ଜିମରେ ବାପ ଓ ଝିଅ ମଧ୍ୟରେ ଚାଲିଥିଲା ରାସଲୀଳା, ଧରା ପଡିବା ପରେ ଯାହା ଘଟିଲା ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

କେତେବେଳେ କାହାକୁ କେଉଁ ସମୟରେ ପ୍ରେମ ହୋଇଯିବ ତାହା କେହି କହିପାରିବେ ନାହିଁ। ପ୍ରେମ ଏକ ପବିତ୍ର ସମ୍ପର୍କ ଅଟେ। ବର୍ତ୍ତମାନ ସମୟରେ ପ୍ରେମରେ କୌଣସି ପବିତ୍ରତା ନାହିଁ ଯଦି ଅଛି ତ କେବଳ ଛଳନା, ଧୋକା, ଏବଂ ପ୍ରତାରଣା। କେବଳ ସେତିକି ନୁହେଁ ବର୍ତ୍ତମାନ ସମୟର ପ୍ରେମ କେତେଙ୍କର ଜୀବନ ମଧ୍ୟ ନେଇଛି ତାହାର କୌଣସି ହିସାବ ନାହିଁ। ପ୍ରେମରେ ପାଗଳ ଆଜିର ଯୁବ ପିଢି ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ସେମାନେ କିଛି କରିବାକୁ ମଧ୍ୟ ପଛାଉ ନାହାଁନ୍ତି।

ହେଲେ ଆଜି ଆମେ ଆପଣଙ୍କୁ ଯେଉଁ କଥା କହିବାକୁ ଯାଉଛୁ ତାହାକୁ ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଝିଅ ପ୍ରେମରେ ପଡି ଯାଇଥିଲା ବାପ। ଆଜିର ସମୟରେ କାମନା ବାସନାରେ ଲୋକମାନେ ଅନ୍ଧ ହୋଇ ସମସ୍ତ ସୀମା ପାର ହେଉଛନ୍ତି। ବେଙ୍ଗାଲୁରୁ ସହରରେ ଦିନ ଦ୍ଵିପ୍ରହର ସମୟରେ ଜଘନ୍ୟ କାଣ୍ଡ ଘଟିଥିଲା। ଝିଅ ନିଜ ସାବତ ବାପାକୁ ନିଜ ପ୍ରେମ ଜାଲରେ ଫସାଇ ନିଜ ଜନ୍ମ କଲା ମା’ର ଜୀବନ ମଧ୍ୟ ନେବାକୁ ପଛାଇ ନଥିଲା।

ଦୁନିଆରେ ପିଲା ମାନଙ୍କୁ ମାଆଠାରୁ ଅଧିକ ଆଉ କେହି ଭଲ ପାଇ ପାରୁବେ ନାହିଁ। ଗୋଟେ ମାଆ ନିଜ ସନ୍ତାନକୁ ୧୦ ମାସ ଗର୍ଭରେ ଧରି କେତେ କଷ୍ଟ ଯନ୍ତ୍ରଣା ସହି ଜନ୍ମ କରିଥାଏ ତାହା ଆଉ କେହି ବୁଝି ପାରିବେ ନାହିଁ। ହେଲେ କିଛି ଟଙ୍କା ପାଇଁ କେହି ନିଜ ମାଆଙ୍କ ହତ୍ୟା କରିବା ଏହା ସମସ୍ତଙ୍କୁ ଭାବନାରେ ପକେଇ ଦେଇଥିଲା। ତେବେ ୪୨ ବର୍ଷୀୟ ଅର୍ଚ୍ଚନା ରେଡ୍ଡୀଙ୍କ ସହ କିଛି ଏପରି ଘଟିଥିଲା।

ତେବେ ଖବର ଅନୁସାରେ ଅର୍ଚ୍ଚନା ରେଡ୍ଡୀ ପ୍ରଥମେ ଅରବିନ୍ଦଙ୍କୁ ବିବାହ କରିଥିଲେ। ହେଲେ ମନ ମତାନ୍ତର ହେବା ପରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଥିଲେ ଏବଂ ଛାଡପତ୍ର ମଧ୍ୟ ଦେଇଥିଲେ। ତେବେ ଦୁହିଁଙ୍କର ଗୋଟିଏ ପୁଅ ଏବଂ ଝିଅ ହୋଇଥିଲା। ତେବେ ସେମାନଙ୍କ ଭରଣ ପୋଷଣ କରିବା ପାଇଁ ମାଆ ଅର୍ଚ୍ଚନା ୧୫ କୋଟି ଦାବି କରିଥିଲେ ଏବଂ ସେହି ଟଙ୍କାକୁ ନେଇ ଇନଭେଷ୍ଟମେଣ୍ଟ ରେ ଲଗେଇ ଥିଲେ। ତେବେ ତାଙ୍କର ଝିଅ ୟୁବିକାର ବୟସ ୨୧ ବର୍ଷ ହୋଇଥିବା ବେଳେ ପୁଅର ବୟସ ୧୬ ବର୍ଷ ଅଟେ

ଟଙ୍କା କମ୍ପାନୀରେ ନିବେଶ ସମୟରେ ଅର୍ଚ୍ଚନାଙ୍କ ସାକ୍ଷାତ ସାଦିକଙ୍କ ସହ ହୋଇଥିଲା। ଏହାପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା ଏବଂ ଧୀରେ ଧୀରେ ଦୁହେଁ ପ୍ରେମରେ ପଡି ଯାଇଥିଲେ। ହେଲେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଭଲ ନଥିଲା ଏପରିକି ଦୁହେଁ ପୋଲିସ ଷ୍ଟେସନ ମଧ୍ୟ ଯାଇଥିଲେ। ଏହାପରେ ଅର୍ଚ୍ଚନା ଆଉ ଜଣକ ପ୍ରେମରେ ପଡି ଯାଇଥିଲେ। ତେବେ ତାଙ୍କ ନାମ ହେଉଛି ନବୀନ। ସେ ଅର୍ଚ୍ଚନାଙ୍କୁ ସାଦିକଙ୍କ ମାମଲାରେ ସାହାଯ୍ୟ କରୁଥିଲେ।

ହେଲେ ଏହି ସମୟରେ ଝିଅ ୟୁବିକା ମଧ୍ୟ ନବୀନଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ। ଜିମ୍ ଭିତରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବଢ଼ିବାରେ ଲାଗିଲା। ତେବେ ଏହି ବିଷୟରେ ମାଆ ଅର୍ଚ୍ଚନା ଜାଣିବାକୁ ପାଇଲେ। ଏହାପରେ ମାଆ ଦୁହିଁଙ୍କୁ ଘରୁ ବାହାର କରି ଦେଇଥିଲେ। ହେଲେ ଝିଅ ମାଆ ରଖିଥିବା ୪୦ କୋଟି ଟଙ୍କା ନେବା ପାଇଁ ଯୋଜନା କଲା।

ତେବେ ଝିଅ ପ୍ରଥମେ ଭାଗ ନେବା ପାଇଁ ଦାବି କରିଥିଲା ହେଲେ ମାଆ ଏହାକୁ ଏଡେଇ ଦେଇଥିଲା। କେବଳ ସେତିକି ନୁହେଁ ଅର୍ଚ୍ଚନା ମଧ୍ୟ ନବୀନଙ୍କ ଉପରେ ଓଲଟା ଯୌତୁକ ନିର୍ଯ୍ୟାତନା ମାମଲା ଲଗେଇ ଥିଲେ। ତେବେ ଶେଷରେ ଝିଅ ମାକୁ ହତ୍ୟା କରିବା ପାଇଁ ଯୋଜନା କଲା। ୪୦ କୋଟି ପାଇଁ ଝିଅ ମାଆର ହତ୍ୟା କଲା।

Leave a Reply

Your email address will not be published. Required fields are marked *