ଦୁବାଇ ର ଜେଲ ରେ ମହିଳାଙ୍କ ସହିତ ହୋଇଥାଏ ଏପରି ବ୍ୟବହାର , ଜାଣିଲେ ହେବେ ଆଶ୍ଚର୍ଯ୍ୟ :-

ଦୁବାଇ ର ଭବ୍ୟ ଆକାଶ ଛୁଆଁ ହୋଟେଲ ଏବଂ ସୁନ୍ଦର ଆକର୍ଷଣୀୟ ବିଲ୍ଡିଂଗ କୁ ଦେଖିବାକୁ ଲୋକେ ଖୁବ ଉତ୍ସାହିତ ଥାଆନ୍ତି । କିନ୍ତୁ ଏହି ସୁନ୍ଦର ଦୁନିଆ ଭିତରେ ଆଉ ଏକ ଭୟଙ୍କର ଦୁନିଆ ମଧ୍ୟ ସେଠାରେ ଲୁଚି ରହିଛି । ତାହା ହେଉଛି ସେଠାକାର କଡ଼ା ନିୟମ  ଭାରତ କଥା କହିବାକୁ ଗଲେ ଏଠାରେ ଲୋକେ ବଡ଼ ବଡ଼ ଦଣ୍ଡ କରିବି ଜେଲ ରୁ ବାହାରି ଯାଉଛନ୍ତି । କିନ୍ତୁ ଦୁବାଇ ରେ ଏକ ସାମାନ୍ୟ ଭୁଲ ପାଇଁ ବି ବଡ଼ ଦଣ୍ଡ ଦିଆଯାଇ ଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଦୁବାଇ ର ଜେଲ ରେ ମହିଳା ଅପରାଧୀ ଙ୍କ ସହିତ କିପରି ବ୍ୟବହାର କରାଯାଏ ସେହି ସମ୍ବନ୍ଧରେ କହିବୁ ।

ଦୁବାଇ ର କିଛି ନିୟମ :-

୧ . ବାହାର ଦେଶରୁ ଆସିଥିବା କିମ୍ବା ନିଜ ଦେଶର ଲୋକ ଯଦି ଜନସାଧାରଣ ସ୍ଥାନରେ ନିଜ ସାଥିକୁ କିସ କିମ୍ବା ହଗ କରନ୍ତି ତେବେ ସେଠାରେ ଜେଲ ଦଣ୍ଡ ମିଳିଥାଏ । ପୁଣି ଯଦି କେହି ଅବିବାହିତ ଯୁବକ ଯୁବତୀ ସେଠାକାର ହୋଟେଲ ରେ ଥିବା ସମୟରେ ଧରା ପଡ଼ି ଯାଆନ୍ତି ତେବେ ସେମାନଙ୍କୁ ମଧ୍ୟ ଜେଲ ଦଣ୍ଡ ମିଳିଥାଏ ।

୨ . ଦୁବାଇ ର ସୋସିଆଲ ମିଡିଆରେ ଯଦି କେହି କୁଭାଷା ର ପ୍ରୟୋଗ କରି ତେବେ ତାକୁ ମଧ୍ୟ ଜେଲ ଦଣ୍ଡ ମିଳେ ।

୩ . ଦୁବାଇ ରେ ଯଦି କେହି ବ୍ୟକ୍ତି ଇସଲାମ ଧର୍ମକୁ ଅବମାନନା କରେ କିମ୍ବା ଅପମାନ କରେ ତେବେ ତାକୁ କଠିନ ଶାସ୍ତି ମିଳେ ।

ଏହିପରି ଭୁଲ ଅଧିକାଂଶ ବାହାର ଦେଶର ଲୋକେ ଆସି କରିଥାନ୍ତି ଯାହାଦ୍ୱାରା ସେମାନେ ସେଠାରେ ଫସି ଯାଆନ୍ତି । ଅନେକ ମହିଳା ମଧ୍ୟ ଏପରି ଶିକାର ହୋଇଛନ୍ତି । ଦୁବାଇ ର ଅଲାବିର ରେ ଥିବା ମହିଳା ସେଣ୍ଟ୍ରାଲ ଜେଲ ରେ ପ୍ରାୟ ୪୦୦ ମହିଳା କଏଦୀ ଙ୍କୁ ରଖା ଯାଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଲଗା ଦେଶର ଯେପରିକି ଇରାନ , ଇଣ୍ଡୋନେସିଆ , ଏଥିଓପିଆ , ଇଣ୍ଡିଆ , ଶ୍ରୀଲଙ୍କା ଏବଂ ପାକିସ୍ତାନ ର ଅଟନ୍ତି ।

ଦୁବାଇ ର ଜେଲ ରେ ମହିଳାଙ୍କୁ ଗୋଲାପୀ ରଙ୍ଗର ଢ଼ିଲା ସାଲୱାର କୁର୍ତ୍ତି ପିନ୍ଧିବାକୁ ଦିଆଯାଇଥାଏ । ଏହାସହିତ ସେମାନଙ୍କ ଚେହେରା ଘୋଡ଼ାଇ ରଖିବା ପାଇଁ ମଧ୍ୟ କପଡ଼ା ଦିଆଯାଇଥାଏ । ଏହାବ୍ୟତୀତ ସେମାନଙ୍କ ପୋଷାକ ରେ ଭିନ୍ନ ଭିନ୍ନ ରଙ୍ଗର କପଡ଼ା ଲାଗିଥାଏ ଯାହା ସେମାନଙ୍କ ଦଣ୍ଡ ଅବଧି ବିଷୟରେ ସୂଚାଇ ଥାଏ । ଉଦାହରଣ ସ୍ୱରୂପ ଯଦି ସେମାନଙ୍କ ପୋଷାକ ରେ ନାଲି ରଙ୍ଗର କପଡ଼ା ଲାଗିଥାଏ ତେବେ ସେମାନଙ୍କୁ ୭ ବର୍ଷର ଜେଲ ଦଣ୍ଡ ମିଳିଛି । ସେଠାରେ ରହୁଥିବା ମହିଳା କର୍ମଚାରୀ ଙ୍କ ଡ୍ରେସ ନୀଳ ରଙ୍ଗର ହୋଇଥାଏ । ସେମାନେ ବେଶ ବିନମ୍ର ଏବଂ ସହଯୋଗୀ ସ୍ୱଭାବର ହୋଇଥାନ୍ତି । ତେବେ ସେଠାରେ ଜେଲ ରେ ରହୁଥିବା କିଛି ମହିଳା ବିଦେଶୀ ମହିଳାଙ୍କ ନିର୍ମମ ଦଣ୍ଡ ବିଷୟରେ କହିଛନ୍ତି ।

ସାଧରଣତଃ ଦୁବାଇ କୁ ଅଧିକାଂଶ ସମୟରେ ପଶ୍ଚିମ ଦେଶର ମହିଳା ମାନେ ନିଜ ଚାକିରୀ ଏବଂ ଅନ୍ୟାନ୍ୟ କାମ ପାଇଁ ଆସନ୍ତି । ସେମାନଙ୍କୁ ସେହି କାମ ପାଇଁ ଦୁବାଇ ରେ ଦଣ୍ଡ ମିଳିଥାଏ ଯାହାକି ତାଙ୍କ ଦେଶରେ ତାହା ଏକ ସାମାନ୍ୟ ଭୁଲ ହୋଇଥାଏ । ଇଂଲଣ୍ଡ ର ଚାରଲମ ଏଡମ୍ସ ନାମକ ଜଣେ ମହିଳା ଦୁବାଇ ଜେଲ ରେ ୨୩ ଦିନ ରହିବା ପରେ ଯେତେବେଳେ ବାହାରକୁ ଆସିଲେ ସେ ସବୁକିଛି ସେହି ଜେଲ ବିଷୟରେ କହିଥିଲେ । ତାଙ୍କ ଅନୁସାରେ ସେଠାରେ ସବୁ କଏଦୀ ସକାଳ ୬ ପୂର୍ବରୁ ଉଠିବାକୁ ପଡ଼ିଥାଏ ଏବଂ ରାତି ସାଢ଼େ ୧୦ ପୂର୍ବରୁ ହିଁ ଜେଲ ର ସବୁ କବାଟ ବନ୍ଦ କରି ଦିଆଯାଏ ।

ଏହାପରେ କଏଦୀ ମାନଙ୍କୁ ନିଜ ନିଜ ଭିତରେ କଥା ହେବାକୁ ବି ଅନୁମତି ମିଳି ନଥାଏ । ଏହାସହିତ ସେହି ଜେଲ ରେ ମିଳୁଥିବା ଖାଦ୍ୟ ସ୍ତର ଖୁବ ଖରାପ ହୋଇଥାଏ । ହୁଏତ ସେଠାରେ ସବୁ ସୁଖ ସୁବିଧା ରହିଛି କିନ୍ତୁ ସେଠାରେ ବିଦେଶୀ ମହିଳାଙ୍କ ସହିତ ଆଦୌ ଭଲ ବ୍ୟବହାର କରାଯାଏ ନାହିଁ । କିନ୍ତୁ ସେହି ସ୍ଥାନର ଅପରାଧୀଙ୍କ ପାଇଁ ଭଲ ସୁବିଧା ରହିଛି । ଅଲାବିର ସେଣ୍ଟ୍ରାଲ ଜେଲ ର ଚାରି ପାଖରେ ବଡ଼ ବଡ଼ ପାଚେରୀ ରହିଛି ଏବଂ ପାଖରେ ଏକ ୱାଚ ଟାୱାର ମଧ୍ୟ ରହିଛି । ପୁଣି ସେଠାରେ ଥିବା ଜେଲ ରେ କେବେବି ତାଲା ପଡ଼ି ନଥାଏ । ଏହାଦ୍ବାରା ଜେଲ ମଧ୍ୟରେ ଥିବା ବନ୍ଦୀ ମହିଳା ଜେଲ ଭିତରେ ବୁଲାବୁଲି କରି ନିଜ ନିଜ ମଧ୍ୟରେ କଥା ହୋଇ ପାରିବେ । ସେଠାରେ ନାବାଳିକ ଅପରାଧୀଙ୍କ ପାଇଁ ଖେଳ କୁଦ କରିବା ଏବଂ କିଣାକିଣି କରିବା ପାଇଁ ଷ୍ଟୋର ସୁବିଧା ମଧ୍ୟ ରହିଛି ।

Leave a Reply

Your email address will not be published. Required fields are marked *