ବୀର ଯବାନଙ୍କୁ ହରାଇ ପୁରା ପରିବାର ଏବଂ ଗାଁ ଦୁଃ-ଖରେ । ଆଉ ବାପାଙ୍କୁ ଝୁରୁଛନ୍ତି ଦୁଇ କୁନି ପିଲା ।

ଯବାନ ମାନଙ୍କ ଜୀବନ ବାସ୍ତବରେ ବେଶ ବିଚିତ୍ର । ପ୍ରଥମତଃ ସେମାନେ ଏହି ପ୍ରଣ ନେଇଥାନ୍ତି ଯେ ନିଜ ଜୀବନକୁ ବରଂ ବାଜି ଲଗାଇ ଦେବେ କିନ୍ତୁ ନିଜ ଦେଶର ଯେପରି କିଛି କ୍ଷତ ନହୁଏ । ନିଜ ଭାରତ ମାତାଙ୍କ ସୁର-କ୍ଷା ପାଇଁ ସେମାନେ ସବୁ ପ୍ରକାରର ସମସ୍ୟାକୁ ଭିଡ଼ି ଯାଆନ୍ତି । ଜୀବନ ମର-ଣକୁ ଖାତିର ନକରି ସେମାନେ ସବୁବେଳେ ଦେଶର ସୁର-କ୍ଷା ପାଇଁ ନିଯୁକ୍ତ ଥାଆନ୍ତି ।

କେତେବେଳେ ଯେ କିଏ ଦେଶ ପାଇଁ ଶହୀଦ ହୋଇଯିବ ତାହା କାହାକୁ ଜଣା ନାହିଁ । ବାସ ନିଜ ପରିବାରର କଥାକୁ ମନେ ପକାଇ ଶେଷ ନିଶ୍ୱାସ ଗଣୁ ଥାଆନ୍ତି ଯବାନ ମାନେ । କାହାକୁ ବି ଜଣା ନଥାଏ ଯେ କିଏ କେତେବେଳେ ଦେଶର ସୁର-କ୍ଷା କରୁକରୁ ଶହୀଦ ହୋଇଯିବ ।

ବର୍ତ୍ତମାନ ସମୟରେ ଶୁଣିବାକୁ ମିଳୁଥିବା ଘ-ଟଣା ଅନୁଯାୟୀ ଜମ୍ମୁକାଶ୍ମୀରରେ ପୁଣିଥରେ ଆତ-ଙ୍କବା-ଦୀ ଆକ୍ର-ମଣ ମାମ-ଲା ସାମ୍ନାକୁ ଆସିଛି । ଯେଉଁଥିରେ ୫ ଜଣ ଯବାନ ଶହୀଦ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ହାବିଲଦାର ନିଲମ ସିଂହ ମଧ୍ୟ ଅଛନ୍ତି । ଶହୀଦ ନିଲମ ସିଂଙ୍କ ପରିବାର ବର୍ତ୍ତମାନ ଦୁଃ-ଖରେ ଭା-ଙ୍ଗି ପଡ଼ିଛନ୍ତି । ବୀର ଯବାନଙ୍କୁ ହରାଇ ପୁରା ଗାଁ ଦୁଃ-ଖରେ ଭାଙ୍ଗି ପଡ଼ିଥିବା ବେଳେ ନିଲମଙ୍କ ୧୦ ବର୍ଷର ଝିଅ ଏହି ସମୟରେ ବାପାଙ୍କୁ ମନେ ପକାଇ ଚି-ତ୍କାର କରି କାନ୍ଦିଛି ।

ଜମ୍ମୁକାଶ୍ମୀରର ରୁଇଚୁରି ଜିଲ୍ଲାର କାଳନ୍ଦୀ ଅଞ୍ଚଳରେ ଆତ-ଙ୍କବା-ଦୀଙ୍କ ଆକ୍ର-ମଣରେ ଯେଉଁ ପାଞ୍ଚ ଜଣ ଶହୀଦ ହୋଇଥିଲେ ସେମାନଙ୍କ ମଧ୍ୟରୁ ହାବିଲଦାର ନିଲମ ସିଂ ହେଉଛନ୍ତି ଜଣେ । ଯିଏକି ୨୦୦୩ ରେ ଜିଲ୍ଲାରେ ଯୋଗ ଦେଇ ଭଲ କାମ କରି ନିଜର ପରିଚୟ ସୃଷ୍ଟି କରି ପାରିଥିଲେ ।ଶିରୋରେ ହେଉଥିବା ସବୁ ଅପରେସନରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ଦେଶ ମାତୃକାର ର-କ୍ଷା କରୁକରୁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି ।

ସୂଚନା ଅନୁଯାୟୀ ତାଙ୍କର ଏକ ଦଶ ବର୍ଷର ଝିଅ ଥିବାବେଳେ ୬ ବର୍ଷର ପୁଅ ରହିଛି । ଏହି ବୀର ଯବାନଙ୍କର ଯେତେବେଳେ ଶେଷ କ୍ରୁତ୍ୱ ଅର୍ପଣ ପାଇଁ ତାଙ୍କର ମ-ର ଶରୀରକୁ ଜନ୍ମ ମାଟିକୁ ଅଣା ଯାଇଥିଲା ସେତେବେଳେ ପୁରା ଗାଁ ଲୁ-ହରେ ଭିଜି ଯାଇଥିଲା । ଛୋଟ ପିଲା ଦୁଇଜଣ ବାପାଙ୍କ ମ-ର ଶରୀର ପାଖରେ ଛିଡ଼ା ହୋଇ ଚି-ତ୍କାର କରି କାନ୍ଦି-ବାରେ ଲାଗିଥିଲେ । ଏହାବ୍ୟତୀତ ସ୍ତ୍ରୀ ଏବଂ ପୁରା ପରିବାର ମଧ୍ୟ ଦୁଃ-ଖରେ ଭା-ଙ୍ଗି ପଡ଼ିଛନ୍ତି । ତଥାପି ଆଜି ବୀର ପୁଅର ବ-ଳିଦା-ନ ପାଇଁ ପୁରା ପରିବାର ଗର୍ବିତ ।

Leave a Reply

Your email address will not be published. Required fields are marked *