ପିଚାଷୀ ମହିଳା ମଣିଷ ମାଂସ ଏବଂ ରକ୍ତରେ ତିଆରି କରୁଥିଲେ କେକ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଆପଣ ମାନେ ସମସ୍ତେ ଶାକାହାରୀ ଏବଂ ମାଂସାହାରୀ ଜୀବଜନ୍ତୁଙ୍କ ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ । ଯେଉଁମାନେ କେବଳ ଗଛଲତା , ଫଳମୂଳ ଖାଇଥାନ୍ତି ସେମାନେ ଶାକାହାରୀ ଅଟନ୍ତି ଏବଂ ଯେଉଁମାନେ ମାଂସ ଖାଇଥାନ୍ତି ସେମାନେ ମାଂସାହାରୀ ଅଟନ୍ତି । ତେବେ ମଣିଷ ମାନଙ୍କ ମଧ୍ୟରେ ମଧ୍ୟ ଏଭଳି ଅନେକ ମଣିଷ ରହିଛନ୍ତି , ଯେଉଁମାନେ ମାଂସ ଖାଇନଥାନ୍ତି ଆଉ କେତେକ ମାଂସ ଖାଇଥାନ୍ତି । କିନ୍ତୁ ଆପଣ କେବେ ମଣିଷ ମାଂସ ଖାଉଥିବା ମଣିଷ ମାନଙ୍କ ବିଷୟରେ ଶୁଣିଛନ୍ତି କି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ କିନ୍ତୁ ଏହି କଥାଟି ସତ । ଆଉ ସେମାନଙ୍କୁ ନରଭକ୍ଷୀ କୁହାଯାଏ ।

ତେବେ ଏମାନଙ୍କ ଆଖପାଖରେ ରହୁଥିବା ମଣିଷ ମାନଙ୍କୁ ଜଣାନଥାଏ କି ଏମାନେ କେତେ ଭୟଙ୍କର ଅଟନ୍ତି । ଏଭଳି କ୍ଷେତ୍ରରେ ଲୋକମାନେ ଏକ ମାନସିକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ଏବଂ ସେମାନେ ମଣିଷ ମାଂସ ଖାଇବାକୁ ଭଲ ପାଆନ୍ତି । ତେବେ ବର୍ତ୍ତମାନ ଏଭଳି ଏକ ଖବର ସାମ୍ନାକୁ ଆସିଛି , ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ମାନସିକ ରୋଗରେ ପୀଡିତ ହୋଇଥିବା ଜଣେ ମହିଳା ମଣିଷ ମାଂସରେ ତିଆରି କେକ ନିଜ ପଡୋଶୀ ମାନଙ୍କୁ ଖୁଆଉଥିଲା କିନ୍ତୁ ତାର ପଡୋଶୀ ମାନେ ଆଦୌ ଜାଣି ପାରୁନଥିଲେ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଭାବରେ ଖବର ବିଷୟରେ ଜାଣିବା ।

ଲିନାଡା ସିୟାନସୁଲ ନାମକ ଜଣେ ମହିଳା ଇଟାଲୀର ବାସିନ୍ଦା ଥିଲେ । ମଣିଷ ମାନଙ୍କର ହତ୍ୟା କରିବାକୁ ସେ ଭଲ ପାଉଥିଲେ । ଆପଣ ଏହିକଥା ଶୁଣି ଆହୁରି ଆଶ୍ଚର୍ଯ୍ୟ ହୋଇଯିବେ କି , ଏହି ମହିଳା ଜଣକ ଜୀବନରେ ଦୁଃଖ , ସମସ୍ୟାରେ ପୀଡିତ ରହୁଥିବା ମହିଳା ମାନଙ୍କୁ ହତ୍ୟା କରୁଥିଲେ ।

ତେବେ ଆପଣ ଜାଣିରଖନ୍ତୁ କି , ଏହି ମହିଳା ଜଣକ ଯେତେବେଳେ ଜାଣିବାକୁ ପାଉଥିଲେ କି ତାଙ୍କ ଆଖପାଖର କୌଣସି ମହିଳା ସମସ୍ୟା କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ଏବଂ ନିଜ ସ୍ୱାମୀଙ୍କୁ ଭଲ ପାଉନାହାଁନ୍ତି , ସେତେବେଳେ ତାଙ୍କୁ ଏକ ନୂଆ ସ୍ୱାମୀ ଦେବା ବାହାନାରେ ସେ ସେମାନଙ୍କୁ ଘରକୁ ଡାକୁଥିଲେ । ୧୯୩୯ ମସିହାରେ ଫସିନା ସେଟି ନାମକ ମହିଳାଙ୍କୁ ସେ ପ୍ରଥମେ ହତ୍ୟା କରିଥିଲେ । ଏହି ମହିଳାଙ୍କୁ ‘ଦ ସପ ମେକର ଅଫ କୋରିଗିଅ’ ନାମରେ ମଧ୍ୟ ଜଣା ଯାଉଥିଲା । ତେବେ ସେହି ମହିଳାଙ୍କୁ ଘରକୁ ଡାକି ସେ ସର୍ବପ୍ରଥମେ ବାହାର ଦେଶକୁ କାହାକୁ ଭେଟିବା ପାଇଁ ଯିବେ ବୋଲି ଚିଠି ଲେଖାଇଥିଲେ ।

ତେବେ ଏହାପରେ ଏକ କୁରାଢ଼ୀ ସାହାଯ୍ୟରେ ସେ ସେହି ମହିଳାଙ୍କର ହତ୍ୟା କରିଦେଇଥିଲେ । ତାପରେ ସେ ଶବକୁ ୯ ଖଣ୍ଡ କରିଥିଲେ । ଏବଂ ସାବୁନ ତିଆରି କରିବାପାଇଁ କାଷ୍ଟିକ ସୋଡାରେ ଫୁଟାଇଥିଲେ । ତାପରେ ରକ୍ତକୁ ଗୋଟିଏ ସ୍ଥାନରେ ସଂଗ୍ରହ କରି ଓଭେନ ଭିତରେ ଶୁଖାଇବାକୁ ଛାଡି ଦେଇଥିଲେ । ଆଉ ରକ୍ତ ଶୁଖି ଗଲାପରେ ସେ ଅଟା , ଚକଲେଟ , ଚିନି , ଅଣ୍ଡା ଏବଂ କ୍ଷୀର ସହ ମିଶାଇ କୁରକେର ଟି କେକ ତିଆରି କରିଥିଲେ । ଆଉ ତାପରେ ଘରକୁ ଆସୁଥିବା ପଡୋଶୀ ମାନଙ୍କୁ ସେ ଏହି କେକ ଖୁଆଉଥିଲେ।

ତାପରେ ୧୯୪୦ ମସିହାରେ ଫ୍ରାନ୍ସିକୋର ସୋଏଭୀ ନାମକ ଜଣେ ମହିଳାଙ୍କୁ ନିଜର ଦ୍ଵିତୀୟ ଶିକାର କରିଥିଲେ । ଚାକିରୀ ଦେବା ନାମରେ ସେ ସେହି ମହିଳାଙ୍କୁ ଫସାଇ ଦେଇଥିଲେ । ଆଉ ତାପରେ ତାଙ୍କର ମଧ୍ୟ ହତ୍ୟା କରି ଦେଇଥିଲେ । ଏବଂ କେକ ପ୍ରସ୍ତୁତ କରି ପଡୋଶୀ ମାନଙ୍କୁ ଖୁଆଉଥିଲେ ଏବଂ ନିଜେ ମଧ୍ୟ ଖାଉଥିଲେ । ତେବେ ତୃତୀୟ ଥର ହତ୍ୟା କରିଥିବା ମହିଳାଙ୍କ ପାଇଁ ସେ ଧରା ପଡ଼ିଥିଲେ । କାହିଁକି ନା ଯେଉଁ ମହିଳାଙ୍କୁ ସେ ହତ୍ୟା କରିଥିଲେ , ତାଙ୍କ ପରିବାର ଲୋକ ସେହି ହାତ ଲେଖା ଚିଠିକୁ ବିଶ୍ୱାସ କରି ନଥିଲେ । ଏବଂ ପୋଲିସକୁ ଜଣାଇଥିଲେ । ପୋଲିସ ଆଗରେ ସେ ନିଜର ସମସ୍ତ ଭୁଲ୍ ସ୍ୱୀକାର କରିଥିଲେ । ତେବେ ମହିଳାଙ୍କୁ ୩୦ ବର୍ଷର କାରାଦଣ୍ଡ ମିଳିଥିଲା । ତେବେ ୧୯୭୦ ମସିହାରେ ୭୯ ବର୍ଷର ହୋଇଥିବା ବେଳେ କାରାଗାରରେ ସେହି ମହିଳାଙ୍କର ମୃତ୍ୟୁ ହୋଇ ଯାଇଥିଲା ।

Leave a Reply

Your email address will not be published. Required fields are marked *