ପାଇଖାନା ଯିବ କହି ସ୍ତ୍ରୀ ପିଲାଙ୍କୁ ଛାଡି ଚମ୍ପଟ ମା-ରିଛି ଲମ୍ପଟ ସ୍ୱାମୀ ।

ପ୍ରେମ ବିବାହ ସ୍ତ୍ରୀ ପାଇଁ ପାଲଟିଲା ଅଭିଶାପ । ପ୍ରେମ କରି ଯାହାର ହାତ ଧରିଥିଲା ବିଶ୍ୱାସ ଭରସାରେ ଯାହା ହାତ ଧରି ଘରୁ ଗୋଡ଼ କାଢି ଥିଲା ସେହି ସ୍ୱାମୀ ଆଜି ସ୍ତ୍ରୀର ହାତ ଛାଡ଼ିଦେଇଛି। ସ୍ତ୍ରୀକୁ ମିଛ କହି ସ୍ୱାମୀ ଷ୍ଟେସନ ରୁ ଲୁ-ଚିକି ଚମ୍ପଟ ମାରିଛି । ଏବେ ସ୍ତ୍ରୀ ହାତରେ ସ୍ୱାମୀର ଫଟୋ ଧରି ସ୍ୱାମୀକୁ ତାଙ୍କ ପାଖକୁ ଫେରି ଆସିବାକୁ ଗୁହାରି କରୁଛି ।

ସ୍ୱାମୀ ଷ୍ଟେସ-ନରେ କହି ଯାଇଥିଲେ ମତେ ଲାଟିନ ଲାଗୁଛି। ମୁଁ ଲାଟିନ ଯାଇ ଆସୁଛି। ହେଲେ ସ୍ୱାମୀ ଲାଟିନ ଯିବା କଥା କହି ଯାଇଛନ୍ତି ଯେ ଯାଇଛନ୍ତି । ଏପଟେ ସ୍ତ୍ରୀ କାନ୍ଦି କାନ୍ଦି ଗଡି ଯାଉଛନ୍ତି। କାହା ଭରସାରେ ସେ ରହିବେ । କିପରି ଭାବେ ଏତେ ବଡ଼ ସହରରେ ଛୁଆକୁ ସାଥିରେ ରହି ଏକା ଏକା ଜୀବନ ବିତାଇବେ । ଯଦି ଅଧା ବାଟରୁ ହାତ ଛାଡିବାର ଥିଲା ତାହାଲେ କାହିଁକି ହାତ ଧରୁଥିଲେ ।

ଏଭଳି ଘ-ଟଣା ସାମ୍ନାକୁ ଆସିଛି ବାଲେଶ୍ଵର ଜିଲ୍ଲା ବାଲିଆ ପାଳ ବ୍ଲକରୁ । ଏହି ଅଞ୍ଚଳର ଦୁଇ ପ୍ରେମୀ ଯୁଗଳ ନିଜ ପ୍ରେମକୁ ସଫଳ କରିବା ପାଇଁ ଘରୁ ଲୁଚିକି ଚାଲି ଯାଇଥିଲେ ସୁଦୂର ବାଙ୍ଗାଲୋର ସହରକୁ ସେଠାରେ ଅନେକ ଦିନ ରହିବା ପରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଘରୁ ସାଥିରେ ପ୍ରେମିକାକୁ ନେଲା ବେଳେ ପ୍ରେମିକ କହିଥିଲେ ଯେତେ ଝଡ଼ ଝଞ୍ଜା ଆସୁ ପଛେ ମୁଁ କେବେ ହେଲେ ମଧ୍ୟ ତୁମ ସାଥ ଛାଡ଼ିବି ନାହିଁ ।

ପ୍ରେମର ମରୁଭୂମି ଡେଇଁ ବିବାହ ପରେ ସଂସାର କରିବାକୁ ପ୍ରେମକ କହିବା ପରେ । ପ୍ରେମିକଙ୍କ କହିବା ଅନୁଯାୟୀ ପ୍ରେମିକା ତାହା କରିଥିଲେ । ଏହା ପରେ ବାଲିଆ ପାଳରୁ ଯାଇ ବାଙ୍ଗାଲୋରରେ ପହଞ୍ଚି ଥିଲେ । ଘରୁ ଯିବାର କିଛି ବର୍ଷ ବେଶ ଖୁସିରେ ପ୍ରେମିକ ପ୍ରେମିକା ସ୍ୱାମୀ ସ୍ତ୍ରୀ ହୋଇ ରହିଥିଲେ ।

ହେଲେ କିଛି ଦିନ ଗଲା ପରେ ସ୍ୱାମୀଙ୍କ ପରିବାର ଲୋକେ ସବୁବେଳେ ସ୍ୱାମୀଙ୍କ ଉପରେ ଚାପ ସୃଷ୍ଟି କରୁଥିଲେ କି ସ୍ତ୍ରୀ କୁ ଛାଡି ଚାଲିଯିବାକୁ । ସ୍ୱାମୀଙ୍କ ପରିବାର ଲୋକେ କହୁଥିଲେ କି ସ୍ତ୍ରୀ କୁ ଛାଡି ଦେଲେ ସେମାନେ ଏକ ନୂଆ ଓ ଭଲ ଝିଅ ସାଥିରେ ବିବାହ କରାଇ ଦେବେ ମାତ୍ର ସ୍ୱାମୀ କିନ୍ତୁ ପରିବାର ଲୋକଙ୍କ କଥାରେ ରାଜି ହେଉ ନଥିଲେ । ସ୍ୱାମୀ କହୁଥିଲେ କି ପର ଝିଅର ହାତ ଧରି ତାକୁ ଘରୁ ନେଇ ଚାଲି ଆସିଛି।

ଯଦି ମୁଁ ତାକୁ ଛାଡି ଦେବି ତେବେ ସେ କାହା ସାଥିରେ ରହିବ । ଏ ସହରରେ ସେ ଏକା ହୋଇଯିବ । ଏତେ ବଡ଼ ସହରରେ ମତେ ଛାଡିଲେ ତାର ନିଜର ବୋଲି କେହି ନାହାଁନ୍ତି। ସ୍ୱାମୀ ସବୁବେଳେ ସ୍ତ୍ରୀଙ୍କୁ ସପୋଟ କରି ଆସୁଥିଲେ । ଆଉ ସ୍ତ୍ରୀ ସ୍ୱାମୀଙ୍କ ପରିବାର ଲୋକଙ୍କ କଥା ଶୁଣି ଭାଙ୍ଗି ପଡିଲେ ସ୍ୱାମୀ କହୁଥିଲେ ବ୍ୟସ୍ତ ହୁଅନି ମୁଁ ତୁମର ସାଥ କେବେ ହେଲେ ମଧ୍ୟ ଛାଡ଼ିବି ନାହିଁ । ଏମିତି ପରିସ୍ଥିତିରେ ଅନେକ ଦିନ ବିତି ଯାଇଥିଲା ସତ । ହେଲେ ସ୍ୱାମୀଙ୍କ ପରିବାର ଲୋକେ କିନ୍ତୁ ଦୁହିଁଙ୍କୁ ଅଲଗା କରିବାକୁ ଲାଗିପଡିଥିଲେ।

ଶେଷରେ ସ୍ୱାମୀଙ୍କ ଉପରେ ସବୁବେଳେ ଚାପ ସୃଷ୍ଟି କରିବା ଫଳରେ । ସ୍ୱାମୀ ସ୍ତ୍ରୀଙ୍କୁ କହିଥିଲେ ଚାଲ ଆମେ ଗାଁକୁ ଚାଲିଯିବା । ଗାଁରେ ପରିବାର ଲୋକେ ଆମକୁ ଗ୍ରହଣ କରିବାକୁ ରାଜି ଅଛନ୍ତି । ସ୍ୱାମୀଙ୍କ ପାଖରୁ ଏହି କଥା ଶୁଣି ସ୍ତ୍ରୀ ଖୁସି ହୋଇଯାଇଥିଲେ । ଅନେକ ଦିନ ପରେ ଶାଶୁ ଘରେ ପାଦ ଦେବେ ଭାବି ଅନେକ ସ୍ୱପ୍ନ ମଧ୍ୟ ଦେଖିଥିଲେ । ହେଲେ ସ୍ତ୍ରୀଙ୍କୁ ଜଣା ନଥିଲା ସ୍ୱାମୀଙ୍କ ମନରେ ଅଲଗା କିଛି ଚାଲିଛି ।

ସ୍ୱାମୀ ସ୍ତ୍ରୀ ପିଲା ଷ୍ଟେସ-ନରେ ପହଞ୍ଚିବା ପରେ ସ୍ୱାମୀ ସେଠାରେ ସ୍ତ୍ରୀ ପିଲାଙ୍କୁ ଛାଡି ଚ-ମ୍ପଟ ମା-ରିଥିଲେ । ଆଉ ସେଠାରେ ସ୍ତ୍ରୀ ପିଲା ସ୍ୱାମୀଙ୍କୁ ନପାଇ କାନ୍ଦି କାନ୍ଦି ଭିଡିଓ ଜାରି କରିଥିଲେ । ଭିଡ଼ିଓରେ କୁନି ପୁଅ ଖନେଇ ଖନେଇ କହୁଛି ବାପା ତୁମେ କେଉଁଠି ଅଛ ଫେରିଆସ। ତୁମ କଥା ଭାରି ମନେ ପଡୁଛି । ଆଉ ସ୍ତ୍ରୀ ମଧ୍ୟ କାନ୍ଦି କାନ୍ଦି କହୁଛନ୍ତି । ହାତ ଧରିଥିଲ କଣ ଅଧା ରାସ୍ତାରେ ହାତ ଛାଡିବାକୁ । ତୁମେ ଦୟାକରି ଆମ ପାଖକୁ ଫେରିଆସ । ତେବେ ସ୍ୱାମୀ ଫେରିବେ କି ନାହିଁ ତାହା ତ ସମୟ କହିବ ।

Leave a Reply

Your email address will not be published. Required fields are marked *