ପ୍ରଜ୍ଞାଙ୍କ ସବୁ ଗୁମର ଖୋଲିଦେଲେ ସ୍ତ୍ରୀ ସୁନନ୍ଦା।

ଓଡ଼ିଆ ଚଳଚ୍ଚିତ୍ରର ପ୍ରସିଦ୍ଧ କମେଡିଆନ ପ୍ରଜ୍ଞା ୨୦୨୧ ଜାନୁଆରୀରେ ଅଭିନେତ୍ରୀ ସୁନନ୍ଦାଙ୍କୁ ବାହା ହେଇଥିଲେ। ତାଙ୍କ ବାହା ଘରକୁ ଆଉ କିଛି ଭିତରେ ବର୍ଷେ ହେଇଯିବ ସେଥିପାଇଁ ଯେତେବେଳେ ମିଡ଼ିଆ ସୁନନ୍ଦାଙ୍କୁ ତାଙ୍କ ବାହାଘର ବିଷୟରେ ପଚାରିଲେ ସେତେବେଳେ ସୁନନ୍ଦା ପ୍ରଜ୍ଞାଙ୍କର ସବୁ ଗୁମର ଖୋଲିଦେଲେ।

ସୁନନ୍ଦା କହିଥିଲେ ଆମ ଭିତରେ ସେମିତି କିଛି ଲଭ ଷ୍ଟୋରୀ ନଥିଲା। ଆମେ ଏମିତି ଟିକେ ଟିକେ ଭଲ ପାଉଥିଲୁ। ତାପରେ ଘର ଲୋକ ବାହାଘର ପ୍ରସ୍ତାବ ପକେଇଲେ ଯେମିତି ବାହାଘର ହବ କଥା ସେମିତି ହେଲା। ପ୍ରଜ୍ଞାଙ୍କର ଗୋଟେ ଇଚ୍ଛା ଥିଲା ସେ ଯେବେ ବାହା ହେବେ ପାଲିଙ୍କି ଚଢ଼ିକି ଆସିବେ। ସେଥିପାଇଁ ସେ ବାହା ହେଲା ବେଳେ ପାଲିଙ୍କି ଚଢ଼ିକି ଆସିଲେ ତାଙ୍କୁ ପୁରୁଣା ପରମ୍ପରାକୁ ବଜାୟ ରଖିବାକୁ ଭଲ ଲାଗେ।

ସେ ମତେ କେବେ ଉପହାର କି ସରପ୍ରାଇଜ ଦିଅନ୍ତିନି କାରଣ ତାଙ୍କୁ ଲଗେ ଏସବୁ କେବଳ ଲୋକ ଦେଖାନିଆ ଏବଂ ଫର୍ମମାଲିଟି ମନରେ ଭଲ ପାଇବା ଏବଂ ସମ୍ମାନ ରହିଲେ ସମ୍ପର୍କ ବହୁତ୍ ଦିନ ପର୍ଯ୍ୟନ୍ତ ରହିବ। ଆମ ବାହାଘରକୁ ଗୋଟେ ବର୍ଷ ହେଇ ଗଲାଣି ଦେଖା ଯାଉ ଆଉ କେତେ ବର୍ଷ ରହୁଛି।

ତାଙ୍କୁ ସାରା ଦୁନିଆ ଗୋଟେ କମେଡିଆନ ବୋଲି ଜାଣିଛି କିନ୍ତୁ ସେ ଘରେ ସବୁବେଳେ ସିରିଅସ୍ ରୁହନ୍ତି। ମୁଁ ଯେବେ ରାଗି ଯାଏ ସେ ମଜା କରି ମତେ ମନେଇ ନିଅନ୍ତି। ସେ କେବେ କାହା ଆଗରେ ସେ ମୋ ସ୍ତ୍ରୀ ତାକୁ କାମ ଦିଅ ବୋଲି କାହା ଆଗରେ କୁହନ୍ତିନି ସବୁବେଳେ ମତେ କୁହନ୍ତି ତୁ ତୋ ନିଜ ଗୋଡ଼ରେ ଛିଡ଼ାହ। ସେ ଜଗନ୍ନାଥଙ୍କୁ ବହୁତ୍ ଭଲ ପାଆନ୍ତି। ଆମ ଗାଆଁ ରେ ସେ ଜଗନ୍ନାଥଙ୍କର ଗୋଟେ ମନ୍ଦିର କରିଛନ୍ତି।

ଆମେ ସବୁବେଳେ ସେଠିକି ବୁଲିବାକୁ ଯାଉ। ମୁଁ ସବୁ ଠାରୁ ଅଧିକ ସମୟ ଠାକୁର ପୂଜା କରେ ବୋଲି ଶାଶୂ କୁହନ୍ତି ଏତେ ସମୟ ଠାକୁର ପୂଜା କଲେ ରୋଷେଇ କରିବ କେତେବେଳେ। ଏବେ ଆମେ ଆମ କ୍ୟାରିୟର ଉପରେ ଧ୍ୟାନ ଦେଉଛୁ ପିଲପିଲି କଥା କିଛି ଭାବିନୁ। ଆଉ ଟିକେ ବଡ଼ ହେଇ ଯାଉ ଦେଖିବୁ ସେତେବେଳକୁ କଣ ହେଉଛି। ମୁଁ ମୋ କର୍ତ୍ତବ୍ୟ ପାଳନ କରୁଛି ସେ ବି ତାଙ୍କ କର୍ତ୍ତବ୍ୟ ପାଳନ କରୁଛନ୍ତି। ଦେଖାଯାଉ ଆଗକୁ କଣ ହେଉଛି।

Leave a Reply

Your email address will not be published. Required fields are marked *