ନିଜ ପିଲା ଦିନର କଥା କହି କାନ୍ଦି ପକାଇଲେ ” ପିଲାଦିନେ ଆମ ପାଖରେ ଖାଇବାକୁ ନଥିଲା ” ତଥାପି ସଂଘର୍ଷ …:-

ମଣିଷର ଜନ୍ମ ଯଦି ଅଛି ତେବେ ମୃ-ତ୍ୟୁ ସୁନିଶ୍ଚିତ । କିନ୍ତୁ ଜନ୍ମ ହେଲେ ଯେ ପୁରା ଜୀବନ ସମସ୍ତଙ୍କର ଖୁସିରେ କଟିବ ତାହା ଆଦୌ ନୁହେଁ । ଏପରି କୁହାଯାଏ ଯେ ଜନ୍ମ କେବଳ ସଂଘର୍ଷ ପାଇଁ ହିଁ ହୋଇଥାଏ । ଜଣେ ଜନ୍ମ ହୋଇ କିଭଳି ସଂଘର୍ଷ କରି ନିଜ ଜୀବନକୁ ସଫଳ କରି ପାରୁଛି ତାହା ହିଁ ବାସ୍ତବ ଜୀବନ ।

ଆଉ ଦୁନିଆରେ କଳାକାର ମାନଙ୍କ ଜୀବନ ବେଶ ନିଆରା । ସବୁ କଳାକାରଙ୍କ ଅତୀତ ଜୀବନ ଖୁବ ଦୁଃଖ କଷ୍ଟରେ ଭରି ରହିଥାଏ । ଅନେକ କଷ୍ଟ ସହି ସେମାନେ ନିଜକୁ ଏକ ଭଲ ସ୍ଥାନକୁ ନେଇ ଆସନ୍ତି ଯେଉଁଠି ତାଙ୍କ ଜୀବନ ସାର୍ଥକ ହୋଇଥାଏ । ତେବେ ଆଜିକାର ଏହି ଲେଖାରେ ଆମେ ଜଣେ କଳାକାରଙ୍କ ବିଷୟରେ କହିବୁ । ଯିଏକି ଖୁବ ସମୟ ମଧ୍ୟରେ ଜୀବନର ଅର୍ଥ ବୁଝାଇ ଦେଇଛନ୍ତି ।

ମେଲଡିରେ କମେଡି କରୁଥିବା ଜଣେ କଳାକାରଙ୍କୁ ଯେତେବେଳେ ତାଙ୍କ ସଫଳତା ବିଷୟରେ ପ୍ରଶ୍ନ କରାଯାଇଛି ତାଙ୍କ ଉତ୍ତର ସମସ୍ତଙ୍କ ହୃଦୟକୁ ଛୁଇଁଛି । କାରଣ ଅନେକ କଷ୍ଟ ସଂଘର୍ଷ ପରେ ଭଲ ଭାବରେ ବଞ୍ଚିବାକୁ ଯେଉଁ ରାସ୍ତା ମିଳିଛି ତାହା ନିଶ୍ଚିତ ଭାବରେ କୌଣସି ବଡ଼ ସ୍ୱପ୍ନ ପୂରଣ ହେବା ଭଳି । ନିଜ ପିଲା ଦିନର କଥା କହିଛନ୍ତି କଳାକାର । କିପରି ସେମାନେ ଚାରି ଭାଇ ଭଉଣୀ ଥିଲେ ଏବଂ ବାପା ମା । ଏତେ ବଡ଼ ପରିବାର ସତ୍ତ୍ୱେବି ଭଲରେ ଖାଇବାକୁ ଭାଗ୍ୟ ହେଉ ନଥିଲା ।

ତଥାପି କଳାକାର ଜଣକ ନିଜ ପେଟ ପୋଷିବାକୁ ଛୋଟ ବୟସରେ କାମ କରିବାକୁ ବି ଯାଇଥିଲେ । ଏକ ଜଳଖିଆ ଦୋକାନରେ ଅଇଁଠା ବାସନ ଧୋଇବା ସମୟରେ ଯେତେବେଳେ ଅଙ୍ଗାର ଜଳୁଥିବା ଚୁଲି ପାଖରେ ମଶା କାମୁଡୁ ଥାଏ ସେତେବେଳେ ଟିକିଏ ନିଦ ଆସିଗଲେ ହୋଟେଲ ମାଲିକର ଗୋଇଠାକୁ ସେ ଭୁଲି ପାରି ନାହାଁନ୍ତି । ସେହି ସବୁ ଅତ୍ୟାଚାର ହିଁ ତ ତାଙ୍କୁ ବଡ଼ ମଣିଷ କରି ପାରିଛି । ତଥାପି ନିଜ ଗୀତ ଶୁଣିବାର ଏତେ ସଉକ ଥିଲା ଯେ କାମ ସାରି ଯେଉଁଠି ବି ମେଲଡି ହେଉଥିଲା ସେଠାକୁ ଦେଖିବାକୁ ଯାଉଥିଲେ ।

ପରେ ସେ ନିଜ ଜୀବନର ଉଦ୍ଦେଶ୍ୟ ଜାଣି ପାରିଲେ । ଲୋକଙ୍କୁ ହସାଇ ନିଜ ଖୁସିର ଏକ କାରଣ ଖୋଜିବାକୁ ବାଛି ନେଲେ । ଏବଂ ଏପରି କୁହାଯାଏ ଯେ ଅନ୍ୟର ଖୁସି ପାଇଁ କରାଯାଇଥିବା କାମ ସବୁବେଳେ ନିଜକୁ ହିଁ ଖୁସି ଦେଇଥାଏ । ତାହା ହିଁ ହେଲା ଲୋକପ୍ରିୟ ହେବା ପରେ ଲୋକଙ୍କ ସମ୍ମାନ ଏବଂ ଭଲ ପାଇବା ମିଳିଲା । ସେ କହିଛନ୍ତି ଯେ ବଞ୍ଚିବାର ମୂଳ ଉଦ୍ଦେଶ୍ୟ ହେଉ ନିଜେ ବଞ୍ଚିବା ଏବଂ ଅନ୍ୟକୁ ବଞ୍ଚାଇବା । ନଚେତ ଜୀବନର ମୂଲ୍ୟ ହିଁ କିଛି ନାହିଁ ।

Leave a Reply

Your email address will not be published. Required fields are marked *