ପ୍ରେମିକକୁ ବିବାହ କରିବାକୁ ଥାନା ବାହାରେ ଶଙ୍ଖା ସିନ୍ଦୁର ଧରି ଜିଦରେ ବସି ରହିଲେ ମହିଳା । ମହିଳାଙ୍କର ଅଛି ଦୁଇ ସନ୍ତାନ…

କାମନା ବାସନା ମଣିଷକୁ ଏତେ ଅନ୍ଧ କରି ଦେଉଛି ଯେ ମଣିଷ ସେ ପୁରୁଷ ହେଉ କିମ୍ବା ନାରୀ ଉଭୟ କାମନାର ବଶବର୍ତ୍ତୀ ହୋଇ ଅନେକ ଭୁଲ କାମ କରୁଛନ୍ତି । ବିବାହିତ ହେବା ସତ୍ତ୍ୱେ ବି ଅନ୍ୟ ପୁରୁଷ କିମ୍ବା ମହିଳାଙ୍କ ସହିତ ଅବୈଧ ସମ୍ପର୍କ ରଖୁଛନ୍ତି । ଯାହାଦ୍ୱାରା ଏକାସାଥିରେ ଏକାଧିକ ଜୀବନ ନଷ୍ଟ ହୋଇ ଯାଉଛି । ବର୍ତ୍ତମାନ ସମୟରେ ଏପରି ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରଲ ହେଉଛି ଯେଉଁଠି ଜଣେ ମହିଳା ଥାନା ବାହାରେ ଶଙ୍ଖା ସିନ୍ଦୁର ଏବଂ ଫୁଲମାଳ ଧରି ବସି ରହିଛନ୍ତି ଏବଂ କହୁଛନ୍ତି କୁଆଡ଼େ ଥାନା ଭିତରେ ଥିବା ଯୁବକଙ୍କୁ ବିବାହ କରିବେ ନଚେତ ପ୍ରାଣ ହାରିବେ । ଘଟଣା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ କାଆଡୁ ଥାନା ଅନ୍ତର୍ଗତ ସିକିରି ଗ୍ରାମର ଯୁବକ ଆଲୋକ ଭୋଳଙ୍କର କିଛି ବର୍ଷ ପୂର୍ବରୁ ଉକ୍ତ ମହିଳାଙ୍କ ସହିତ ସମ୍ପର୍କ ରହିଥିଲା । ମହିଳାଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଇଥିଲେ ଯୁବକ ଏବଂ ସେହିଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟଙ୍କ ମଧ୍ୟରେ ଶାରୀ-ରିକ ସମ୍ପ-ର୍କ ମଧ୍ୟ ଥିଲା । ମାତ୍ର ସୂଚନା ଅନୁଯାୟୀ ମହିଳା ବିବାହିତ ଏବଂ ତାଙ୍କର ଦୁଇ ଛୁଆ ମଧ୍ୟ ଥିବା ସତ୍ତ୍ୱେ ବି ଆଲୋକ ତାଙ୍କ ପ୍ରେମରେ ରହିଥିଲେ । ତେବେ ଏହି କାରଣରୁ ମହିଳାଙ୍କର ପ୍ରଥମ ସ୍ୱାମୀଙ୍କ ସହ ଛାଡ଼ପତ୍ର ହୋଇଥିଲା ।

ଛାଡ଼ପତ୍ର ପରେ ୨୦୨୧ ରୁ ଆଲୋକ ତାଙ୍କୁ ଏକ ଗେଷ୍ଟ ହାଉସରେ ଘର ଭଡ଼ା ନେଇ ରହି ଆସୁଥିଲେ । ଏମିତିକି ମହିଳା ବିବାହ କରିବାକୁ ବାଧ୍ୟ କରିବାରୁ ମନ୍ଦିରକୁ ଉଭୟେ ବିବାହ କରିବାକୁ ଯାଇଥିଲେ । ମାତ୍ର ସେଠାରେ ବିବାହ କରିବାକୁ ଅନୁମତି ନମିଳିବାରୁ ଉଭୟେ ଥାନାରେ ବୁଝାସୁଝା କରି ବିବାହ କରିଥିଲେ । କିନ୍ତୁ ଏପଟେ ଆଲୋକଙ୍କ ପରିବାର ଲୋକେ ଏହି ବିବାହ ପାଇଁ ରାଜି ନଥିଲେ । ତେଣୁ ସେମାନେ ଆଲୋକଙ୍କର ଅନ୍ୟତ୍ର ବିବାହ ପାଇଁ ଉଦ୍ୟମ କରିଥିଲେ । ଏହି ସମ୍ବନ୍ଧରେ ଆଲୋକ ନିଜେ ମହିଳାଙ୍କୁ ଅବଗତ କରାଇଥିଲେ ଏବଂ ମହିଳାଙ୍କୁ ଆଉ ବିବାହ କରିବେ ନାହିଁ ବୋଲି ମଧ୍ୟ କହିଥିଲେ ।

ମହିଳାଙ୍କ ଅନୁଯାୟୀ ଗତ ୧୬ ରୁ ୧୭ ଭିତରେ ସବୁ ପରିସ୍ଥିତି ବଦଳି ଯାଇଥିଲା । ଆଲୋକ ମହିଳାଙ୍କ ପାଖକୁ ଆସିବା ବନ୍ଦ କରି ଦେଇଥିଲେ ଏବଂ ତାଙ୍କୁ ଅନ୍ୟ ଝିଅ ସହ ବିବାହ କରିବାକୁ ଯାଉଥିବାର ମହିଳା କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ । ତେବେ ଗତକାଲି ଆଲୋକ କୋର୍ଟ ମ୍ୟାରେଜ କରିବାକୁ ଯାଉଥିବା ସମୟରେ ମହିଳା ତାଙ୍କୁ ଅଟକାଇ ଥାନାକୁ ଆଣିଥିବା ସୂଚନା ରହିଛି । ହାତରେ ଶଙ୍ଖା ସିନ୍ଦୁର ଏବଂ ଫୁଲମାଳ ଧରି ଥାନା ସାମ୍ନାରେ ଗୋଟିଏ ଜିଦରେ ବସି ରହିଛନ୍ତି ଯେ ଆଲୋକଙ୍କୁ ହିଁ ବିବାହ କରିବେ ।

ଏମିତିକି ସେ ଏପରି ଉକ୍ତି ମଧ୍ୟ ରଖିଛନ୍ତି ଯେ ” ଯେଉଁ ଝିଅଟାକୁ ତା ବୋପା ମା ବାହା କରୁଛନ୍ତି ତାର ଏମିତି କଣ ଅଛି ମୋର ନାହିଁ । ” ତେଣୁ ଯାହାବି ହେଉ ତାଙ୍କୁ ଆଲୋକ ବିବାହ କରନ୍ତୁ ବୋଲି ମହିଳା ଜଣକ ଦାବି କରିଛନ୍ତି । ଆଉ ଯଦି ଆଲୋକ ବିବାହ ନକରନ୍ତି ତେବେ ସେ ଥାନା ଆଗରେ ଜୀବନ ହାରିଦେବେ ବୋଲି ମଧ୍ୟ କହିଛନ୍ତି ।

Leave a Reply

Your email address will not be published. Required fields are marked *