ପ୍ରେମ ବିବାହ ପରେ ଗର୍ଭବତୀ ଅବସ୍ଥାରେ ମଧ୍ୟ ଛଅ ଛଅଟି ବୟଫ୍ରେଣ୍ଡ ସହ ସମ୍ପର୍କ ରଖିଥିଲା ମୋ ସ୍ତ୍ରୀ….

ସ୍ୱାମୀ ଆଉ ଛୁଆ ଥାଉ ଥାଉ ଜଣେ ବିବାହିତା ନାରୀ କିପରି ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିପାରେ ? କିପରି ନିଜର ମର୍ଯ୍ୟାଦାର ସୀମାକୁ ପାର କରି ଅବାଟକୁ ଚାଲିଯାଇ ପାରେ । ଏତେ ବଡ଼ ଖରାପ କାମ କରିବା ପୂର୍ବରୁ ଥରୁଟିଏବି ସ୍ୱାମୀ କିମ୍ବା କୁନି ଛୁଆଙ୍କ କଥା ଭାବିଲାନି ? କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗିଥିଲେ ବି ସତ । ଏମିତି କୁହାଯାଏ ଯେ ଜଣେ ବ୍ୟକ୍ତି ବିବାହ ପରେ ଯେତେ ଖରାପ କାମ କରୁ ନା କାହିଁକି ସନ୍ତାନ ଜନ୍ମ ନେବା ପରେ ସେହିସବୁ ଖରାପ କାମ ସ୍ୱତଃ ପରିବର୍ତ୍ତିତ ହୋଇଯାଏ । କିନ୍ତୁ ଏଠାରେ କଥା ପୁରା ଓଲଟା ।

ଏଠାରେ ସ୍ୱାମୀତ ଦୂରର କଥା ନିଜର କୁନି ଛୁଆକୁ ବି ଜଣେ ମା’ କିପରି ଛାଡ଼ି ଚାଲି ଯାଇଛି । ତେବେ ଏଭଳି ଘଟଣା ରାଜଧାନୀରେ ଘଟିଛି । ଏମିତି ଅନେକ ଘଟଣା ଘଟିଛି ଯେଉଁଠି ବିବାହିତ ମହିଳା କିମ୍ବା ପୁରୁଷ ଅନ୍ୟ ପୁରୁଷ ସ୍ତ୍ରୀ ସହ ଫେରାର ହେଉଛନ୍ତି । ବର୍ତ୍ତମାନ ମଧ୍ୟ ଏପରି ଆଉ ଏକ ଘଟଣା ଭୁବନେଶ୍ୱରରେ ଚଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଘଟଣା ଅନୁଯାୟୀ ଜଣେ ବିବାହିତା ମହିଳା ନିଜର କୁନି ଛୁଆକୁ ଏବଂ ସ୍ୱାମୀକୁ ଛାଡ଼ି ପର ପୁରୁଷ ସହିତ ପଳାଇ ଯାଇଛି । ଯାହାକୁ ନେଇ ନିଜେ ସ୍ୱାମୀ ନିଜ ସ୍ତ୍ରୀର ପରକୀୟା ପ୍ରୀତି ବିଷୟରେ ଗଣମାଧ୍ୟମରେ ପ୍ରକାଶ କରିଛି ।

ସୂଚନା ଅନୁଯାୟୀ ଏହି ଘଟଣା ଭୁବନେଶ୍ବରର ଅଟେ । ପ୍ରସନ୍ନ କୁମାର ନିଜ ସ୍ତ୍ରୀ ନାଁରେ ଏମିତି କହିଛନ୍ତି । ବାସ୍ତବରେ ଉଭୟଙ୍କର ପ୍ରେମ ବିବାହ ହୋଇଥିଲା । ଉଭୟଙ୍କ ଘର ନୟାଗଡ଼ର ଗୋଟିଏହିଁ ଗାଁ ରେ । ଉଭୟଙ୍କ ପରିବାର ଲୋକେ ବିବାହ ସପକ୍ଷରେ ନଥିଲେ । ତଥାପି ସେମାନେ ମନ୍ଦିରରେ ବିବାହ କରିଥିଲେ । ବିବାହ ପରେ ସ୍ବାମୀ ନିଜ ସ୍ତ୍ରୀକୁ ଭୁବନେଶ୍ୱର ନେଇ ଆସିଲା ଏବଂ ସେଠାରେ ଭଡ଼ା ଘରେ ଉଭୟେ ଖୁସିରେ ରହୁଥିଲେ । ବୃତ୍ତିରେ ସ୍ୱାମୀ ଜଣେ ଅଟୋ ଡ୍ରାଇଭର । କିନ୍ତୁ ସେଠାରେ ରହିବା ସମୟରେ ସ୍ତ୍ରୀର ଅନ୍ୟ ପୁରୁଷ ସହିତ ଖରାପ ସମ୍ପର୍କ ରହିଲା । ତେବେ କେବଳ ଜଣକ ସହିତ ତାହା ନୁହେଁ । ଛଅ ଛଅ ଜଣକ ସହିତ ସମ୍ପର୍କରେ ରହିଥିଲେ ସ୍ତ୍ରୀ ।

ଆଉ ଏ ବିଷୟରେ ସ୍ୱାମୀକୁ ବେଶ ଭଲ ଭାବରେ ଜଣା ଥିଲା । ସ୍ତ୍ରୀକୁ ଏ ବିଷୟରେ କହିବା ମାତ୍ରେ ସ୍ତ୍ରୀ କାନ୍ଦି ପକାଉ ଥିଲା , ଯାହାଦ୍ୱାରା ସ୍ୱାମୀର ହୃଦୟ ତରଳି ଯାଉଥିଲା । ସେତେବେଳେ ସ୍ତ୍ରୀ ସାତ ମାସର ଗର୍ଭବତୀ ଥିଲା । ତେଣୁ ତାକୁ ଗାଁ ରେ ମା’ଙ୍କ ପାଖରେ ଛାଡ଼ି ଦେଇ ଆସିଲେ । ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହେବା ପରେ ସ୍ତ୍ରୀ ପୁଣି ଭୁବନେଶ୍ବର ଯିବାକୁ ଜିଦ ଧରି ବସିଲା ।

ପ୍ରସନ୍ନ ତାଙ୍କୁ ପୁଣିଥରେ ଭୁବନେଶ୍ବର ନେଇ ଆସିଲେ । ଆସିବା ପରେ ପୁଣି ଅନ୍ୟ ପୁରୁଷଙ୍କ ସହିତ ସମ୍ପର୍କ ରଖିଲେ । ପୁଣି ଯେତେବେଳେ ସ୍ୱାମୀ ତାଙ୍କୁ ଗାଁରେ ଛାଡ଼ି ଦେଇ ଆସିଲେ । ସ୍ତ୍ରୀ ଅନ୍ୟ ଜଣେ ପୁରୁଷ ସହିତ ସମ୍ପର୍କ ରଖି କୁଆଡ଼େ ଅନ୍ୟତ୍ର ପଳାଇ ଯାଇଛି । ତେବେ ସ୍ତ୍ରୀ ଏଭଳି ଏକ କାଣ୍ଡ କରିବ ବୋଲି ସେ କେବେବି ଭାବି ନଥିଲେ । ନିଜର ତିନି ମାସର କଅଁଳ ଛୁଆକୁ ଧରି ଭାଗ୍ୟକୁ ଆଦରି ପ୍ରସନ୍ନ ଚିନ୍ତିତ ଅଛନ୍ତି ।

Leave a Reply

Your email address will not be published. Required fields are marked *