ରେପ ସିନ ବେଳେ ସେ ଦିନ ଜୟ ମାଡାମ ” ଜୟା ମାଡାମ ବେହୋସ ହେଇଗଲେ ……”

ଅଲିଉଡ଼ ଇଣ୍ଡଷ୍ଟ୍ରି ଯେବେଠାରୁ ଆରମ୍ଭ ହୋଇଛି , ସେବେଠାରୁ ଅନେକ ପ୍ରଖ୍ୟାତ ଅଭିନେତା ନିଜ ପ୍ରଦର୍ଶନର ଯାଦୁ ଦେଖାଇ ଯାଇଛନ୍ତି । ସେଥିମଧ୍ୟରୁ ଅନେକ ଆଉ ଏବେ ନାହାଁନ୍ତି । ଆଉ କିଛି ଅଭିନେତା ଏବେବି ଅଭିନୟ ଜଗତରେ କାମ କରୁଛନ୍ତି । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ୭୦ ଦଶକରୁ ଭିଲିଆନ ଭାବରେ ଅଭିନୟ କରି ଆସୁଥିବା ଅଭିନେତା ଅସିତ ପତିଙ୍କ ବିଷୟରେ କହବୁ ।

ଯିଏକି ଅନେକ ପ୍ରତିଭାର ଅଧିକାରୀ ଅଟନ୍ତି । ତେବେ ସେ କହିଛନ୍ତି ଯେ ଅଭିନୟ ଜଗତକୁ ଆସିବା ପୂର୍ବରୁ ସେ ଜଣେ ଏଥଲେଟ ଥିଲେ । ଫୁଟବଲ ଏବଂ ବ୍ୟାଡମିଣ୍ଟନରେ ତାଙ୍କର ବେଶ ଦକ୍ଷତା ଥିଲା । ପୋଲଭଲଟ ରେ ସେ ତିନି ଥର ଓଡ଼ିଶାରେ ସ୍ୱର୍ଣ୍ଣ ପଦକ ବିଜେତା ରହିଥିଲେ । ଏହାବ୍ୟତୀତ ସେ ସନ୍ତୋଷ କପ ଏବଂ ଡୁରାଣ୍ଡ କପ ମଧ୍ୟ ଖେଳିଥିଲେ ।

ଖାଲି ସେତିକି ନୁହେଁ ସେ ବ୍ୟାଡମିଣ୍ଟନରେ ଛଅ ଛଅ ଥର ଚମ୍ପିୟନ ମଧ୍ୟ ରହିଛନ୍ତି । ତେବେ ଏତେ ସବୁ ପରେ ବି ସେ କିଭଳି ଫିଲ୍ମ ଜଗତକୁ ଆସିଲେ ସେ ବିଷୟରେ ସେ କହିଛନ୍ତି । ସେ ପ୍ରଥମରୁ ଜଣେ ଖେଳାଳି ଭାବରେ ବଞ୍ଚି ଆସୁଥିଲେ । ସେତେବେଳେ ତାଙ୍କୁ ଅଭିନୟ କଣ ଜଣା ନଥିଲା । ମାତ୍ର ଏକ ପିକନିକରୁ ତାଙ୍କର କ୍ୟାରିଅର ଆରମ୍ଭ ହୋଇଥିଲା । ବାରିପଦା ପିକନିକ କରିବାକୁ ଯାଇ ଫିଲ୍ମ ଶୁଟିଂ ଦେଖିବାକୁ ଯାଇଥିଲେ । ସେହି ସମୟରେ ଉତ୍ତମ ମହାନ୍ତି ସେହି ଫିଲ୍ମର ହିରୋ ଭାବରେ ଅଭିନୟ କରୁଥିଲେ ।

ମହାଶ୍ୱେତା ହିରୋଇନ ଭାବରେ କାମ କରୁଥିଲେ । ସେଠାରେ ଥିବା ଡ଼ାଇରେକ୍ଟର ଏବଂ ଅନ୍ୟାନ୍ୟ କଳାକାରଙ୍କ ସହିତ ତାଙ୍କର ଚିହ୍ନା ପରିଚୟ ହେବା ପରେ ସେ ପିକନିକକୁ ଫେରି ଆସିଥିଲେ । ମାତ୍ର ତାଙ୍କ ସାଙ୍ଗ ଉତ୍ତମ ମହାନ୍ତି ତାଙ୍କୁ ଏକ ଚରିତ୍ରରେ ଅଭିନୟ କରବାକୁ ଅଫର ଦେଇଥିଲେ । ତାହାକୁ ବିନା ସ୍କ୍ରିଫ୍ଟରେ ସେ ବେଶ ଭଲ1ଭାବରେ କରିଥିଲେ । ସେହିଠାରୁ ହିଁ ତାଙ୍କର ଅଭିନୟ କ୍ୟାରିଅର ଆରମ୍ଭ ହୋଇଥିଲା । ତାଙ୍କ ଚରିତ୍ର ଅଧିକାଂଶ ଫିଲ୍ମରେ ଖଳନାୟକ ଭାବରେ ରହିଥିଲା । ମାତ୍ର ଅନେକ ଦର୍ଶକ ତାଙ୍କୁ ବାସ୍ତବରେ ଖଳନାୟକ ଭାବି ନେଉଥିଲେ । ଯାହାର ଅନୁଭୂତି ମଧ୍ୟ ସେ ସେୟାର କରିଛନ୍ତି ।

ସେ ନିଜର ଏକ ଅଭୁଲା ସ୍ମୃତିକୁ ସେୟାର କରିଛନ୍ତି । କିଭଳି ଅଭିନେତ୍ରୀ ଜୟା ଏକ ରେପ ସିନରେ ଚେତାଶୂନ୍ୟ ହୋଇ ଯାଇଥିଲେ । ଏହାପରେ ସେ ଆଉ ଅଟକି ନଥିଲେ । ଅନେକ ଫିଲ୍ମରେ ସୁନ୍ଦର ଅଭିନୟ କରି ଘରେ ଘରେ ପରିଚିତ ହେଲେ । ଏଥଲେଟରୁ ଅଭିନୟକୁ ଯିବା ସେ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ମାତ୍ର ତାଙ୍କ କ୍ୟାରିଅର ବିଷୟରେ କହିଲେ ସେ ଏବେ ସୁଦ୍ଧା ୨୦୦ ରୁ ଉର୍ଦ୍ଧ୍ବ ଫିଲ୍ମରେ କାମ କରି ସାରିଛନ୍ତି । ନିଜ ସାଙ୍ଗ ଉତ୍ତମ ମହାନ୍ତିଙ୍କୁ ପ୍ରଶଂସା କରି ଖୁବ ଭଲ ଭଲ ସ୍ମୃତି ସେୟାର ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *