ପୁଷ୍ପା -୨ ରେ ଅଭିନୟ କରିବାକୁ କହି ଖାଲି କାଠ ବୁହାଇଲେ ଟ୍ରକ ଚଳାଇଲେ….

ପୁଷ୍ପା ୨ ରେ ମିଳିବ ଅଭିନୟ । ବଡ ପରଦାରେ ଆସିବ ଛୋଟ କଳାକାରଙ୍କ ଚେହେରା । ସ୍ୱପ୍ନ ରାଇଜରେ ଉଡ଼ୁଥିଲେ କଳାକାର । ହେଲେ ରୋଲ ମିଳିଲା ଚନ୍ଦନ କାଠ ବୋହି ଟ୍ରକରେ ଲୋଡ କରିବାର । ଆଶା ରହିଗଲା ଆଶାରେ । କେବଳ ପୂରଣ ହେଲା କ୍ୟାମେରା ଆଗକୁ ଆସିବାର ନିଶା ଆଉ ସାଉଥ୍ ଫିଲ୍ମରେ ଟିକେ ଝଲକ ପାଇବାର ଆସା ।

ଓଡ଼ିଶାର ମାଲକାନଗିରି ଅଞ୍ଚଳରେ ସୁଟିଙ୍ଗ ହେଉଛି ଚଳଚ୍ଚିତ୍ର ପୁଷ୍ପା ୨ ଯାହାକୁ ନେଇ କେବଳ ମାଲକାଗିରି ବାସୀ ନୁହଁନ୍ତି ବରଂ ସାରା ଓଡ଼ିଶାବାସୀ ଅଛନ୍ତି ବେଶ୍ ଖୁସି । ତେବେ ମାଲକାନଗିରି ଜିଲ୍ଲାରେ ଏହି ଚଳଚ୍ଚିତ୍ର ଟି ସୁଟିଙ୍ଗ ହେଉଥିବାରୁ ଏହି ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ଦେବାକୁ କହି ଚନ୍ଦନ କାଠ ବୁହାଇ ଥିଲେ ପୁଷ୍ପା ଟିମ୍ ଯାହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି ।

ହଁ ଆଜ୍ଞା ପୁଷ୍ପା ୨ ସୁଟିଙ୍ଗ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା । ଆଉ ସୁଟିଙ୍ଗ ଦେଖିବାକୁ ଆସିଥିବା ସ୍ଥାନୀୟ ଲୋକଙ୍କୁ ପୁଷ୍ପା ୨ ରେ ମିଳିଥିଲା ଅଭିନୟ କରିବାକୁ ସୁଯୋଗ । ତେବେ ଏହି ସୁଯୋଗ ମିଳିବା ପରେ ସ୍ଥାନୀୟ ଲୋକଙ୍କ ମନରେ ଖୁସିର ଲଡୁ ଫୁଟିଥିଲା । ପୁଷ୍ପା ୨ରେ ସାଉଥ୍ ଚଳଚ୍ଚିତ୍ରରେ ଅଭିନୟ କରିବା ସ୍ଥାନୀୟ ଲୋକଙ୍କ ପାଇଁ ଆଦୌ ଛୋଟ କଥା ନଥିଲା । ହେଲେ ଦୁଃଖର କଥା ଯେଉଁ ଅଭିନୟ କରିବାକୁ ଇଚ୍ଛା ଥିଲା ମନରେ ସେହି ରୋଲ୍ ମିଳିଲା ନାହିଁ । ଅଭିନୟ ଦେବାକୁ କହି ଠକି ଦେଲେ ସ୍ଥାନୀୟ ଲୋକଙ୍କୁ ।

ଯାହାକୁ ପୋଲିସ ରୋଲ୍ ଦେବାକୁ କହିଥିଲେ ତାକୁ ଚନ୍ଦନ କାଠ ବୁହାଇବାକୁ ଦେଲେ । ଟ୍ରକରେ ଚନ୍ଦନ କାଠ ଲୋଡ କରିବାକୁ ଦେଲେ । ଆଉ ସବୁଠୁ ବଡ କଥା ହେଉଛି ଯେ ଏହି ରୋଲରେ କିଛି କଳାକାର ଅସନ୍ତୁଷ୍ଟ ହେଉଥିବା ବେଳେ ଆଉ କିଛି କଳାକାର ସେହି କାଠ ବୋହିବା ରୋଲରେ ବି ବେଶ୍ ଖୁସି ହୋଇ ଯାଇଥିଲେ ।

ମନରେ ଖୁସିର ଲହଡ଼ି ଖେଳି ଯାଉଥିବା ଗର୍ବରେ ଛାତି କୁଣ୍ଡେ ମୋଟ ହେଇ ଯାଉଥିଲା । ଆଉ ସେହି ଅଭିନୟ କରିଥିବା ସ୍ଥାନୀୟ ଲୋକଙ୍କ କହିବା କଥା ତେଲଗୁ ଫିଲ୍ମରେ ଅଭିନୟ କରିବା କଣ ଛୋଟିଆ କଥା । ତେଲଗୁ ଫିଲ୍ମରେ ରୋଲ୍ ମିଳିବା କଣ ଛୋଟିଆ କଥା ।

ତେଲଗୁ ଫିଲ୍ମରେ ଯଦି ଆମକୁ ରୋଲ୍ ମିଳୁଛି ତେବେ ଓଡ଼ିଆ ଫିଲ୍ମରେ ରୋଲ୍ କରିବା ଭାରି ସହଜ ହୋଇଥିବ । ଆଉ ଆମକୁ ତେଲଗୁ ଫିଲ୍ମ୍ ରେ ଯେତେବେଳେ ରୋଲ୍ ମିଳିଲାଣି ଅଭିନୟ କରିବାକୁ । ଏଥର ଓଡ଼ିଆ ଫିଲ୍ମରେ ରୋଲ୍ ମିଳିବା ଆମକୁ ସହଜ ହୋଇଯିବ । ଏଥର ଆମ ପାଖକୁ ଗୋଟିଏ ପରେ ଗୋଟିଏ ସୁଯୋଗ ଆସିବ । ଆଉ ଏତେ ଅଫର ଆସିବ ଯେ ଆମେ କେଉଁ ଫିଲ୍ମରେ ଅଭିନୟ କରିବୁ ବାଛିବା ଆମ ପାଇଁ କଷ୍ଟକର ହୋଇ ପଡ଼ିବ ।

Leave a Reply

Your email address will not be published. Required fields are marked *