ଭିଟାମିନ E କ୍ୟାପସୁଲ ଦୂର କରିଥାଏ ତ୍ୱଚା ସମ୍ବନ୍ଧିତ ସବୁ ପ୍ରକାରର ସମସ୍ୟା , ଜାଣି ନିଅନ୍ତୁ କିପରି ଏବଂ କେତେ ମାତ୍ରାରେ ବ୍ୟବହାର କରିବେ :-

ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଏବଂ ବାହାରୁ ବି ସୁନ୍ଦର ଗଢ଼ିବା ପାଇଁ ଆମେ ସୁଷମ ଖାଦ୍ୟ ପଦାର୍ଥ ଖାଇଥାଉ । ବର୍ତ୍ତମାନ ସମୟରେ ଲୋକେ ବ୍ୟସ୍ତବହୁଳ ଜୀବନଯାପନ କରୁଛନ୍ତି ତେଣୁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବାକୁ ତାଙ୍କ ପାଖରେ ସମୟ ନାହିଁ । କିନ୍ତୁ ବାସ୍ତବ କଥା ଏହା ଯେ ମଣିଷ ଯେତେ ବ୍ୟସ୍ତ ଥିଲେ ବି ସୁଦ୍ଧା ନିଜ ସ୍ୱାସ୍ଥ୍ୟ ର ଯତ୍ନ ପାଇଁ ସମୟ ନିଶ୍ଚିତ ଭାବରେ ବାହାର କରିବା ଉଚିତ ।

ଆମ ଶରୀର ପାଇଁ ପ୍ରାୟ ସବୁ ପ୍ରକାରର ଭିଟାମିନ ଆବଶ୍ୟକ ହୋଇଥାଏ । ସେଥିମଧ୍ୟରୁ ପ୍ରୋଟିନ ଏବଂ ଭିଟାମିନ E ଶରୀର ପାଇଁ ଅଧିକ ଉପଯୋଗୀ ଅଟେ । ସାଧରଣତଃ ବାଦାମ , ସବୁଜ ପନିପରିବା , ଆଲମଣ୍ଡ ରେ ଅଧିକ ମାତ୍ରାରେ ଭିଟାମିନ E ଥାଏ ଯାହାକୁ ଅଧିକ ମାତ୍ରାରେ ସେବନ କରିଲେ ମନୁଷ୍ୟର ଚର୍ମ ଏବଂ କେଶ ଜନିତ ଅନେକ ସମସ୍ୟା ଠିକ ହୋଇଯାଏ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଭିଟାମିନ E କ୍ୟାପସୁଲ ର ଉପକାରିତା ସମ୍ବନ୍ଧରେ କହିବୁ ।

ସାଧରଣତଃ ମେଡ଼ିସିନ ଷ୍ଟୋର ରେ ଏହି ଭିଟାମିନ E କ୍ୟାପସୁଲ ଖୁବ କମ ମୂଲ୍ୟରେ ମିଳିଯାଏ ତେଣୁ ଏହାକୁ ଆପଣ ଔଷଧ ଦୋକାନରୁ କିଣି ସେବନ କରି ପାରିବେ । ଏହି କ୍ୟାପସୁଲ ର ୪୦୦ mg ଅର୍ଥାତ ଗୋଟିଏ କ୍ୟାପସୁଲ ସେବନ କରିବା ଦ୍ୱାରା କେଶ ଝଡ଼ିବା ସମସ୍ୟା ଦୂରେଇ ଯାଏ । ଆପଣ ଚାହିଁଲେ ଏହାକୁ ଆଲମଣ୍ଡ ତେଲ ସହିତ ମିଶାଇ ନିଜ କେଶରେ ଲଗାଇ ପାରିବେ । ଯାହାଦ୍ୱାରା କେଶ ସୁନ୍ଦର ହେବା ସହିତ ଅନ୍ୟାନ୍ୟ ଫାଇଦା ମଧ୍ୟ ହୋଇଥାଏ ।

ତ୍ୱଚା ସମ୍ବନ୍ଧିତ ସମସ୍ୟା ଯେପରିକି କଳା ଦାଗ ଏବଂ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଏହି କ୍ୟାପସୁଲ ର ବ୍ୟବହାର ଦ୍ୱାରା ଭଲ ହୋଇଥାଏ । ତ୍ୱଚାରେ କଳା ଦାଗ ଥିଲେ ଆପଣ ଗୋଟିଏ ଭିଟାମିନ E କ୍ୟାପସୁଲ କୁ ବାହାର କରି ସମ୍ପୂର୍ଣ୍ଣ ମୁଁହରେ ଲଗାଇ ଦିଅନ୍ତୁ ଏବଂ ଉତ୍ତମ ପରିଣାମ ପାଇଁ ତାହାକୁ ରାତିସାରା ଛାଡ଼ି ଦିଅନ୍ତୁ ଏବଂ ସକାଳୁ ଥଣ୍ଡା ପାଣିରେ ମୁଁହକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହାଦ୍ବାରା କଳା ଦାଗ ଧୀରେ ଧୀରେ ଗାଏବ ହୋଇଯିବ ।

ଓଠ ପାଇଁ ମଧ୍ୟ ଏହା ବେଶ ଲାଭଦାୟକ ଅଟେ । ଓଠ ର ରୁକ୍ଷ ପଣ କିମ୍ବା ଓଠ ଫାଟିଲେ ଏହି କ୍ୟାପସୁଲ ସେବନ କରି ପାରିବେ କିମ୍ବା ଏହାର ବାହ୍ୟ ବ୍ୟବହାର ମଧ୍ୟ କରି ପାରିବେ । ଏହା ସାଧାରଣତଃ ଶରୀରର ତ୍ୱଚାରେ ସବୁବେଳେ ଜଳୀୟଅଂଶ କୁ ବଜାୟ ରଖିଥାଏ ।

Leave a Reply

Your email address will not be published. Required fields are marked *