ରକ୍ତରେ ଖେଳିଲେ ହୋଲି । ପଡ଼ୋଶୀଙ୍କ ଆକ୍ରମଣରେ ଆଖିବୁଜିଲେ ପରିବାରର ଜଣେ, ଦୁଇ ଜଣ ଗୁରୁତ୍ୱର…

ଯେଉଁଠି ସାରା ଭାରତରେ ଆଜି ହୋଲିକୁ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି ସେଠାରେ ଏଭଳି ଏକ ହତ୍ୟାକାଣ୍ଡ ଶୁଣିବାକୁ ମିଳିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସକାଳୁ ଉଠି ବାପା ମା ଏବଂ ଝିଅ ବେଶ ଖୁସିରେ ହୋଲି ପାଳନ କରିଥାନ୍ତେ କିନ୍ତୁ କେହି ଜାଣି ନଥିଲେ ଯେ ଏଭଳି ଏକ ଘଟଣା ଘଟିଯିବ ବୋଲି । ଏମିତିକି ହୋଲି ଦିନ ହିଁ ଜଣେ ନିଜ ଲୋକ ଆଖି ବୁଜିଦେଲେ । ତେବେ ବର୍ତ୍ତମାନ ଚର୍ଚ୍ଚାରେ ରହିଥିବା ଘଟଣା ଅନୁଯାୟୀ ଆଜି ସକାଳୁ ଗୋଟିଏ ପରିବାରରେ ତିନି ଜଣଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି ।

ଯେଉଁ କାରଣରୁ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ଅନୁଯାୟୀ ସକାଳ ୬ ଟା ସମୟରେ ଘର ଭିତରକୁ ଚାରି ଜଣ ପଶି ଆସିଥିଲେଲେ । ତାଙ୍କ ହାତରେ ଖଣ୍ଡା ଏବଂ ଅନେକ ମାରଣାସ୍ତ୍ର ଥିଲା । ତେବେ କେହି କିଛି ବୁଝିବା ଆଗରୁ ଏବଂ କେହି କିଛି କହିବା ଆଗରୁ ଚୋଟ ପରେ ଚୋଟ ଆଘାତ କରି ଚାଲିଥିଲେ । ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ସୁରେନ୍ଦ୍ରପାଟଣା ମୁଣ୍ଡିଆ ସାହିରେ । ପୂର୍ବ ଶତ୍ରୁତାକୁ ଆଧାର କରି ଗୋଟିଏ ପରିବାରର ତିନି ଜଣଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି ।

ଏଥିରେ ଦୁଇଜଣ ଗୁରୁତର ଭାବରେ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ତିଗିରିଆ ଥାନା ନୂଆପାଟଣା ପଞ୍ଚାୟତ ସୁରେନ୍ଦ୍ରପାଟଣା ଗାଁର ଚିନ୍ତାମଣି ବେହେରାଙ୍କୁ ସେହି ଗାଁର ଗୋଟିଏ ପରିବାର ଚାରି ଜଣ ହାତରେ ଖଣ୍ଡା ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ସକାଳ ୬ଟା ସମୟରେ ଘରେ ପଶି ଚିନ୍ତାମଣିଙ୍କୁ ଚୋଟ ପରେ ଚୋଟ ମାରି ଚାଲିଥିଲେ । ଏହାର ବିରୋଧ କରିଥିଲେ ସ୍ତ୍ରୀ ଏବଂ ଝିଅ । ସେମାନଙ୍କୁ ମଧ୍ୟ ଆକ୍ରମଣ କରିବା ପରେ ଦୁର୍ବୁତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ।

ଗୁରୁତର ଅବସ୍ଥାରେ ସେମାନଙ୍କୁ ଗ୍ରାମବାସୀ ମାନେ ୧୦୮ ଆମ୍ବୁଲାନ୍ସ ଜରିଆରେ ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ସମସ୍ତଙ୍କ ଚିକିତ୍ସା ଚାଲିଥିବା ବେଳେ ଚିନ୍ତାମଣିଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ସ୍ତ୍ରୀ ରଶ୍ମିତା ଏବଂ ଝିଅ ମିନତୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ତେବେ ଖବର ପାଇବା ପରେ ତିଗିରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି । ତେବେ ଏଭଳି ବଡ଼ କାଣ୍ଡ ଘଟିବା ପଛର କାରଣ ଏବେ ସୁଦ୍ଧା ଜଣା ପଡ଼ିନାହିଁ । ସେପଟେ ପୋଲିସ ଫେରାର ଥିବା ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।

Leave a Reply

Your email address will not be published. Required fields are marked *