ପଦାରେ ପଡିଲା ଘର କଳି, ପ୍ରକୃତି ମିଶ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ବାଡେଇଲେ ଅଭିନେତା ବାବୁସାନଙ୍କ ସ୍ତ୍ରୀ…

ରାଜରାସ୍ତାରେ ହାଇଡ୍ରାମା । ଗୋଡ଼ାଇ ଗୋଡ଼ାଇ ବାଡ଼ଉଛନ୍ତି ମହିଳା ଆଉ ତାଙ୍କୁ ରୋକିବାକୁ ବି କେହି ନାହିଁ । ଲୋକେ ଛିଡା ହୋଇ କରୁଛନ୍ତି ଭିଡ଼ିଓ । ଆଉ କହୁଛନ୍ତି ଏହା ହେଉଛି କଳାକାର ମାନଙ୍କର ପ୍ରକୃତ ଜୀବନ । ସୋସିଆଲ ମିଡ଼ିଆରେ ବର୍ତ୍ତମାନ ସମୟରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ଏହି ଭିଡ଼ିଓ । ପାରିବାରିକ ବିବାଦ ଆଉ ଘରର ଚାରି କାନ୍ଥ ଭିତରେ ଲୁଚି ରହିନାହିଁ , ପୁରାପୁରି ପଦାରେ ପଡିଯାଇଛି ।

ଲୋକେ ଛିଡା ହୋଇ ଏହାର ମଜା ନେବାରେ ଲାଗିଛନ୍ତି । ତେବେ ଏହି ମାମଲା ଆଉ କାହାର ନୁହେଁ ବରଂ ଓଲିଉଡର ସୁପରଷ୍ଟାର କୁହା ଯାଉଥିବା ବାବୁସାନ ମହାନ୍ତି ଆଉ ତାଙ୍କ ପତ୍ନୀ ତୃପ୍ତି ମହାନ୍ତିଙ୍କର ଅଟେ । ପାରିବାରିକ କଳହ ଉଗ୍ର ରୂପ ଧାରଣ କରିଛି ଆଉ ଯେଉଁଥିପାଇଁ ତୃପ୍ତି କରି ବସିଛନ୍ତି ଏଭଳି କାମ । ତେବେ ଭାଇରାଲ ହୋଇଥିବା ଭିଡ଼ିଓରେ ବାବୁସାନଙ୍କ ସହିତ କାର ମଧ୍ୟରେ ଅଭିନେତ୍ରୀ ପ୍ରକୃତି ମିଶ୍ର ବସି ଥିବାର ଦେଖା ଯାଇଛନ୍ତି ।

ଆଉ ଏହି ସମୟ ମଧ୍ୟରେ ବାବୁସାନଙ୍କ ପତ୍ନୀ ତୃପ୍ତି ଆସି ବାବୁସାନଙ୍କୁ ଟଣା ଓଟରା କରୁଛନ୍ତି । ଆଉ ଏହାପରେ ବାବୁସାନ ତାଙ୍କୁ କିଛି କହୁଥିବାର ଦେଖା ଯାଉଛନ୍ତି । କିନ୍ତୁ ଏହାପରେ ତୃପ୍ତି ନିଜର ଉଗ୍ର ରୂପ ଧାରଣ କରି ପ୍ରକୃତି ମିଶ୍ରଙ୍କ ଉପରେ ଆକ୍ରମଣ କରୁଛନ୍ତି ଏବଂ ତାଙ୍କ ଚୁଟି ଟାଣି ପକାଉଛନ୍ତି । ପ୍ରାଣ ବିକଳରେ ପ୍ରକୃତି ମିଶ୍ର ସେଠାରେ ଥିବା ଲୋକମାନଙ୍କୁ ବଞ୍ଚାଇବାକୁ କହୁଛନ୍ତି କିନ୍ତୁ କେହି କିଛି ଶୁଣି ନାହାଁନ୍ତି । ତେବେ ଖାଲି ଏତିକି ନୁହେଁ , ଏହାପରେ ତୃପ୍ତି ପ୍ରକୃତିଙ୍କୁ ଗୋଡ଼ାଇବାରେ ଲାଗିଛନ୍ତି ।

ପ୍ରକୃତି ମିଶ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ବାଡଉଛନ୍ତି ଆଉ ତାଙ୍କୁ ଠେଲି ମଧ୍ୟ ଦେଉଛନ୍ତି । ଆଉ କହୁଛନ୍ତି ମୋ ପରିବାରକୁ ତୁ ବର୍ବାଦ କରିଛୁ । ତେବେ ଏହା ପଛରେ ସତ୍ୟତା କଣ ରହିଛି , ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ବ୍ୟକ୍ତିଗତ ଭାବରେ ଏଭଳି କିଛି କାରଣ ରହିଥିବ , ଯେଉଁଥିପାଇଁ ତାଙ୍କ ଘର କଳି ଆଜି ପଦାରେ ପଡୁଛି ଆଉ ଲୋକମାନେ ଏହାର ଭରପୁର ମଜା ନେଉଛନ୍ତି । କିନ୍ତୁ ବାସ୍ତବରେ ଏହା ଆଦୌ ଯୁକ୍ତିଯୁକ୍ତ ନୁହେଁ ।

Leave a Reply

Your email address will not be published. Required fields are marked *