ରାସନ କାର୍ଡ ଥିବା ଲୋକଙ୍କ ପାଇଁ ଖୁସି ଖବର, ପ୍ରଧାନ ମନ୍ତ୍ରୀ ଅକ୍ଟୋବର ମାସରେ ଖୁସି ଖବର ଦେବେ।

ଯଦି ଆପଣଙ୍କର ରାସନ କାର୍ଡ ଅଛି ଏବଂ ଆପଣ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣାରେ ଚାଉଳ ଓ ଘରର ରାସନ ନେଉଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର ଅଛି। ଏହି ଯୋଜନା ୨୦୨୦ ଏପ୍ରିଲ୍ କୋରନା ସମୟରେ ଆରମ୍ଭ ହେଇଥିଲା। ୨୦୨୨ ମାର୍ଚ୍ଚ ରେ ଏହି ଯୋଜନା ସରିଯିବାର ଥିଲା କିନ୍ତୁ ଏହି ଯୋଜନାକୁ ଆଉ ଛଅ ମାସ ପର୍ଯ୍ୟନ୍ତ ବଢେଇ ଦିଆଗଲା। ଏବେ ଲୋକମାନେ ଭାବୁଛନ୍ତି ସରକାର ଏହି ଯୋଜନାକୁ ପୁଣି ଥରେ ବୃଦ୍ଧି କଲେ କାହିଁକି।

କାରଣ ୮୦ କୋଟି ଲୋକ ଏହି ଯୋଜନାରେ ସିଧାସଳଖ ଭାବେ ଜଡିତ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ମାଗଣା ରାସନ ବଣ୍ଟନ କରିବାର ଏହି ଯୋଜନାକୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ପୁଣି ଥରେ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏ ବିଷୟରେ କିଛି ସରକାରୀ ନୋଟିସ୍ ଆସିନାହିଁ।

ଅଧିକାରୀଙ୍କ କହିବାନୁସାରେ, ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହେଉଛି ବିଶ୍ୱର ସବୁଠୁ ବଡ଼ ମାଗଣା ଖାଦ୍ୟ ଯୋଜନା। ଯେ ପର୍ଯ୍ୟନ୍ତ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଶସ୍ୟ ଅଛି ସେ ପର୍ଯ୍ୟନ୍ତ ଏହି ଯୋଜନା ଚାଲିଥିବ। ସରକାର ଏହି ଯୋଜନାରେ ଏପର୍ଯ୍ୟନ୍ତ ୩.୪୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଦେଶର ସମସ୍ତ ଗରିବ ରାସନ କାର୍ଡଧାରୀ ପରିବାର ପ୍ରତି ମାସରେ ଜଣଙ୍କ ପିଛା ୫ କିଲୋଗ୍ରାମ ଚାଉଳ ଏକ କିଲୋଗ୍ରାମ ଗ୍ରାମ ଡାଲି ଏବଂ ଅତ୍ୟାବଶ୍ୟକ ମସଲା ଦିଆଯାଏ। ପୂର୍ବରୁ ଏହି ଯୋଜନାରେ ଗହମ ମଧ୍ୟ ମିଳୁଥିଲା କିନ୍ତୁ ଏବେ କେନ୍ଦ୍ର ସରକାର ଗହମ ଦେବା ବନ୍ଦ କରିଦେଇଛନ୍ତି। ବର୍ତ୍ତମାନ ରାସନ କାର୍ଡ ନଥିବା ଗରିବ ଲୋକମାନଙ୍କୁ ମଧ୍ୟ ରାସନ ସାମଗ୍ରୀ ଦିଆଯାଉଛି।

Leave a Reply

Your email address will not be published. Required fields are marked *