ସାବଧାନ ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ଏହି ଜିନିଷ ରଖିବା ଦ୍ଵାରା ଆସିଥାଏ ଅକାଳ ମୃତ୍ୟୁ।

ବନ୍ଧୁମାନେ ଆମେ ମାନେ ଜାଣନ୍ତି କି ଆମକୁ ସକାଳୁ ଉଠିବାର ସର୍ବୋତ୍ତମ ମୁହୂର୍ତ୍ତ ହେଉଛି ବ୍ରହ୍ମ ମୁହୂର୍ତ୍ତ। ଯେଉଁବି ମନୁଷ୍ୟ ବ୍ରହ୍ମ ମୁହୂର୍ତ୍ତରେ ଉଠେ ତାକୁ ମାନସିକ ଶାନ୍ତି ମିଳିବା ସହିତ ସୁଖ,ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ। ଏମାନଙ୍କୁ କେବେ ଜୀବନରେ କୌଣସି ଅସୁବିଧା ଅବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େନାହିଁ। ଏହିପରି ଲୋକଙ୍କ ଉପରେ ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ରହିଥାଏ ଏବଂ ମାତା ଲକ୍ଷ୍ମୀଙ୍କ ଆଶିଷ ମଧ୍ୟ ପ୍ରାପ୍ତ ହୋଇଥାଏ ଓ ସେ ସର୍ବଦା ତା ପାଖରେ ହିଁ ବାସ କରନ୍ତି।

ତେଣୁ ଶାସ୍ତ୍ର ଅନୁଯାୟୀ ରାତିରେ ଶୋଇବା ଠାରୁ ଆରମ୍ଭ କରି ସକାଳୁ ଉଠିବା ପର୍ଯ୍ୟନ୍ତ ବହୁ କିଛି ନୀତି ନିୟମ ରହିଛି। ଯାହା ମାନିବା ଦ୍ଵାରା ଆମ ଜୀବନରେ ଖୁସି ଏବଂ ସୁଖ,ସମୃଦ୍ଧି ମିଳିଥାଏ। ଶାସ୍ତ୍ର ଅନୁଯାୟୀ ଏହି ସବୁ ନୀତି ନିୟମର ଜ୍ଞାନ ଆଜି କାଲି ବୈଜ୍ଞାନିକ ଦୃଷ୍ଟି କୋଣରୁ ମଧ୍ୟ ପ୍ରମାଣିତ ବୋଲି ମାନ୍ୟତା ରହିଛି।

ଏହି ସବୁ କଥା ମାନ ଆମର ମୁନି ଋଷି ମାନେ ଆମକୁ କହୁଥିଲେ ଏବଂ ଏବେ ଏହାକୁ ବିଜ୍ଞାନ ଆମକୁ ଜଣାଉଛି। ଏହି ସବୁ ପ୍ରାଚୀନ କଥା ଗୁଡାକ ଆମେ ଗୁରୁତ୍ବ ଦେଇ ନଥାନ୍ତି। ହେଲେ ଶାସ୍ତ୍ର ଅନୁଯାୟୀ ଶୋଇବା ସମୟରେ ଅବା ଉଠିବା ସମୟରେ ଆମେ କିଛି ଏପରି ନିୟମ ମାନ ଭଙ୍ଗ କରିଥାନ୍ତି। ଯାହା ଦ୍ଵାରା ଆମକୁ ଜୀବନରେ ବହୁ ଦୁଃଖ କଷ୍ଟ ଭୋଗିବାକୁ ପଡ଼ିଥାଏ।

ମନୁଷ୍ୟକୁ ଶୋଇବା ସମୟରେ ଏହି ସବୁ କଥା ଉପରେ ଗୁରୁତ୍ବ ଦେବା ଜରୁରୀ ଅଟେ। କାହିଁକି ନା ଏହି ସବୁ ଜିନିଷ ଉପରେ ବାହାରୁଥିବା ନକାରାତ୍ମକ ଉର୍ଜା ଆମ ଜୀବନରେ ବହୁ ଖରାପ ପ୍ରଭାବ ପଡିଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହି ଜିନିଷକୁ ଯିଏ ବି ନିଜ ମୁଣ୍ଡ ପାଖରେ ରଖି ସୋଇଥାଏ। ତାକୁ ଆର୍ଥିକ ସଙ୍କଟ ଘେରି ହୋଇ ରହିବା ସହିତ ବେମାରୀ,ଝଗଡ଼ା ବା କଳହ ଆଦି ଦେଖାଦିଏ। ଏହି କାରଣରୁ ଘରର ଖର୍ଚ୍ଚ ମଧ୍ୟ ବଢ଼ିଥାଏ।

ତେବେ ଆସନ୍ତୁ ଜାଣିବା ଶୋଇବା ସମୟରେ କେଉଁ ଜିନିଷକୁ ଆମେ ନିଜ ମୁଣ୍ଡ ପାଖରେ ନରଖି ଶୋଇବା ଉଚିତ୍। ମନୁଷ୍ୟକୁ ଶୋଇବା ସମୟରେ ଏହାର ପାଦ ଦକ୍ଷିଣ ଦିଗକୁ ଅବା ପୂର୍ବ ଦିଗକୁ ରଖିବା ଅନୁଚିତ୍। ଅର୍ଥାତ୍ ଆପଣଙ୍କ ପାଦକୁ ଉତ୍ତର ଅବା ପଶ୍ଚିମକୁ ରଖି ଶୋଇବା ଉଚିତ୍। ଏହିପରି ଶୋଇବା ଦ୍ବାରା ଶରୀରରେ ସକାରାତ୍ମକ ଉର୍ଜା ପ୍ରବେଶ କରିଥାଏ ଓ ଜୀବନରେ ତାଙ୍କର ଉନ୍ନତି ଆସିଥାଏ।

କିଛି ଲୋକ ଶୋଇବା ସମୟରେ ତାଙ୍କ ମୁଣ୍ଡ ପାଖରେ ପାଣି ରଖି ଶୁଅନ୍ତି। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହି ସବୁ ଅଶୁଭ ହୋଇଥାଏ। ଶୋଇବା ସମୟରେ ମୁଣ୍ଡ ପାଖରେ ଜଳ ରଖି ଶୋଇବା ଦ୍ବାରା ମନୁଷ୍ୟର ଜୀବନରେ ଚନ୍ଦ୍ରମା ଦୋଷ ପଡ଼ିଥାଏ। ଏହାର ପ୍ରଭାବରେ ବ୍ୟକ୍ତିର ଶରୀରରେ ବେମାରୀ ଆସିଥାଏ। ଶୋଇବା ସମୟରେ ଧ୍ୟାନ ରଖିବେ ଯେପରି ଆପଣଙ୍କ ଆଖ ପାଖରେ କିଛି ଜୋତା ବା ଚପଲ ନରଖନ୍ତୁ। ଏହା ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାଏ କାରଣ ଏହା ଆମେ ପାଦରେ ପିନ୍ଧିଥିବାରୁ ଏହି ବାଟ ଦେଇ ସମସ୍ତ ନକାରାତ୍ମକ ଉର୍ଜା ବାହାରି ଥାଏ।

ଏହାକୁ ପାଖରେ ରଖି ଶୋଇଲେ ଏହାର ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ। ଯେଉଁ ସ୍ଥାନରେ ସୋଇଥାନ୍ତି ସେହି ସାମ୍ନାରେ ଆଇନା ରଖନ୍ତୁ ନାହିଁ। ଶୋଇବା ସମୟରେ ଆଇନା ଦେଖିବା ଅନୁଚିତ୍ ଏବଂ କେବଳ ଶୋଇକି ଉଠିବା ପରେ ହିଁ ନିଜର ମୁହଁ ଦେଖନ୍ତୁ। ଶୋଇବା ସମୟରେ ଏପରି କରିବା ଦ୍ୱାରା ବ୍ୟକ୍ତିର ମନରେ ଦର ଏବଂ ଶୋଇବା ସମୟରେ ଖରାପ ସ୍ବପ୍ନ ଆସିଥାଏ। ଏହି ନକାରାତ୍ମକ ଉର୍ଜା କାରଣରୁ ଆମ ଜୀବନରେ ବହୁ କଷ୍ଟ ଏବଂ ସମସ୍ୟା ଆସିଥାଏ।

ଶୋଇବା ସମୟରେ ପାଖରେ କୌଣସି ପ୍ରକାର ସୁଗନ୍ଧିତ ତେଲ ରଖନ୍ତୁ ନାହିଁ। ଏହା ନକାରାତ୍ମକ ଶକ୍ତିକୁ ଆକର୍ଷିତ କରେ ଓ ଏହାର ଖରାପ ପ୍ରଭାବ ଆପଣଙ୍କ ଜୀବନରେ ପଡ଼ିଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ବିଦ୍ୟାର୍ଥୀ ମାନଙ୍କୁ ନିଜର ମୁଣ୍ଡ ପାଖରେ ପୁସ୍ତକ ରଖି ଶୋଇବା ଅନୁଚିତ୍। ଏପରି କଲେ ବ୍ୟକ୍ତିର ବୁଦ୍ଧ ଗ୍ରହ କମଜୋର ହୁଏ । ତେଣୁ ବହିକୁ ପଢ଼ିବା ପରେ ତାକୁ ଉଚିତ୍ ଜଗରେରଖି ଦିଅନ୍ତୁ।

ବାସ୍ତୁ ଅନୁଯାୟୀ ମନୁଷ୍ୟକୁ ତାର ଧନକୁ ନିଜର ମୁଣ୍ଡ ପାଖରେ ରଖି ଶୋଇବା ଅନୁଚିତ୍। ଏହା ଦ୍ଵାରା ଅଚାନକ ଧନର ହାନି ହୁଏ ଏବଂ ଖର୍ଚ୍ଚ ବଢ଼ି ଯାଏ। ଧନକୁ ମାତା ଲକ୍ଷ୍ମୀଙ୍କ ପରି ସମ୍ମାନ କରିବା ଉଚିତ୍ ଏବଂ ତାକୁ ଉଚିତ୍ ସ୍ଥାନରେ ରଖିବା ଉଚିତ୍। ଏହାଦ୍ବାରା ଧନରେ ବୃଦ୍ଧି ହୋଇଥାଏ। କେବେବି ଶୋଇବା ଗୃହରେ ଝାଡୁ ଠିଆ କରି ରଖି ସୁଅନ୍ତୁ ନାହିଁ। ଏହା ଦ୍ଵାରା ଧନ ହାନି ହୋଇଥାଏ। ଏହାଥିଲା ସେହି ସବୁ ନିୟମ ଯାହା ଶୋଇବା ସମୟରେ ଆପଣଙ୍କୁ ଧ୍ୟାନରେ ରଖିବା ଉଚିତ୍।

Leave a Reply

Your email address will not be published. Required fields are marked *