ରାତି ସାରା ମଦ ପିଇ ଜୋର୍ ଜବରଦସ୍ତି ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲା ସ୍ଵାମୀ, ଆଉ ତାପରେ…

ସମସ୍ତେ କୁହନ୍ତି ନିଶା ସେବନ ସ୍ବାସ୍ଥ୍ୟ ପ୍ରତି ହାନିକାରକ ଅଟେ । କିନ୍ତୁ ଲୋକେ ଏହି କଥା ଜାଣି ମଧ୍ୟ ଏହାକୁ ସେବନ କରିବା ପାଇଁ ବହୁତ ଭଲ ପାଇଥାନ୍ତି । ଆଉ ଏହା ସେବନ କରିବା ଦ୍ୱାରା ଲୋକେ କେଉଁ କେଉଁ ରୋଗରେ ଆକ୍ରାନ୍ତ ହୋଇଥାନ୍ତି , ଏ କଥା ଆପଣ ସବୁ ଜାଣି ଥିବେ । କିନ୍ତୁ ଏ ଦୁନିଆଁର କମ ଲୋକ ଏହି ନିଶା ସେବନ ବା ମଦ ପାନ ଠାରୁ ବହୁତ ଦୂରରେ ।

ମଦ ନିଶାରେ ମଣିଷ କଣ କଣ କରି ପକାଏ ଜାଣି ପାରେ ନାହିଁ । କାହାକୁ ମାରି ଦେଇଥାଏ ତ ପୁଣି ଆଉ କେବେ ନିଜ ଜୀବନ ମଧ୍ୟ ହାରି ଦେଇଥାଏ । ତେବେ ଆଜି ଆମେ ଏହି କଥା ଆପଣଙ୍କୁ ଏଥି ପାଇଁ କହିବାକୁ ଯାଉଛୁ , କାହିଁକି ନା ଏଥି ପାଇଁ ଜଣେ ମହିଳା ଆତ୍ମହତ୍ୟା କରିବାକୁ ଯାଉଥିଲେ ।

ତେବେ ମହିଳାଙ୍କ ସ୍ବାମୀ ପ୍ରତିଦିନ ମଦ୍ୟ ପାନ କରି ଘରକୁ ଆସୁଥିଲେ ଆଉ ନିଜ ସ୍ତ୍ରୀ ଉପରେ ସନ୍ଦେହ ମଧ୍ୟ କରୁଥିଲେ । ଖାଲି ଏତିକି ନୁହେଁ , ମଦ ନିଶା ତାଙ୍କ ଉପରକୁ ଏତେ ଚଢ଼ି ଯାଉଥିଲା କି , ସେ ନିଜ ସ୍ତ୍ରୀଙ୍କ ସହିତ ଜୋର୍ ଜବରଦସ୍ତି କରି ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲେ । ଯାହାର କଷ୍ଟ ଆଉ ସ୍ତ୍ରୀ ସହି ପାରୁ ନଥିଲେ। ଆଉ ଶେଷରେ ଜୀବନ ହାରିବା ପାଇଁ ନେଇ ଥିଲେ ପଦକ୍ଷେପ ।

ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାରେ । ସୂଚନା ଅନୁଯାୟୀ , କଟକ ମଧୁପାଟଣା ବ୍ରିଜ ଉପରକୁ ଗତକାଲି ଜଣେ ମହିଳା ଆତ୍ମହତ୍ୟା କରିବା ପାଇଁ ଚଢ଼ି ଯାଇଥିଲେ ଆଉ ତଳେ ତାଙ୍କ ଛୋଟ ଛୁଆ ପାଟି କରି କରି କାନ୍ଦିବାରେ ଲାଗିଥିଲା । ଆଉ ଏହାକୁ ତଳେ ସେଠାରେ ଉପସ୍ଥିତ ରହିଥିବା ଟ୍ରାଫିକ ପୋଲିସ ତଥା ସାଧାରଣ ଲୋକ ମିଶି ମହିଳାଙ୍କୁ ଉଦ୍ଧାର କରିଥିଲେ ।

ସୂଚନା ଅନୁସାରେ , ତିଗିରିଆ ନିଚିଗଡ ଅଞ୍ଚଳର ପ୍ରଣତି ସାହାଣୀ ୮ ବର୍ଷ ପୂର୍ବରୁ କୈଳାସଙ୍କ ହାତ ଧରିଥିଲେ । ଦୁହିଁଙ୍କ ସଂସାର ହସ ଖୁସିରେ ଚାଲି ଥିଲା । ଆଉ ସେମାନେ ଠିକ୍ ଠାକ୍ ନିଜ ଜୀବନରେ ଆଗକୁ ବଢ଼ି ଚାଲି ଥିଲେ । ଇତି ମଧ୍ୟରେ ଦୁହିଁଙ୍କ କୋଳକୁ ଆସିଥିଲା ଝିଅ ଆଉ ତାପରେ ଆସିଥିଲା ପୁଅ। ତେବେ ବର୍ତ୍ତମାନ ସମୟରେ ଉଭୟଙ୍କର ୬ ବର୍ଷର ଝିଅ ଆଉ ୪ ବର୍ଷର ପୁଅଟିଏ ରହିଛି । କିନ୍ତୁ ବର୍ତ୍ତମାନ ସବୁ କିଛି ବଦଳି ଯାଇଛି। ପ୍ରତିଦିନ କୈଳାସ ମଦ ପିଇ ଦେଇ ବିଳମ୍ବିତ ରାତିରେ ନିଜ ଘରକୁ ଫେରି ଥାଆନ୍ତି । ଆଉ ନିଜ ସ୍ତ୍ରୀଙ୍କୁ ଅନ୍ୟ ପୁରୁଷ ମାନଙ୍କ ସହିତ ସମ୍ପର୍କ ଅଛି ବୋଲି ସନ୍ଦେହ କରିଥାନ୍ତି । କେବଳ ଏତିକି ନୁହେଁ ନିଜ ମନ ଇଚ୍ଛା ସେ ସ୍ତ୍ରୀଙ୍କୁ ମାଡ଼ ମାରି ଥାଆନ୍ତି । ଆଉ ସ୍ତ୍ରୀଙ୍କ ସହିତ ଜୋର୍ ଜବରଦସ୍ତ କରି ଶାରୀରିକ ସମ୍ପର୍କ ରଖି ଥାଆନ୍ତି ।

ତେବେ ସ୍ତ୍ରୀ ଜଣକ ଏହି କଥା ଆଉ କେତେ ବା ସହି ଥାଆନ୍ତେ । ତେଣୁ ସେ ବାଧ୍ୟ ହୋଇ ଆଗରୁ ଘର ଲୋକଙ୍କୁ ଜଣାଇବା ସହିତ ପୋଲିସ ପାଖରେ ଜଣାଇ ଥିଲେ ଆଉ ଆଗରୁ ଥରେ ସମାଧାନ ମଧ୍ୟ ହୋଇଥିଲା । କିନ୍ତୁ ବର୍ତ୍ତମାନ ପୁଣିଥରେ ସେହି କଥା ପ୍ରତିଦିନ ଚାଲିବାରୁ ପ୍ରଣତି ଆଉ ଯନ୍ତ୍ରଣା , ପୀଡା ସହି ନ ପାରି କଟକ ମଧୁପାଟଣା ବ୍ରିଜ ଉପରକୁ ଉଠି ଯାଇ ଜୀବନ ହାରି ଦେବେ ବୋଲି ନିଷ୍ପତ୍ତି ନେଇ ଥିଲେ ।

କିନ୍ତୁ ଭାଗ୍ୟ ବଶତ ସେଠାରେ ଉପସ୍ଥିତ ରହିଥିବା ଟ୍ରାଫିକ ପୋଲିସ ଆଉ ସାଧାରଣ ଲୋକ ତାଙ୍କୁ ବଞ୍ଚାଇ ଦେଇଥିଲେ । ଆଉ ତାପରେ ନେଇ ପୋଲିସ ପାଖରେ ଦେଇ ଦେଇଥିଲେ । ତେବେ ବର୍ତ୍ତମାନ ପ୍ରଣତି ପୁରାପୁରି ଭାଙ୍ଗି ପଡିଛନ୍ତି । ଆଉ ଏ ଜୀବନର କଷ୍ଟକୁ ସେ ସହି ପାରିବେ ନାହିଁ ବୋଲି କହିଛନ୍ତି । ଜୀବନରେ ସେ ଅନେକ ଦୁଃଖ କଷ୍ଟ ଭୋଗି ସାରିଲେଣି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *