ପୋଲିସ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ର ରେଡ଼ , ପୁଅ ବିଏମଡବ୍ଲୁ ଚଢୁଥିବା ସହିତ ପୋଲିସ ଚଢ଼ୁଥିଲେ ୨୨ ଲକ୍ଷ ଟଙ୍କାର ରକେଟ ଥ୍ରୀ ବାଇକ :-

ଜଣେ ପୋଲିସ ଅଧିକାରୀ ନିଜ ଜୀବନକାଳରେ ଯେତେ ବର୍ଷ ଚାକିରୀ କରିଲେ ବି ଓଏସ ଆରାମ ର ଜୀବନ ବଞ୍ଚିବାକୁ ଏତେ ଟଙ୍କା ବି ଜମା କରି ପାରି ନଥାଏ । କିନ୍ତୁ ବର୍ତ୍ତମାନ ସମୟରେ ଜଣେ ପୋଲିସ କର୍ମଚାରୀ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତେବେ ସେହି ପୋଲିସ କର୍ମଚାରୀ ଙ୍କ ସମ୍ପତ୍ତି ସମ୍ବନ୍ଧରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ସମ୍ବନ୍ଧରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ପୋଲିସ କମ୍ୟୁନିକେସନ ର ଅତିରିକ୍ତ ଏସପି ତ୍ରିନାଥ ମିଶ୍ର ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତେବେ ବିନା କାରଣରେ ଯେ ଏପରି ତାହା ନୁହେଁ । ସୂଚନା ଅନୁଯାୟୀ ତ୍ରିନାଥ ମିଶ୍ର କମିଶନରେଟ ପୋଲିସ ଭାବରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଥିଲେ । ବିଭିନ୍ନ ଥାନାରେ ମଧ୍ୟ ଅନ୍ୟାନ୍ୟ ପୋଷ୍ଟ ରେ କାର୍ଯ୍ୟ କରିଥିବା ଏହି ଅଧିକାରୀ ଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତି କୁ ସିଜ କରିଛି ଭିଜିଲାନ୍ସ । ସୂଚନା ଅନୁଯାୟୀ ଭିଜିଲାନ୍ସ ଟିମ ଚିଲିକା ର ସ୍ୱସ୍ତି ରିସୋର୍ଟ ରୁ ଏକ ବିଏମଡବ୍ଲୁ ଜବତ କରିଛି ଯାହାକି ତ୍ରିନାଥ ମିଶ୍ରଙ୍କ ପୁଅ ନେଇ ଯାଇଥିଲେ । ଯାହାର ଦାମ ଏକ କୋଟି ୧୫ ରୁ ୨୦ ଲକ୍ଷ ଟଙ୍କା ଏବଂ ତାହା ସହିତ ତ୍ରିନାଥ ମିଶ୍ର ଙ୍କ ରାକେଟ ଥ୍ରୀ ବାଇକ ର ଦାମ ୨୨ ଲକ୍ଷ ଟଙ୍କା ଅଟେ ।

ତେବେ ଭିଜିଲାନ୍ସ ର ୬ ଜଣିଆ ଟିମ ଚିଲିକା ରୁ ଗାଡ଼ି ଜବତ କରିବା ସହିତ ତ୍ରିନାଥ ମିଶ୍ର ଙ୍କ ପୁଅକୁ ବି ନେଇଯାଇଥିବା ଜଣା ଯାଇଛି । ଏହା ସହିତ ଭୁବନେଶ୍ୱର ର ମନୋରମା ଇଷ୍ଟେଟ ରେ ଥିବା ଫ୍ଲାଟ , ନବରଙ୍ଗପୁର ଡାବୁଗାଁ ରେ ଥିବା ଘର , ଯାଜପୁର ବଡ଼ ଚଟାଣ ରେ ଥିବା ଶ୍ୱଶୁର ଘର ଏବଂ ନିଜ ଡ୍ରାଇଭର ରାଜୀବ ମହାନ୍ତି ଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଛି । ଏହାସହିତ ଧାନମଣ୍ଡଳରେ ଥିବା ଶାନ୍ତିଲତା କେୟାର ଆଣ୍ଡ ନର୍ସିଂହୋମ , ଶାନ୍ତିଲତା ଫାର୍ମ ହାଉସ ଏବଂ ତ୍ରିନାଥ ଙ୍କ ଦୁଇ ପୁଅଙ୍କ ଔଷଧ ଉତ୍ପାଦନ ୟୁନିଟ ରେ ଭିଜିଲାନ୍ସ ର ରେଡ଼ ହୋଇଛି ।

ତେବେ ଏସବୁ ସତ୍ତ୍ୱେ ବି କଟକ ତୁଳସୀପୁରରେ ଥିବା ସିଗ୍ନାଲ ଏସ୍ପି ଅଫିସ ଓ ମଧୁପାଟଣା ପୋଲିସ କ୍ୟାମ୍ପସ ରେ ଥିବା ସରକାରୀ ବାସଭବନ ଏବଂ ତ୍ରିନାଥ ଙ୍କ ସ୍ତ୍ରୀ ନାମରେ ଥିବା ବିଏମଡବ୍ଲୁ ଜବତ ହୋଇଛି । ତେବେ ଏସବୁ ପଛରେ ଯେ ସେ କେବଳ ତାହା ନୁହେଁ ବରଂ ତାଙ୍କ ସହିତ ଆଡିସନାଲ ଏସପି , ୧୦ ଡିଏସ୍ପି , ୧୩ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ଅଧିକାରୀ ମଧ୍ୟ ସାମିଲ ଥିବା ଜଣା ଯାଇଛି । ମୋଟ ସଂପତ୍ତି କୁ ମିଶାଇ ମୋଟ ୩ କୋଟି ଟଙ୍କା ର ସମ୍ପତ୍ତି ଜବତ ହୋଇଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *