ଓଡ଼ିଆ ଦିବଙ୍ଗତ ଅଭିନେତା ରାଇମୋହନଙ୍କ ଆତ୍ମ-ହତ୍ୟାକୁ ନେଇ କହିଲେ ଅଭିନେତ୍ରୀ ଅନୁ ଚୌଧୁରୀ । ଜୀବନକୁ ଏତେ ଭଲ ପାଉଥିବା ଲୋକ ପୁଣି …..! :-

ବର୍ତ୍ତମାନ ସମୟରେ ପୁରା ଓଲିଉଡ ଇଣ୍ଡଷ୍ଟ୍ରିରେ ଦୁଃଖର ଛାୟା ଖେଳି ଯାଇଛି । କାରଣ ଓଲିଉଡର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆଉ ନାହାଁନ୍ତି । ଭୁବନେଶ୍ୱର ସ୍ଥିତ ପ୍ରାଚୀ ବିହାର ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହ ଉଦ୍ଧାର ହୋଇ ପୋଷ୍ଟମୋର୍ଟମ ପାଇଁ ପଠା ଯାଇଛି । ତେବେ ଏହି ଘଟଣାକୁ ବର୍ତ୍ତମାନ ସମୟରେ ଓଲିଉଡ ଇଣ୍ଡଷ୍ଟ୍ରିର କେହି କଳାକାର ସହଜରେ ଗ୍ରହଣ କରି ପାରି ନାହାଁନ୍ତି ।

ତେବେ ଏହାକୁ ଅଭିନେତ୍ରୀ ଅନୁ ଚୌଧୁରୀ କହିଛନ୍ତି ଯେ ” ଜୀବନକୁ ଏତେ ଭଲ ପାଉଥିବା ଏବଂ ସବୁବେଳେ ଖୁସିରେ ରହୁଥିବା ମଣିଷଟି ଦିନେ ଏମିତି କରିବ , ମୁଁ ଭାବି ପାରୁନି ” । ବାସ୍ତବରେ ହିଁ ରାଇମୋହନଙ୍କ ଭଳି କଳାକାରଙ୍କ ଠାରୁ ଏହା କେହିବି ଆଶା କରି ନଥିଲେ । ସେ ଜଣେ ଏପରି ବ୍ୟକ୍ତିତ୍ୱ ଥିଲେ ଯେ ସମସ୍ତଙ୍କୁ ଖୁସିରେ ରହିବା ପାଇଁ କହୁଥିଲେ । ତେଣୁ ବାସ୍ତବରେ ହିଁ ତାଙ୍କ ଆତ୍ମହତ୍ୟା ସନ୍ଦେହ ଜନକ ଅଟେ ।

ଅନୁ ଚୌଧୁରୀ ନିଜର ଦୁଃଖ ବ୍ୟକ୍ତ କରି କହିଛନ୍ତି ଯେ କଲକାର ମାନେ ଭଗବାନଙ୍କ ଆଶୀର୍ବାଦ ପାଇ କଳା କ୍ଷେତ୍ରକୁ ଆସନ୍ତି ଏବଂ ଖୁବ ସଂଘର୍ଷ ମଧ୍ୟ କରନ୍ତି । ଆଉ ସେହି ସଂଘର୍ଷକୁ ଛାତିରେ ଲଗାଇଥିବା ମଣିଷଟି ହଠାତ ଯେ ଏମିତି କରିବ ତାହା ସେ ବିଶ୍ୱାସ ବି କରି ପାରି ନାହାଁନ୍ତି । ତାଙ୍କ ଅନୁଯାୟୀ ଗତକାଲି ପର୍ଯ୍ୟନ୍ତ ରାଇମୋହନ ପୁରାପୁରି ଭଲ ଥିଲେ । ମାତ୍ର ହଠାତ ଆଜି ଏପରି ଦୁଃଖଦ ସମ୍ବାଦ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

 

ଓଲିଉଡ ଜଗତରେ ରାଇମୋହନଙ୍କ କ୍ୟାରିଅର ବିଷୟରେ କହିଲେ ସେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଏବଂ ତାଙ୍କ ଅଭିନୟ ମଧ୍ୟ ବେଶ ଉଚ୍ଚ କୋଟିର । ଖାଲି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନୁହେଁ ବରଂ ଓଡ଼ିଆ ଯାତ୍ରା ଜଗତରେ ତାଙ୍କର ଅତୁଳନୀୟ ଅବଦାନ ରହିଛି । ମାତ୍ର ବର୍ତ୍ତମାନ ତାଙ୍କ ନିଧନ ସମ୍ବନ୍ଧୀୟ ଖବର ସମସ୍ତଙ୍କ କଥାରୁ କଥା ଛଡ଼ାଇ ନେଇ ଯେପରି ମୁକ କରି ଦେଇଛି ।

Leave a Reply

Your email address will not be published. Required fields are marked *