କୁନି ଝିଅ କହିଲା ” ମୁଁ ସେମାନଙ୍କ ସହ ଯିବିନି, ସେମାନେ ମୋତେ ବିକିଦେବେ ” । ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହେବେ :-

ରାଜଧାନୀର ଏକ ବସ୍ତିରେ ଗତ କିଛି ଦିନ ତଳେ ଦୁଇ ବାପା ମା ନିଜ ଝିଅକୁ ନେବାକୁ ଅପେକ୍ଷା କରି ବସିଥିଲେ କିନ୍ତୁ ନିଜ ଝିଅକୁ ପାଇ ନଥିଲେ । ବ୍ୟକ୍ତି ଜଣକ କାମ କରିବା ସମୟରେ ଯାହା ଘରେ ରହୁଥିଲେ ସେହି ଘରର ଲୋକେ ତାଙ୍କ ଝିଅକୁ ମଧ୍ୟ ରଖିଥିଲେ ଏବଂ ତାଙ୍କର ସବୁକଥା ମଧ୍ୟ ବୁଝୁ ଥିଲେ । ସେମାନଙ୍କ କହିବା ଅନୁଯାୟୀ ସେମାନେ କୁଆଡ଼େ ପରିସ୍ଥିତି ଠିକ ହେଲେ ନିଜ ଝିଅକୁ ନେଇଯିବେ ବୋଲି କହିଥିଲେ । ମାତ୍ର ବର୍ତ୍ତମାନ ସମୟରେ ଘଟଣାରେ ଭିନ୍ନ ଭିନ୍ନ ରହସ୍ୟ ଜଣା ପଡ଼ିଛି । ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

ସୂଚନା ଅନୁଯାୟୀ ଉକ୍ତ ଦମ୍ପତ୍ତିଙ୍କ କୁନି ଝିଅ କିନ୍ତୁ ସେମାନଙ୍କ ସହିତ ଯିବାକୁ ମନା କରି ଦେଇଛି । ତାକୁ ପାଳିଥିବା ଦମ୍ପତ୍ତିହିଁ ନିଜ ବାପା ମା କହିବା ସହିତ ସେମାନେ ତାର କେତେ ଦେଖାସୁଣା କରନ୍ତି ତାହା ମଧ୍ୟ କହିଛି । କୁନି ଝିଅ ତୁଳସୀ ବିଶୋଇକୁ ଯେତେବେଳେ ନିଜ ମା ଏବଂ ବାପା ନାମ ପଚରା ଯାଇଛି ଉତ୍ତରରେ ଟୁନି ବିଶୋଇ ବାବଲି ବିଶୋଇ ନିଜ ବାପା ମା ବୋଲି କହିଛି । ସେମାନେ ତାର ସବୁ କଥା ବୁଝିବା ସହିତ ଖୁବ ଭଲ ପାଉଥିବା ମଧ୍ୟ କହିଛନ୍ତି ।

ନିଜ ଜନ୍ମ କଲା ବାପା ମା ନାମରେ ଏକ ବଡ଼ ସତର ଖୁଲାସା କରିଛି ତୁଳସୀ । ବାପା ମା କୁଆଡ଼େ ତାକୁ ନେଇ ବିକ୍ରି କରିଦେବେ ବୋଲି କହିଥିଲେ । ତେଣୁ ସେ ସେମାନଙ୍କ ସହିତ ଯିବାକୁ ଚାହୁଁ ନାହାନ୍ତି ବୋଲି କହିଛନ୍ତି । ତୁଳସୀଙ୍କୁ ପାଲିଥିବା ବାପା ମା ତାଙ୍କର ଆଡ଼ମିସନ ଝାଡ଼ତୋଟା ସ୍କୁଲରେ ମଧ୍ୟ କରାଇଛନ୍ତି । ତେବେ ବର୍ତ୍ତମାନ କୁନି ଝିଅଟିର ବୟାନରୁ ଏହା ସ୍ପଷ୍ଟ କରିବା ବାକି ରହିଲା ଯେ ସେହି ଦୁଇ ଦମ୍ପତ୍ତି ଯାହା ସବୁ କହୁଥିଲେ ତାହା ମିଛ ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି ।

ପୁଣି କୁନି ଝିଅଟି ନିର୍ଭୟରେ ଏତେ ଭାବ ଭାବରେ କଥାକୁ କହିଛି ଯେଉଁଥିରୁ ଏହା ସ୍ପଷ୍ଟ ଯେ ସେ ଯେଉଁ ଘରେ ରହିଛି ସେଠାରେ ତାର ଖୁବ ଭଲଭାବରେ ଦେଖାଶୁଣା କରାଯାଉଛି । ଆଉ ସେ ଖୁବ ଖୁସି ମଧ୍ୟ ଅଛି । ତେବେ ବର୍ତ୍ତମାନ ଝିଅର ପ୍ରକୃତ ବାପା ମା ଏପରି ମିଛ କାହାଣୀ କହିବା ପଛରେ ରହସ୍ୟ କଣ ତାହା ଜାଣିବା ଜରୁରୀ ଅଟେ ।

Leave a Reply

Your email address will not be published. Required fields are marked *