ମାନବ ପ୍ରେମୀ ଆଦିତ୍ୟଙ୍କ ହ-ତ୍ୟା କିଏ କରିଥିଲା ? ଆଉ କେବେ ଜଣା ପଡ଼ିବ ସତ ? ସାମ୍ନାକୁ ଆସିଛି ଆଉ କିଛି ଏଭଳି ଉକ୍ତି ।

କରୋନା ଲକ ଡାଉନ ସମୟରେ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃ-ତ୍ୟୁ ମାମ-ଲା ସାମ୍ନାକୁ ଆସିଥିଲା । ସେବେଠାରୁ ତାହା ଏକ ଆ-ତ୍ମହ-ତ୍ୟା ବୋଲି ଶୁଣିବାକୁ ମିଳି ଆସୁଛି । କେହି କହୁଛନ୍ତି ତାହା ହ-ତ୍ୟା ତ ପୁଣି ହ-ତ୍ୟାର କିଛିବି ପ୍ରମାଣ ଏବେ ସୁଦ୍ଧା ମିଳିପାରି ନାହିଁ । କେତେବେଳେ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ଉପରେ ଦୋ-ଷ ଲଦି ଦିଆଯାଏ ତ କେତେବେଳେ ବିକାଶଙ୍କ ଉପରେ । ପୁଣି ବର୍ତ୍ତମାନ ଉଭୟଙ୍କର ଭିନ୍ନ ଭିନ୍ନ ବୟାନ ଗଣମାଧ୍ୟମ ସାମ୍ନାରେ ଶୁଣିବାକୁ ମିଳିଛି , ଯାହାକୁ ଆଧାର କରି ଲୋକେ ନିଜ ନିଜର ମତ ଦେବାରେ ଲାଗିଛନ୍ତି ଏବଂ ଅନୁମାନ କରିବାରେ ଲାଗିଛନ୍ତି ଯେ ବିଦ୍ୟାଶ୍ରୀ ସତ କହୁଛନ୍ତି ନା ବିକାଶ । ଯାହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ହେଉଛି ।

ଯେମିତି ଆପଣ ମାନେ ସମସ୍ତେ ଜାଣିଥିବେ ଯେ ଯେଉଁଭଳି ଭାବରେ ଆଦିତ୍ୟଙ୍କ ମୃ-ତ ଶରୀର ଟ୍ରେନ ଲାଇନରୁ ମିଳିଥିଲା ସେହି ଅନୁଯାୟୀ ଏହା କୁହାଯାଉଥିଲା ଯେ ଆଦିତ୍ୟ କୌଣସି କାରଣ ବଶତଃ ଆ-ତ୍ମହ-ତ୍ୟା କରିଥିଲେ । ପୁଣି ତାଙ୍କ ରୁମରୁ ତାଙ୍କର ହାତଲେଖା ଚିଠି ମିଳିଥିଲା । କିନ୍ତୁ କ୍ରାଇମବ୍ରାଞ୍ଚର ତ-ଦନ୍ତ ପରେବି କିଛି ଜଣା ପଡ଼ିନାହିଁ ।

ବର୍ତ୍ତମାନ ବିଦ୍ୟାଶ୍ରୀ କହୁଛନ୍ତି ଯେ ବିକାଶ ହିଁ କୁଆଡ଼େ ଆଦିତ୍ୟଙ୍କ ହ-ତ୍ୟା କରିଛନ୍ତି । କାରଣ କୁଆଡ଼େ ବିକାଶ ସବୁବେଳେ ଏହା ଚାହୁଁଥିଲେ ଯେ ପିପୁଲ ଫର ସେବାରେ ସେ ଯେକୌଣସି ପ୍ରକାରେ ସେ ଚେୟାରମ୍ୟାନ ହୋଇ ଯାଉ । ଯେଉଁ କାରଣରୁ ସେ ଆଦିତ୍ୟଙ୍କ ବାପା ମା’ଙ୍କୁ ଆଣି ଆଶ୍ରମରେ ରଖିଥିଲା ।

ବାପା ମା’ ଙ୍କ ମୁହଁ ଦେଖାଇ ପବ୍ଲିକରୁ ପଇସା କଲେକ୍ସନ କରିବା ସହିତ ଆଶ୍ରମକୁ ହାତେଇବା । କାହାକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି ବିକାଶ । ବିଦ୍ୟାଶ୍ରୀ କହିଛନ୍ତି ଯେ ଆଦିତ୍ୟଙ୍କ ସୁଲଭ ମୃ-ତ୍ୟୁ ପରେ ବିକାଶ ଏସବୁ କେବଳ ଆଶ୍ରମକୁ ହାତେଇବା ପାଇଁ କରିଥିଲା ମାତ୍ର ସେଥିରେ ସେ ସଫଳ ହୋଇ ପାରିଲା ନାହିଁ । ଯେତେବେଳେ ସେ ବିଦ୍ୟାଶ୍ରୀଙ୍କୁ ଦୋ-ଷୀ ପ୍ରମାଣିତ କରି ପାରିଲା ନାହିଁ ସେତେବେଳେ ସେ ଏଭଳି ଆଦିତ୍ୟଙ୍କ ବାପା ମା’ଙ୍କୁ ସେସବୁଥିରୁ ହଟାଇବାକୁ ଚେଷ୍ଟା କଲା । ତେଣୁ ସେ କୁଆଡ଼େ ଆଶ୍ରମରେ ରହୁଥିବା ମାଉସୀଙ୍କୁ ନେଇ ଶିଖେଇ ଆଦିତ୍ୟଙ୍କ ବାପା ମା’ଙ୍କ ନାମରେ ଏଣୁତେଣୁ କହିବାକୁ ଶିଖେଇ ଥିଲେ ।

ବିଦ୍ୟାଶ୍ରୀଙ୍କ କହିବା କଥା ଯେ ତାଙ୍କୁ ନିଜକୁ ଅପ-ମାନ ଦିଆଯାଉଥିଲା ତାହାକୁ ସହ୍ୟ କରୁଥିଲେ ମାତ୍ର ମାନବପ୍ରେମୀ ଆଦିତ୍ୟଙ୍କ ବାପା ମା’ଙ୍କୁ ଆଶ୍ରମରୁ ବାହାର କରି ତାଙ୍କ ନାମରେ ଏଭଳି ମି-ଛ କହିବାର କେବଳ ଗୋଟିଏ ଅର୍ଥ ଯେ ସେ କେବଳ ଆଶ୍ରମ ଚାହୁଁଥିଲା । ଏପଟେ ବିକାଶ କହିଛନ୍ତି ଯେ ସେ ନିଜର ଦଶମ ପାଖରୁ ଆଦିତ୍ୟଙ୍କ ପାଖରେ ଥିଲେ ଏଭଳି କିଛି ଘଟାଣ ଘଟି ନଥିଲା ମାତ୍ର ସେ ବିଦ୍ୟାଶ୍ରୀଙ୍କୁ ବିବାହ କରିବାର ୨୭ ଦିନ ପରେ ହିଁ ତାଙ୍କର ମୃ-ତ୍ୟୁ ହୋଇଥିଲା ।

ଯେଉଁ ମଉସା ମାଉସୀ ପାଇଁ ଆଶ୍ରମ ଗଢ଼ା ଯାଇଥିଲା ବର୍ତ୍ତମାନ ଆଦିତ୍ୟଙ୍କ ବାପା ମା ସେହି ମଉସା ମାଉସୀଙ୍କୁ ବାହାର କରି ଦେଇଛନ୍ତି । ଏପଟେ ବିକାଶ କହିଛନ୍ତି ଯେ ମାଉସୀ କୁଆଡ଼େ ଆଶ୍ରମ ସମେତ ଅନ୍ୟ ଲୋକ ଘରକୁ ଯାଇ କାମ କରି ପଇସା ଆଣନ୍ତି । ତେଣୁ ସେ ଆଶ୍ରମରେ ରହିବାକୁ ଯୋଗ୍ୟ ନଥିବା କହି ବାହାର କରାଯାଇଛି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *