ରିଙ୍କୁଙ୍କ ଆଗରେ ବୋଲର ମାନେ ମାରୁଛନ୍ତି ଫେଲ, ୫୫ ଲକ୍ଷ ଟଙ୍କାର ଖେଳାଳି ରିଙ୍କୁଙ୍କ ୫ କୋଟିର ଖେଳ ପ୍ରଦର୍ଶନ ।

ବର୍ତ୍ତମାନ ସମୟରେ ଆଇପିଏଲର ଏକାଧିକ ମ୍ୟାଚ ଖେଳା ଯାଇଛି ଏବଂ ସେଥିମଧ୍ୟରୁ କୋଲକାତା ନାଇଟ ରାଇଡର୍ସର ପ୍ରଦର୍ଶନ ବେଶ ଜବରଦସ୍ତ ରହିଛି । କାରଣ ଏହି କ୍ରେଜ ଆଉ କାହା ପାଇଁ ନୁହେଁ ବରଂ ରିଙ୍କୁ ସିଂହଙ୍କ ପାଇଁ ଅଟେ । କୋଲକାତା ନାଇଟ ରାଇଡର୍ସର ଏହି ଖେଳାଳି ବର୍ତ୍ତମାନ ସବୁଠି ଚର୍ଚ୍ଚାରେ ଅଛନ୍ତି ନିଜ ଖେଳକୁ ନେଇ ।

ପୁଣି ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଏହି ବ୍ୟାଟ୍ସମ୍ୟାନଙ୍କ ସୁଲଭ ସାମ୍ନାରେ ବଡ଼ ବଡ଼ ବୋଲର ଫେଲ ମାରୁଛନ୍ତି । ଏମିତିକି ଖୁବ ସ୍ପୀଡ଼ ବୋଲିଂ ମଧ୍ୟ ଏହା ସାମ୍ନାରେ ଫେଲ ମାରୁଛି । ଏଭଳି କୁହାଯାଉଛି ଯେ ରିଙ୍କୁ ସିଂହ ୫୫ ଟଙ୍କା ଦରମା ନେଇ ୫ କୋଟି ଟଙ୍କାର ଖେଳ ପ୍ରଦର୍ଶନ କରୁଛନ୍ତି ।

ପ୍ରଶଂସକ ଏବଂ ସବୁ ଦର୍ଶକଙ୍କ ମନର ଗୋଟିଏ ବିଶ୍ୱାସ ଯେ ରିଙ୍କୁ ସିଂହ ଖେଳର ଶେଷରେ ଆସି ନିଶ୍ଚିତ ଭାବରେ ମ୍ୟାଚ ଜିତାଇ ଦେବେ ଆଉ ଏହାହିଁ ହୋଇଛି । ଯାହାକି ବର୍ତ୍ତମାନ ସମସ୍ତଙ୍କ ମନ ଜିଣି ନେଇଛି । ସେ ଫିଲଡ଼କୁ ଆସିବା ମାତ୍ରେ ଦର୍ଶକ ନିଜ ଟିମକୁ ଭୁଲିଯାଇ କେବଳ ତାଙ୍କ ପ୍ରଦର୍ଶନ ଦେଖିବାରେ ବ୍ୟସ୍ତ ରହୁଛନ୍ତି । ସବୁବେଳେ ସମସ୍ତଙ୍କର ପସନ୍ଦ ହୋଇ ଯାଇଛନ୍ତି ରିଙ୍କୁ ସିଂହ ।

ସବୁ ଖେଳାଳି ରିଙ୍କୁଙ୍କୁ ବହୁତ ପସନ୍ଦ କରୁଛନ୍ତି । କହିବାକୁ ଗଲେ ରିଙ୍କୁଙ୍କ ହାଇଟ ସଚିନଙ୍କ ଭଳି ଏବଂ ତାଙ୍କ ଭଳି ମାରାତ୍ମକ ଖେଳ ସମସ୍ତଙ୍କୁ ଆକୃଷ୍ଟ କରିଛି । ଏହାବ୍ୟତୀତ ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି । ତେବେ ଗୋଟିଏ ପଟେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ୧୬ କୋଟି ଟଙ୍କାରେ କିଣା ଯାଇଥିବା ବେଳେ ସେ ଏବେ ସୁଦ୍ଧା ୫୦ ଲକ୍ଷ ଟଙ୍କାର ବି ଖେଳ ପ୍ରଦର୍ଶନ କରି ନାହାଁନ୍ତି ।

ଏପଟେ ରିଙ୍କୁ ସିଂହ ମାତ୍ର ୫୫ ଲକ୍ଷ ଟଙ୍କାରେ କିଣା ଯାଇଥିବା ବେଳେ ୫ କୋଟି ଟଙ୍କାର ଖେଳ ପ୍ରଦର୍ଶନ କରୁଛନ୍ତି । ତେବେ ହୋଟେଲରେ ଦିନେ ପୋଛା ମାରିଥିବା ରିଙ୍କୁ ସିଂହ ଯେ ଦିନେ ଏଭଳି କମାଲ କରିବେ ତାହା କେହିବି ବିଶ୍ୱାସ ସୁଦ୍ଧା କରି ପାରି ନାହାଁନ୍ତି । ତେବେ ରିଙ୍କୁଙ୍କର ଏଭଳି ଦମଦାର ପ୍ରଦର୍ଶନ ପଛରେ ତାଙ୍କର ପ୍ରଗାଢ଼ ଚେଷ୍ଟା ରହିଛି । ଯାହାକି ତାଙ୍କୁ ଏଭଳି ଏକ ସ୍ଥାନକୁ ଆଣିଛି ।

Leave a Reply

Your email address will not be published. Required fields are marked *