ଆସିଗଲା ଜିଓର ଶସ୍ତା ପ୍ଲାନ , ଦିନକୁ ମାତ୍ର ୩ ଟଙ୍କା ଖର୍ଚ୍ଚ କରି ପାଇ ପାରିବେ ୨୪ GB ଡାଟା , ଜାଣନ୍ତୁ କିପରି :-

ରିଲାନ୍ସ ଜିଓ ବର୍ତ୍ତମାନ ସମୟରେ ସବୁଠାରୁ ଲୋକପ୍ରିୟ ନେଟୱର୍କ ଅଟେ ଏବଂ ଏଥିରେ ସମସ୍ତ ରିଚାର୍ଜ ପ୍ଲାନ ମଧ୍ୟ ଅନ୍ୟ ନେଟୱର୍କ ର ପ୍ଲାନ ମାନଙ୍କ ଠାରୁ ଶସ୍ତା ଅଟେ । ତେଣୁ ଏହି କାରଣରୁ ଦେଶରେ ଜିଓ ଉପଭୋକ୍ତା ଅଧିକ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଜିଓ ର କିଛି ଶସ୍ତା ରିଚାର୍ଜ ପ୍ଲାନ ବିଷୟରେ କହିବୁ ଯାହା ଜାଣିଲେ ଆପଣ ବି ଖୁସି ହେବେ ।

ଜିଓ ର ମାସିକିଆ କିମ୍ବା ବାର୍ଷିକ ପ୍ଲାନ ମାନଙ୍କ ମଧ୍ୟରେ କହିବାକୁ ଗଲେ ଭଲ ସୁବିଧା ମିଳିଥାଏ । ୧୪ ଦିନିଆ ପ୍ଲାନ ଠାରୁ ଆରମ୍ଭ କରି ୨୮ ଦିନିଆ , ୮୪ ଦିନିଆ ଏବଂ ଏକ ବର୍ଷର ଅନେକ ପ୍ଲାନ ରହିଛି ତାହା ଡାଟା କ୍ଷମତା କୁ ନେଇ ରଖା ଯାଇଛି । ତେବେ ଆପଣ କଣ ଜାଣିଛନ୍ତି କି ଆପଣ ଦୈନିକ ୩ ଟଙ୍କାରେ ମଧ୍ୟ ଅନଲିମିଟେଡ଼ ଡାଟା ସହିତ ଫ୍ରି କଲିଂ ସୁବିଧା ମଧ୍ୟ ପାଇ ପାରିବେ । ତାହା ଏହିପରି ଯେ – ରିଲାନ୍ସ ଜିଓ ଫୋନ ରେ ୩୩୬ ଦିନିଆ ଭେଲିଡିଟି ସହିତ ୮୯୯ ଟଙ୍କାର ପ୍ଲାନ ରହିଛି । ଯେଉଁଥିରେ ପ୍ରତି ୨୮ ଦିନରେ ୨ GB ଡାଟା ସହିତ ଅନଲିମିଟେଡ଼ କଲିଂ ଅର୍ଥାତ ତାହା ସବୁ ନେଟୱର୍କ କୁ ରହିଛି ।

ଏହି ପ୍ଲାନ ରେ ୩୩୬ ର ଭେଲିଡିଟି ସହିତ ପ୍ରତିଦିନ ୫୦ ଏସଏମଏସ ପଠାଇବାର ସୁବିଧା ମଧ୍ୟ ରହିଛି । ଏହା ସହିତ ଆଉ ଏକ ଅଫର ଏହା ଯେ ଏହି ପ୍ଲାନ ରେ ଜିଓ ର ଫ୍ରି ସବସ୍କ୍ରିପସନ ମଧ୍ୟ ଦିଆଯାଇଥାଏ ।

ଆଉ ଏକ ପ୍ଲାନ ହେଉଛି ୯୧ ଟଙ୍କିଆ ପ୍ଲାନ । ଏହି ପ୍ଲାନ କେବଳ ଜିଓ ଫୋନ ପାଇଁ ହିଁ ଉପଲବ୍ଧ ଅଟେ । ଏହି ପ୍ଲାନ ଅନୁଯାୟୀ ପ୍ରତିଦିନ ୧୦୦ MB ଡାଟା ସହିତ ୨୮ ଦିନର ଭେଲିଡିଟି ରହିଛି । ଏଥିରେ ଆପଣ ମାତ୍ର ଦୈନିକ ୩.୨୫ ଟଙ୍କା ଖର୍ଚ୍ଚ ରେ ୧୦୦ MB ଡାଟା ଏବଂ ସବୁ ନେଟୱର୍କ କୁ ଫ୍ରି କଲିଂ ସୁବିଧା ପାଇ ପାରିବେ । ଏହାସହିତ ଏଥିରେ ଦୈନିକ ୫୦ ଏସଏମଏସ ସୁବିଧା ମଧ୍ୟ ରହିଛି ତାହା ଏବଂ ଅତିରିକ୍ତ ୨୦୦ MB ଡାଟା ସୁବିଧା ମଧ୍ୟ ରହିଛି । ଏଥିରେ ମଧ୍ୟ ଜିଓ ର ଫ୍ରି ସବସ୍କ୍ରିପସନ ସୁବିଧା ଦିଆଯାଇଛି ।

Leave a Reply

Your email address will not be published. Required fields are marked *