ସଞ୍ଜୟଙ୍କୁ ସାହାଯ୍ୟ କରିବା ପାଇଁ କେନ୍ଦ୍ରାପଡାରେ ପହଞ୍ଚିଲେ ରାଣୀ ପଣ୍ଡା।

ଜୀବନରେ ଯେତେ କଷ୍ଟ ଆସିଲେ ବି ମାଆବାପା ପିଲାକୁ କେବେ ଏକା ଛାଡ଼ନ୍ତିନି। ସେମାନେ ସବୁବେଳେ ନିଜ ପିଲାକୁ ସୁର-କ୍ଷା ଦେବାପାଇଁ ଛିଡ଼ା ହୁଅନ୍ତି। ଗୋଟେ ମା ଦଶ ମାସ ଦଶ ଦିନ ଗର୍ଭରେ ଧରି ନିଜ ପିଲାକୁ ଜନ୍ମ ଦିଏ ଯଦି ସେ ପିଲା କେବେ ବିପ-ଦରେ ପଡେ ତେବେ ମା କେବେ ତାକୁ ଛାଡ଼ିକି ଯିବନି। କେନ୍ଦ୍ରାପଡ଼ାର ସଂଜୟଙ୍କୁ ବଞ୍ଚାଇବା ପାଇଁ ତାଙ୍କ ମାଆ ଘର ଘର ବୁଲି ଭିକ ମାଗୁଛନ୍ତି। ସେଥିପାଇଁ ତାଙ୍କୁ ସାହାଯ୍ୟ କରିବା ପାଇଁ ଯାତ୍ରା ଜଗତର ଶ୍ରେଷ୍ଟ ନାୟିକା ରାଣୀ ପଣ୍ଡା କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି।

ଯେତେବେଳେ ଯାହାର କିଛି ଅସୁବିଧା ହୁଏ ରାଣୀ ପଣ୍ଡା ସମସ୍ତଙ୍କୁ ସାହାଯ୍ୟ କରନ୍ତି। ଯେତେବେଳେ ରାଣୀ କେନ୍ଦ୍ରାପଡ଼ାର ସଞ୍ଜୟଙ୍କ ବିଷୟରେ ଜାଣିଲେ ସେ ତାଙ୍କୁ ସାହାଯ୍ୟ କରିବା ପାଇଁ କେନ୍ଦ୍ରାପଡା ଗଲେ। ରାଣୀ କହିଛନ୍ତି ଯଦି ପ୍ରତ୍ୟେକ ଲୋକ ୧ ଟଙ୍କା ଲେଖା ଦେବେ ତେବେ ସଞ୍ଜୟଙ୍କ ମାଙ୍କୁ ଆଉ ଭିକ ମାଗିବାକୁ ପଡ଼ିବନି ସେ ଭଲ ହେଇଯିବେ।

ମୁଁ ଯେତିକି ପାରିବି ସେ ପର୍ୟ୍ୟନ୍ତ ସାହାଯ୍ୟ କରିବି। କେନ୍ଦ୍ରାପଡ଼ା ହେଲା ଅନୁଭବଙ୍କର। ତାଙ୍କ ପରିସ୍ଥିତି ଏବେ ଠିକ୍ ନାହିଁ ସେଥିପାଇଁ ସେ ଆସି ପାରୁନାହାନ୍ତି।ଅନୁଭବ ଆସିବା ଯାହା ରାଣୀ ପଣ୍ଡା ଆସିବା ସେଇଆ। ମୁଁ ଆଗରୁ ଅନୁଭବଙ୍କୁ ସପୋର୍ଟ କରୁଥିଲି ଆଉ ସବୁବେଳେ କରିବି। ଯଦି କେନ୍ଦ୍ରାପଡ଼ା ଲୋକଙ୍କର କେବେ କିଛି ସାହାଯ୍ୟ ଦରକାର କିଛି ନ ଭାବିକି ମତେ ଜଣେଇବେ।

Leave a Reply

Your email address will not be published. Required fields are marked *