ମନ ଖୁସିରେ ଘରକୁ ଫେରୁଥିଲା ପୁଅ, ଉପରେ ଚଢ଼ିଗଲା ପିକ୍ଅପ ଭ୍ୟାନ।

ମଣିଷ ଜୀବନରେ କେତେବେଳେ ଯେ କଣ ଘଟିଯାଏ ଏ କଥା କେହି ଜାଣି ପାରନ୍ତିନି। ସକାଳେ ସୁସ୍ଥ ଥିବା ଲୋକ ସନ୍ଧ୍ୟା ବେଳକୁ ପାଖରେ ନଥାଏ ତ ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ହେଇଥିବା ଲୋକ ବହୁଦିନ ପର୍ଯ୍ୟନ୍ତ ବଞ୍ଚିରୁହେ। ଯମ କେତେବେଳେ କାହାକୁ ଆସି ନେଇଯାଏ କେହି ଜାଣି ପାରନ୍ତିନି। ମନ ଖୁସିରେ ମାଆ ପାଖକୁ ଫେରୁଥିବା ପୁଅ ଯଦି ଆଉ ଘରକୁ ନ ଫେରେ ସେ ମାଆର ମନ ଭିତର ଟା କଣ ହୋଇଯାଉଥିବ ଟିକେ ଭାବନ୍ତୁ।

ବୌଦ୍ଧ ଜିଲ୍ଳା ଜାଲପାଲି ଗାଆଁ ର ପ୍ରମୋସୁନା ନିଜ ଘର ଚଳେଇବା ପାଇଁ ବାହାରେ ରହି କାମ କରୁଥିଲେ। ସେ ଘରୁ ଗଲା ବେଳେ ତାଙ୍କ ମାଆଙ୍କୁ କହିକି ଯାଇଥିଲେ ଆଉ ଆମ ଘରେ କେହି ଦୁଃ-ଖରେ ରହିବେନି ମୁଁ କାମରୁ ଫେରବା ବେଳେ ବହୁତ୍ ଟଙ୍କା ନେଇକି ଆସିବି। କିନ୍ତୁ ଭାଗ୍ୟର ବିଡମ୍ବନା କିଛି ଅଲଗା ଥିଲା ଘରକୁ ଫେରିବା ବାଟରେ ଗୋଟେ ପିକଅପ୍ ଭ୍ୟାନ ଦୁର୍ଘ-ଟଣା ରେ ସେ ନିଜ ମାଆ,ବାପା ଏବଂ ଭାଇଙ୍କୁ ଛାଡ଼ି ସବୁଦିନ ପାଇଁ ଦୂରକୁ ଚାଲିଗଲେ।

ମିଳିଥିବା ସୂଚନା ଅନୁସାରେ ପିକଅପ୍ ଭ୍ୟାନଟି ବୌଦ୍ଧ ଜିଲ୍ଳାରୁ ବାହାରିକି ଆସିଲା ବେଳେ ବାଟରେ ପଡୁଥିବା ବ୍ରିଜ ପାଖରେ ଗୋଟେ ବାଇକକୁ ଧ-କା ଦେଇଥିଲା। କିଛି ବାଟ ଆସିବା ପରେ ନଳିନୀ ଛକ ନିକଟରେ ଜାଲପାଲି ଗାଆଁର ପ୍ରମୋସୁନା ଏବଂ ତାଙ୍କ ସାଙ୍ଗ ପରମାନନ୍ଦ ବାରିକଙ୍କୁ ପଛପଟୁ ଭ୍ୟାନ ଧ-କ୍କା କରି ଜୋରେ ପଳେଇ ଯାଇଥିଲା।

ସ୍ଥାନୀୟ ବାସିନ୍ଦା ଭ୍ୟାନକୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ କିଛି ଲାଭ ହେଲାନି। ଘଟ-ଣା ସ୍ଥଳରେ ପ୍ରମୋସୁନାଙ୍କ ମୃତୁ ହେଇଯାଇଥିଲା। ଲୋକମାନେ ପରମାନନ୍ଦ ବାରିକଙ୍କୁ ଗୁରୁତ୍ଵର ଅବସ୍ଥାରେ ସୁବର୍ଣ୍ଣପୁର ବଡ଼ ମେଡିକାଲ କୁ ନେଇଗଲେ। କିଛି ସମୟ ପରେ ସୁବର୍ଣ୍ଣପୁର ପୋ-ଲିସ୍ ଘଟ-ଣା ସ୍ଥଳରେ ପହଞ୍ଚି ତ-ଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *