ନିଜ ମନ କଥା ଖୋଲି କହିଲେ ଅଭିନେତା ବବି ମିଶ୍ର , ମୁଁ କାହା ଆଗରେ କାନ୍ଦେ ନାହିଁ

ମଣିଷ ଜୀବନରେ ଅନେକ ଦୁଃଖ ରହିଥାଏ । କେତେ ଜଣ ନିଜ ଅନ୍ୟ ଆଗରେ ଖୋଲାଖୋଲି ଭାବରେ କହି ଦେଇଥାନ୍ତି ଆଉ କେହି କେହି ଏହାକୁ କୁହନ୍ତି ନାହିଁ । କିନ୍ତୁ ଗୋଟିଏ ସତ କଥା ହେଉଛି ଜୀବନରେ ନିଜ ଦୁଃଖକୁ ଅନ୍ୟ ମାନଙ୍କ ଆଗରେ କଦାପି ଖୋଲି କରି କହିବା କଥା ନୁହେଁ କି ଅନ୍ୟ ଆଗରେ କାନ୍ଦିବା କଥା ନୁହେଁ । ନଚେତ୍ ସେମାନଙ୍କ ଆପଣଙ୍କ ଦୁଃଖର ଫାଇଦା ଉଠାଇବା ପାଇଁ ଚେଷ୍ଟା କରିବେ । ଆଉ ଆଜି ଗଣମାଧ୍ୟମ ଆଗରେ ନିଜ ଜୀବନର କିଛି ସତ କଥାକୁ ଖୋଲି କରି କହିଛନ୍ତି ବବି ମିଶ୍ର ।

ବବି ମିଶ୍ର କହିଛନ୍ତି ଯେ , ସେ ଭଗବାନଙ୍କୁ ବହୁତ ବିଶ୍ୱାସ କରିଥାନ୍ତି । ଜୀବନରେ ସମସ୍ତେ ସିନା ଛାଡି ଚାଲିଯିବେ କିନ୍ତୁ ସେହି ଭଗବାନ କାହାକୁ କେବେ ଛାଡ଼ି ଯିବେ ନାହିଁ କି ଧୋକା ଦେବେ ନାହିଁ । ସେ ବିଶେଷ ଭାବରେ ମାଆ କାଳୀଙ୍କ ଉପରେ ଅନେକ ବିଶ୍ୱାସ କରନ୍ତି । ଆଉ ପ୍ରତିଦିନ ତାଙ୍କୁ ପୂଜା ମଧ୍ୟ କରିଥାନ୍ତି । ସେଥିପାଇଁ ସେ ମାଆ କାଳୀଙ୍କୁ ଅନେକ ଭଲ ପାଆନ୍ତି । ତାଙ୍କୁ ସବୁବେଳେ ଲାଗିଥାଏ କି , ମାଆ କାଳୀ ତାଙ୍କ ପାଖେ ପାଖେ ଅଛନ୍ତି ଆଉ ତାଙ୍କ ଦୁଃଖ ବୁଝୁଛନ୍ତି ।

ଅନ୍ୟ ପକ୍ଷରେ ସେ କହିଛନ୍ତି କି , ଜୀବନରେ ଅନେକ ଦୁଃଖ ତାଙ୍କର ମଧ୍ୟ ରହିଛି । କିନ୍ତୁ କାହା ଆଗରେ ସେ ପ୍ରକାଶ କରନ୍ତି ନାହିଁ । କି ଅନ୍ୟ ମାନଙ୍କ ଆଗରେ କେବେ ସେ କାନ୍ଦନ୍ତି ନାହିଁ । କାହିଁକି ନା ଗୋଟିଏ କଥା ଆପଣ ଜାଣିବା ଉଚିତ୍ ଯେ , ଲୋକଙ୍କ ଆଗରେ କାନ୍ଦିଲେ ସେମାନେ ସାନ୍ତ୍ଵନା ନିଶ୍ଚିତ ଭାବରେ ଆଗରେ ଦେବେ କିନ୍ତୁ ପଛରେ ସେମାନେ ଖାଲି ମଜାକ ଉଡାଇବେ । ତେଣୁ ଦୁଃଖକୁ ନିଜ ଭିତରେ ଚାପି ରଖିବା ହିଁ ସବୁଠାରୁ ଭଲ । ଅନ୍ୟ ଆଗରେ କହିବା ସବୁଠାରୁ ବଡ ବୋକାମି ଅଟେ ।

ଏହାବ୍ୟତୀତ ଜୀବନରେ ସେ ସବୁବେଳେ ଏକୁଟିଆ ନୁହେଁ ଏକାନ୍ତରେ ରହି ଆସିଛନ୍ତି । ତେଣୁ ତାଙ୍କୁ ଏହି ମୁହୂର୍ତ୍ତ ବହୁତ ଭଲ ଲାଗିଥାଏ । କାହିଁକି ନା ଜୀବନରେ ସେ କାହାକୁ ସହଜରେ ବିଶ୍ୱାସ କରନ୍ତି ନାହିଁ । ତେବେ ଗୋଟିଏ କଥା ସେ ନିଜ ବିଷୟରେ କହିଛନ୍ତି ଯେ , ସେ ପଶୁ ପକ୍ଷୀ ମାନଙ୍କୁ ପାଳନ କରିବାକୁ ଭଲ ପାଆନ୍ତି । ଏପରିକି ଗୋଟିଏ ବାଘକୁ ମଧ୍ୟ ସେ ନନ୍ଦନକାନନରେ ଆଡପ୍ଟ କରିଛନ୍ତି । ଆଗରୁ ସେ ଘରେ ପଶୁ ପକ୍ଷୀ ରଖୁଥିଲେ କିନ୍ତୁ ବର୍ତ୍ତମାନ ସେମାନଙ୍କୁ ସେ ବନ୍ଦୀ କରିବାକୁ ଚାହାଁନ୍ତି ନାହିଁ , ସେଥିପାଇଁ ଖୋଲା ଆକାଶ ତଳେ ଛାଡି ଦେଇଛନ୍ତି

Leave a Reply

Your email address will not be published. Required fields are marked *