ଏହି ୫ଟି ସ୍ବପ୍ନ କାହାକୁ ବି କହିବା ଉଚିତ୍ ନୁହେଁ। ଏହା କେଉଁ ସ୍ବପ୍ନ ଯାହା କାହାକୁ କେବେବି କହିବା ଅନୁଚିତ୍।

ବନ୍ଧୁମାନେ କିଛି ସ୍ବପ୍ନ ଏପରି ଅଛି କି କାହାକୁ କହିବାର ଭୁଲ କେବେ ବି କରନ୍ତୁ ନାହିଁ ବା ଏହାକୁ ଗୋପନ ରଖନ୍ତୁ। ତେଣୁ ଜାଣି ରଖନ୍ତୁ ଏହି ୫ଟି ସ୍ବପ୍ନ ବିଷୟରେ କାହାକୁ ବି କହିବା ଅନୁଚିତ୍ କାରଣ ବନି ପାରିବେ ଆପଣ ଧନବାନ ବ୍ୟକ୍ତି। ଆମ ଜୀବନରେ ଆମେ ବହୁ ପ୍ରକାର ସ୍ବପ୍ନ ଦେଖି ଥାଉ। ଯାହା ଆମ ବାସ୍ତବିକ ଜୀବନ ସାଙ୍ଗେ ଯୋଡ଼ି ହୋଇ ରହିଥାଏ। ରାତିରେ କେବେ କେବେ ଆମକୁ ଅଜିବ ପ୍ରକାର ଭୟାନକ ସ୍ବପ୍ନ ଦେଖିବାକୁ ମିଳିଥାଏ ଯାହା ଆମେ କଳନା ବି କରି ପାରିବା ନାହିଁ। ସ୍ୱପ୍ନର ଦୁନିଆ ଖୁସି ଭରା ଏବଂ ଭୟାନକ ମଧ୍ୟ। ହେଲେ କିଛି ସ୍ବପ୍ନ ଏପରି ଅଛି ଯାହାକୁ ଆମକୁ କାହାରିକୁ କହିବା ଅନୁଚିତ୍ ନଚେତ୍ ଫଳ ପ୍ରାପ୍ତିର ମାର୍ଗ ଅଟକି ଯାଏ। କରୋଡ଼ ପତି ବନିବାର ସ୍ବପ୍ନ ମଧ୍ୟ ବିଫଳ ହୋଇଯିବ। ଆସନ୍ତୁ ସେହି ୫ଟି ସ୍ବପ୍ନ ବିଷୟରେ ଜାଣିବା ଯାହା ଆମକୁ କେବେ କାହାକୁ ବି କହିବା ଅନୁଚିତ୍।

୧. ସ୍ବପ୍ନରେ ଭଗବାନଙ୍କୁ ଦର୍ଶନ କରିବା –

କେହି କେହି ଏପରି ସ୍ବପ୍ନକୁ ଜଲ୍ଦୀ ଜଲ୍ଦୀ ସବୁ ଆଡ଼େ ପ୍ରଚାର କରି ଦିଅନ୍ତି। କିନ୍ତୁ ଶାସ୍ତ୍ର ଅନୁଯାୟୀ ଏହି ସ୍ବପ୍ନ ସେହି ମାନଙ୍କୁ ଆସିଥାଏ ଯେଉଁ ମାନେ ଇଶ୍ୱରଙ୍କ ପ୍ରିୟ ଅଟନ୍ତି ଏବଂ ଯାହାର ହୃଦୟ କୋମଳ ଅଟେ। ଏହା ସହିତ ଏହି ବ୍ୟକ୍ତି ଧନବାନ ବନିବାକୁ ଯାଉଛି ବୋଲି ଜଣା ଯାଏ। ଯଦି ଆଗକୁ ଏପରି ସ୍ବପ୍ନ ଆସେ ତେବେ ଏହି ସବୁ ଆପଣ ଗୁପ୍ତ ରଖନ୍ତୁ ଓ କେବେ ବି କାହାକୁ ଭୁଲରେ ମଧ୍ୟ କହିବା ଅନୁଚିତ୍। ଭଗବାନ ଏଥିପାଇଁ ସ୍ବପ୍ନରେ ଆସନ୍ତି କାରଣ ସେ ଆପଣଙ୍କୁ ବହୁତ୍ ଖୁସି ଦେଖିବାକୁ ଚାହାନ୍ତି କାରଣ ଆପଣ ଜଣେ ସଚ୍ଚୋଟ ବ୍ୟକ୍ତି ଏବଂ ସେ ଆପଣଙ୍କୁ କିଛି ଦେବାକୁ ଚାହାନ୍ତି। ଏଥିପାଇଁ ତାଙ୍କର ଆଦର କରନ୍ତୁ ଓ ଏହି ସବୁ କାହାରିକୁ କୁହନ୍ତୁ ନାହିଁ।

୨. ସ୍ବପ୍ନରେ ତୀର୍ଥସ୍ଥଳ ଦେଖିବା –

ଏପରି ସ୍ବପ୍ନ ଦେଖୁଥିବା ବ୍ୟକ୍ତି ସବୁବେଳେ ସକାରାତ୍ମକ ବସ୍ତୁରେ ଘେରି ରହିଥାଏ ଓ ଏହି ସ୍ବପ୍ନ କାହାରିକୁ ମଧ୍ୟ କହିବା ଅନୁଚିତ୍। ଏହା ଦ୍ଵାରା ଆପଣଙ୍କ ମନୋକାମନା ପୂର୍ଣ୍ଣ ହେବ ବୋଲି ଇଶାରା କରିଥାଏ। ଏହାଦ୍ବାରା ଆପଣଙ୍କ ଧନୀ ହେବାର ଦିନ ନିକଟ ଭବିଷ୍ୟତରେ ବୋଲି ଜଣାଯାଏ।

୩. ସ୍ବପ୍ନରେ ସବୁଜ କ୍ଷେତ ବା ସବୁଜିମା ଦୃଶ୍ୟ ଦେଖିବା –

ଏପରି ସ୍ବପ୍ନ ଦେଖୁଥିବା ବ୍ୟକ୍ତି ବ୍ୟାପାର ବଣିଜରେ ଲଟେରୀ ଫୁଟିବା ପରି ହୋଇଥାଏ। କେଉଁ ଦିଗରୁ ବହୁତ୍ ସାରା ଖୁସି ଆସିବାର ସଂକେତ ଦେଇଥାଏ। ଏହା ମାନ୍ୟତା ଅଛି କି ଧନର ଦେବୀ ମହା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁ ପ୍ରସନ୍ନ ଅଛନ୍ତି ବୋଲି ଜଣାଯାଏ। ଆପଣଙ୍କୁ କିଛି ସୁଖ ସମାଚାର ବି ମିଳିପାରିବ। ତେଣୁ ଏହି ସବୁ ଆପଣଙ୍କୁ ଗୁପ୍ତ ରଖିବା ଜରୁରୀ।

୪. ଗଙ୍ଗା ନଦୀର ପ୍ରବାହିତ ହେଉଥିବା ଜଳର ସ୍ବପ୍ନ ଦେଖିବା –

ଏପରି ବ୍ୟକ୍ତି ଭାବିନେବା ଉଚିତ୍ କି ତାଙ୍କ ଘରକୁ ଖୁସି ଆସିବାକୁ ଅଛି ଏବଂ ଏଥିପାଇଁ ନିଜ ସ୍ବପ୍ନ କଥା କାହାରିକୁ ମଧ୍ୟ କହିବା ଅନୁଚିତ୍। ଏହି ସ୍ବପ୍ନ ଆପଣଙ୍କ ପାପର ବିନାଶ କରିଥାଏ। ଏହା ସହିତ କହିଥାଏ କି ଆପଣ ଜଣେ ପବିତ୍ର ବ୍ୟକ୍ତି ଓ ଆପଣ ଧନବାନ ହେବାକୁ ଯାଉଛନ୍ତି।

୫. ସ୍ବପ୍ନରେ ଯଦି ମାତା ପିତା ଜଳ ଦେଉଥିବା ଦେଖନ୍ତି –

ଏପରି ସ୍ବପ୍ନ ଦେଖୁଥିବା ବ୍ୟକ୍ତି ନିଜ ଜୀବନରେ କାର୍ଯ୍ୟରେ ସଫଳତା ପାଇବ ବୋଲି ଭାବିନେବା ଉଚିତ୍। ସାକ୍ଷାତ ମାତା ପିତା ଆପଣଙ୍କ ସ୍ବପ୍ନରେ ଆସିଛନ୍ତି ଅର୍ଥାତ୍ ଇଶ୍ୱରଙ୍କ ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହୋଇଛି ବୋଲି ଭାନିନେବେ। ଏପରି ବ୍ୟକ୍ତି ସବୁ କ୍ଷେତ୍ରରେ ପାରଙ୍ଗମ ହେବ ବୋଲି କୁହାଯାଏ। ଯାହାକୁ ସ୍ୱୟଂ ଲକ୍ଷ୍ମୀ ସ୍ବପ୍ନରେ ଦର୍ଶନ ଦିଅନ୍ତି ତେବେ ଆପଣଙ୍କୁ କାହାରିକୁ ବି ଏକଥା କୁହନ୍ତୁ ନାହିଁ। ଏପରି ଆଗକୁ କେବେ ବି ଆପଣ ଧନବାନ ହୋଇପାରନ୍ତି। କିଛି କାଶ ଲୋକଙ୍କ ସ୍ବପ୍ନରେ ମାତା ଲକ୍ଷ୍ମୀ ଆସନ୍ତି ଏବଂ ତାର ଭାଗ୍ୟରେ ରାଜା ବନିବାର ଯୋଗ ବନିଥାଏ। ଏଥିପାଇଁ ଏହି ସ୍ବପ୍ନ କାହାକୁ କହିବା ଭଳି ଭୁଲ କରନ୍ତୁ ନାହିଁ।

ଶାସ୍ତ୍ର ଅନୁଯାୟୀ ସ୍ବପ୍ନରେ ଝିଟିପିଟି ଦେଖିବା ବହୁତ୍ ଶୁଭ ହୋଇଥାଏ। ଏହା ଭବିଷ୍ୟତରେ ଥିବା ବହୁ ଶୁଭ ସଂକେତକୁ ସୂଚାଇ ଥାଏ। ଏହା ଧନଲାଭର ସଂକେତ ଦେଇଥାଏ। ଏହା ଶାନ୍ତିର ସଂକେତ ଦେଇଥାଏ ଏବଂ ଏହି ଧନ ଅଚାନକ ଆସିଥାଏ। ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ଆମ ଜୀବନରେ ଆସୁଥିବା ବହୁ ସଙ୍କେତକୁ ସ୍ବପ୍ନ ସୂଚାଇ ଥାଏ। କିଛି ସ୍ବପ୍ନ ଆପଣଙ୍କୁ ଧନହାନିର ସଂକେତ ସୂଚାଇ ଥାଏ।

୧. ସ୍ବପ୍ନରେ ଯଦି ନିଜକୁ ଉଚ୍ଚ ଜାଗାରୁ ପଡିବା ଦେଖନ୍ତି ତେବେ ଏହା ବହୁତ୍ ଅଶୁଭ ହୋଇଥାଏ। ଏହା ଧନହାନିର ସଂକେତ ହୋଇଥାଏ। ଏହି ସବୁ ସ୍ବପ୍ନ ଆପଣଙ୍କର କାର୍ଯ୍ୟକୁ ଅସଫଳ କରିବା ପାଇଁ ସୂଚାଇ ଥାଏ। ତେଣୁ କୌଣସି କାର୍ଯ୍ୟ କରିବା ଆଗରୁ ଏହାକୁ ୧୦ ଥର ଭାବି କରିବା ଉଚିତ୍।

୨. ସ୍ବପ୍ନରେ ଗଛ କାଟିବାକୁ ଦେଖିବା ବି ବହୁତ୍ ଅଶୁଭ ହୋଇଥାଏ। ଏପରି ହବା ଅର୍ଥ ଆପଣଙ୍କ ଆଗକୁ ଆସୁଥିବା କୌଣସି କାର୍ଯ୍ୟର ପରି ସମାପ୍ତି ପରେ ହିଁ ଏହା ବିଗିଡି ଯାଇଥାଏ। ଏପରି ଦେଖିଲେ ଆପଣ ଗଛ ଲଗେଇବା ଆରମ୍ଭ କରନ୍ତୁ। ଏହା ଦ୍ଵାରା ଆପଣଙ୍କ ଗଛ ଜନିତ ଦୋଷରୁ ମୁକ୍ତି ପାଇବେ।

୩. ସ୍ବପ୍ନରେ ବନ୍ୟା ପାଣି ଦେଖିବା ମଧ୍ୟ ଅଶୁଭ ସଂକେତ। ଏହାର ଅର୍ଥ ଆପଣଙ୍କ ପଇସାର ବର୍ବାଦିକୁ ଦର୍ଶାଇ ଥାଏ। ଏହା ଦେଖିବା ଅର୍ଥ ଆପଣଙ୍କ ବନୁଥିବା କାମ ଖରାପ ହେବାକୁ ଯାଇଥାଏ।

୪. ସ୍ବପ୍ନରେ ଏକା ନିକାଞ୍ଚନ ଜାଗାରେ ଚାଲିବା ପରି ନିଜକୁ ଦେଖିବା ମଧ୍ୟ ବହୁ ଅଶୁଭ ସଂକେତ ହୋଇଥାଏ। ଏହା ଶତ୍ରୁ ସାଙ୍ଗରେ ହୋଇଥିବା କ୍ଷତିର ସଂକେତ ବୋଲି ଦେଖାଏ। ଏହା ଆସିବା ଦ୍ଵାରା ଶତ୍ରୁ ନିଜ କାର୍ଯ୍ୟରେ ସଫଳ ହେବା ସଂକେତ ଦେଇଥାଏ। ଏଥିପାଇଁ ଆପଣ ଏପରି ସ୍ବପ୍ନ ଦେଖୁଥିଲେ ସାବଧାନ ହୋଇ ଯାଆନ୍ତୁ ଏବଂ ଏପରି ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ।

୫. ସ୍ବପ୍ନରେ ନିଆଁ ଦେଖିବା ମଧ୍ୟ ବ୍ୟାପାର ବାଣିଜ୍ୟରେ ଏକ ବଡ଼ କ୍ଷତି ବୋଲି ଜଣା ଯାଏ। ସବୁ ପ୍ରକାର କାର୍ଯ୍ୟକୁ ବହୁ ଅନୁଧ୍ୟାନ ପରେ ହିଁ କରିବା ଉଚିତ୍ ଓ ନୂଆ କାର୍ଯ୍ୟକୁ ଧରିବା ଉଚିତ୍।

୬. ନିଜକୁ କାଦୁଅରେ ଫସିଯିବା ଦେଖିବା ମଧ୍ୟ ସୂଚାଇ ଥାଏ କି ଭବିଷ୍ୟତରେ ଆପଣ କୋଉ ବଡ଼ କ୍ଷତି ସହିବାକୁ ଯାଉଛନ୍ତି। ଏପରି ଏକ କ୍ଷତି ଯେଉଁଠୁ ବାହାରିବା ଆପଣଙ୍କ ହାତର କଥା ନୁହେଁ। ଏହା ମଧ୍ୟ ଧନର ହାନି ବୋଲି ମାନା ଯାଇଥାଏ। ଏଥିପାଇଁ ଆପଣଙ୍କୁ ବହୁ ସତର୍କ ରହିବା ଜରୁରୀ ଅଟେ।

୭. ସ୍ବପ୍ନରେ ଖାଲି ଘର ବା ଦୋକାନ ଦେଖିବା ଅର୍ଥ ଆପଣଙ୍କୁ ନିକଟ ଭବିଷ୍ୟତରେ ପଇସା ଅସୁବିଧା ଦେଖିବାକୁ ମିଳିବ। ବିମାରିରେ ହେଉ ଅବା ଅନ୍ୟ କେଉଁ ଫାଲତୁ ଖର୍ଚ୍ଚ ଆପଣଙ୍କୁ କାଙ୍ଗାଳ କରି ଦେଇଥାଏ।

ବ୍ୟକ୍ତିକୁ ଯଦି ସ୍ବପ୍ନରେ ସାପ ଦେଖିବାକୁ ମିଳେ ତେବେ ଏହା ଅଶୁଭ ହୋଇଥାଏ। ଏହା ଇଶାରା କରିଥାଏ କି ଆପଣ ଭବିଷ୍ୟତରେ ସମସ୍ୟା ଭିତରେ ଘେରିବାକୁ ଯାଉଛନ୍ତି। ସ୍ବପ୍ନରେ ସାପ କାମୁଡିବା ହେଉଛି ଗଭୀର ସମସ୍ୟା ଆସିବାର ସଂକେତ।ଏହି ସବୁ ସ୍ବପ୍ନ ଆସୁଥିଲେ ଆପଣ ଭୟଭୀତ ନହୋଇ ଗୋମାତା ଓ ତୁଳସୀ ଦେବୀଙ୍କୁ ଏହି ସ୍ବପ୍ନ ଅର୍ପଣ କରନ୍ତୁ। ଏହା ଦ୍ଵାରା ଖରାପ ପ୍ରଭାବ ଜଲ୍ଦୀ ଚାଲିଯିବ। ଏହା ସହ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବି ଚିନ୍ତି କରନ୍ତୁ ଏବଂ ଧର୍ଯ୍ୟ ଧରନ୍ତୁ।

Leave a Reply

Your email address will not be published. Required fields are marked *