନ୍ଦଙ୍କ ମୃ-ତ୍ୟୁ ଘଟିଯାଇଥିଲା । ଆଉ ଏହା ପରେ ପିଣ୍ଟୁନନ୍ଦଙ୍କ ସ୍ତ୍ରୀଙ୍କ ପାଦ ତଳୁ ମାଟି ଖସିଯାଇଥିଲା । କଣ କରିବେ କଣ ନାଇଁ ଭାବି ପିଣ୍ଟୁନନ୍ଦଙ୍କ ପତ୍ନୀ ଭୋ ଭୋ ହୋଇ କା-ନ୍ଦୁଥିଲେ । ଆଉ ଭାବୁଥିଲେ ଏଇତ କିଛି ଦିନ ପୂର୍ବରୁ ପୁଅକୁ ବାହାରେ ପଢ଼ିବାକୁ କହି ତୁମେ କେମିତି ଏକା ଠ-କି ଦେଇ ଆର ପାରିକୁ ଚାଲିଗଲ ।

ଶେଷରେ ନିଜକୁ ଭା-ଙ୍ଗି ନ ପକାଇ ଧର୍ଯ୍ୟ ଧରି । ପିଣ୍ଟୁଙ୍କୁ ଶେଷ ବିଦାୟ ଦେବା ପାଇଁ ଓଡ଼ିଶାରେ ଆସି ପହଞ୍ଚି ଥିଲେ ପିଣ୍ଟୁନନ୍ଦଙ୍କ ପତ୍ନୀ । ସ୍ୱାମୀଙ୍କ କର୍ମ ସରିବା ପରେ ଦୁଇ ପିଲାଙ୍କୁ ସାଥିରେ ନେଇ ପିଣ୍ଟୁନନ୍ଦଙ୍କ ସ୍ତ୍ରୀ ପୁଣିଥରେ ଚାଲିଯାଇଥିଲେ ନିଜ କର୍ମ ଭୂମିକୁ । ଗଲା ବେଳେ ଭାବୁଥିଲେ ଏକା ଏକା ଏବେ ଦୁଇ ପୁଅଙ୍କ ଦାୟିତ୍ୱ ମତେ ତୁଲାଇବାକୁ ପଡିବ । କେମିତି ମୁଁ ଦୁଇ ପୁଅଙ୍କ ଭବିଷ୍ୟତ ଗଢିବି ତାହା ମୋ ପାଇଁ ଏବେ ଚ୍ୟା-ଲେଞ୍ଜ । ହେଲେ ମୁଁ ହାରିବିନି ମୁଁ ନିହାତି ଭାବେ ଲ-ଢେଇ କରିବି । ଆଉ ସେହି ଲଢେ-ଇରେ ମୁଁ ନିହାତି ଜିତିବି ।

Leave a Reply

Your email address will not be published. Required fields are marked *