ପୂଜାର ଦୁଃଖ ଦେଖି ଦୌଡ଼ି ଆସିଲେ ସମସ୍ତେ । ରୋଗୀଣା ମା’ ପାଖରେ ବସି କାନ୍ଦୁଥିଲା ପୂଜା । ଦୁଃଖ ସହି ନପାରି ଲୋକେ କଲେ ସାହାଯ୍ୟ ।

ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିବା ଏକ ଦୁଃଖଦ ଘଟଣା ଅନେକଙ୍କ ଆଖିରେ ଲୁହ ଆଣିପାରେ । ଏଇ ଯେମିତି ମା’ ଝିଅର ଦୁଃଖ ଭରା ଘଟଣା । ଲୋକଙ୍କ ପାଖରୁ ମାଗି ଆଣି ରୋଗୀଣା ମା’କୁ ଝିଅ ଖାଇବାକୁ ଦେଉଥିଲା । ନିଜ ମା’କୁ ତିଳେ ହେଲେ ଛାଡ଼ି କୁଆଡ଼େ ଯାଉ ନଥିଲା ଝିଅ । କିନ୍ତୁ ବର୍ତ୍ତମାନ ଯେତେବେଳେ ତାର ମା’ ଟ୍ରଲିରେ ନେଇ ଯାଉଛନ୍ତି ସେତେବେଳେ ଝିଅଟି ଚିତ୍କାର କରି କାନ୍ଦୁଛି । ଗତ କିଛି ଦିନ ତଳେ ଏହି କୁନି ଝିଅର ଭିଡ଼ିଓକୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । କିଭଳି ଝିଅଟି ନିଜ ରୋଗୀଣା ମା’କୁ ବିସ୍କୁଟ ଖୁଆଇ ଦେଉଥିଲା ଏବଂ ତାଙ୍କ ପାଖରେ ବସି ମୁଣ୍ଡକୁ ଆଉଁସି ଦେଉଥିଲା । ଆଉ ମା’କୁ ବାରମ୍ବାର କହୁଥିଲା ମା’ ତୁ ଭଲ ହେଇଯା ।

ଏହି ଭିଡ଼ିଓ ସମସ୍ତଙ୍କ ନଜରକୁ ଆସିବା ପରେ ସମସ୍ତେ ଏହି ଘଟଣାକୁ ହୃଦୟଙ୍ଗମ କରିଥିଲେ ଏବଂ ଯେତେବେଳେ ସମସ୍ତେ ଆସି ଝିଅଟିର ମା’କୁ ଚିକିତ୍ସା ପାଇଁ ନେଇ ଯାଉଥିଲେ ସେତେବେଳେ ଝିଅ କାନ୍ଦି କାନ୍ଦି ଚିତ୍କାର କରୁଛି । ଖବର ପ୍ରସାରଣ ପରେ ଚେଇଁ ଉଠିଛି ପ୍ରଶାସନ ଏବଂ ଦିନ ୧୨.୦୦ ସମୟରେ ପୌର ପରିଷଦ ପକ୍ଷରୁ ମାଲଗୋଦାମ ସାହିକୁ ଯାଇ ପୀଡ଼ିତା ମା’ ଏବଂ ପାଞ୍ଚ ବର୍ଷର ଝିଅକୁ ଉଦ୍ଧାର କରି ଜିକେ ଭେଟଲ ହସ୍ପିଟାଲକୁ ନେଇଛନ୍ତି ।

ଜଳେଶ୍ବର ପୌର ପରିଷଦ ଅନ୍ତର୍ଗତ ପାଞ୍ଚ ନମ୍ବର ୱାର୍ଡ଼ ରେଳବାଇ ମାଲଗୋଦାମ ସାହିର ସରକାରୀ ଜାଗାରେ ଏକ ଭଙ୍ଗା କୁଡ଼ିଆରେ କୁନି ଝିଅ ପୂଜା ଏବଂ ମା’ ବାସନ୍ତି ରହୁଥିଲେ । ରୋଗୀଣା ମା’ର ସବୁକଥା ବୁଝୁଥିବା ଏବଂ ମାଗିଆଣି ଖାଇବାକୁ ଦେଉଥିଲା ପୂଜା ।ଝିଅକୁ ଯେତେବେଳେ ତାର ବାପାଙ୍କ ବିଷୟରେ ପଚରା ଯାଇଛି ସେ କହିଛି ଯେ କୁଆଡ଼େ ତାର ବାପା ମଦ ପିଉଥିଲା ଏବଂ ବର୍ଷକ ତଳେ ଘର ଛାଡ଼ି କୁଆଡ଼େ ଚାଲି ଯାଇଛି । କୁନି ଝିଅଟିକୁ ତାର ମା’ ଚଳାଉ ଥିଲା । କିନ୍ତୁ ଯେତେବେଳେ ମା’ଟି ଏଭଳି ରୋଗରେ ପଡ଼ିଲା ସେତେବେଳେ ଏହି କୁନି ଝିଅଟି ବା କଣ କରିଥାନ୍ତା ।

କୁନି ବୟସରେ ଯେଉଁଠି ହସି ଖେଳି ସମୟ ବିତାଇବା କଥା ସେଠାରେ ଏହି କୁନି ଝିଅଟି ନିଜ ମା’ ର ସବୁ ଦେଖାଶୁଣା କରୁଥିଲା । ତେଣୁ ବର୍ତ୍ତମାନ ଲୋକେ ଦୌଡ଼ି ଆସି ଏହି ମା’ ଝିଅଙ୍କୁ ସାହାଯ୍ୟ କରିଛନ୍ତି । ଏହି ଘଟଣାକୁ ଗଣମାଧ୍ୟମ ଲୋକଲୋଚନକୁ ଆଣିବା ପରେ ପୋୖରାଧକ୍ଷ ପ୍ରତୀକ କୁମାର ପ୍ରଧାନଙ୍କ ସହିତ ପୌର କର୍ମକର୍ତ୍ତା ମାନେ ଘଟଣାସ୍ଥଳରେ ପହଞ୍ଚି , ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦେଇଛନ୍ତି । ତେବେ ବର୍ତ୍ତମାନ ଏହା ଦେଖିବା ବାକି ରହିଲା ଯେ ଆଗକୁ ଯାଇ ଏହି କୁନି ଝିଅ ପୂଜାର ଭବିଷ୍ୟତ କଣ ହେଉଛି

Leave a Reply

Your email address will not be published. Required fields are marked *