ସୀମା ପାର କଲେ ଶଶୁର ଏବଂ ସ୍ୱାମୀ, ଶଶୁର କହୁଛନ୍ତି ମୋ ସହ ଖରାପ ସମ୍ପର୍କ ରଖିବେ ସ୍ୱାମୀ କହୁଛନ୍ତି ସାଙ୍ଗ ସହ ସମ୍ପର୍କ ରଖି ଖୁସି କରା….

ବର୍ତ୍ତମାନ ସମୟରେ ସାରା ଭାରତରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି। କୁନି ଝିଅ ଠାରୁ ଆରମ୍ଭ କରି ବୟସ୍କ ମହିଳା ପର୍ଯ୍ୟନ୍ତ ବଳ-ତ୍କା-ରର ଶିକାର ହେଉଛନ୍ତି। କେବଳ ସେତିକି ନୁହେଁ ଶାଶୁଘରେ ମଧ୍ୟ ବିବାହିତ ନାରୀମାନେ ଯୌତୁକ ନିର୍ଯ୍ୟାତନାକୁ ସହ୍ୟ ନ କରି ପାରି ଆତ୍ମ-ହତ୍ୟା କରୁଛନ୍ତି। ତେବେ ସମାଜରେ ରହୁଥିବା ଲୋକମାନେ ଯେତେ ଶିକ୍ଷିତ ହେଉଛନ୍ତି ଲୋକ ମାନଙ୍କ ବ୍ୟବହାର ଅତ୍ୟନ୍ତ ଲଜ୍ୟାଜନକ ହେବାରେ ଲାଗିଛି। ବର୍ତ୍ତମାନ ସମାଜରେ ଶିକ୍ଷିତ ଗୋଷ୍ଠୀଙ୍କ ସହ ବସ୍ଥାନ ହୋଇଥିଲେ ମଧ୍ୟ ପ୍ରାଚୀନ କାଳରୁ ଚାଲି ଆସୁଥିବା ନାରୀ ମାନଙ୍କ ପ୍ରତି ନିର୍ଯ୍ୟାତନା ଏବଂ ଅତ୍ୟାଚାର ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି।

ଶଶୁର ଓ ବୋହୂ ମଧ୍ୟରେ ଥିବା ସମ୍ପର୍କକୁ ବାପ ଓ ଝିଅର ସମ୍ପର୍କ ବୋଲି ବିବେଚନା କରାଯାଏ। ଯେତେବେଳେ ପର ଘରୁ ଝିଅକୁ ଶଶୁର ନିଜ ବୋହୂ କରି ଆଣେ ସେତେବେଳେ ସେ ନିଜର ଝିଅ ଭଳି ଦେଖିବା ଉଚିତ ଏବଂ ତା’ର ସମସ୍ତ ଛୋଟ ବଡ଼ ଇଚ୍ଛାକୁ କରିବା ଉଚିତ। କିନ୍ତୁ ବର୍ତ୍ତମାନର କିଛି କଳିଯୁଗ ଶଶୁରଙ୍କ ନଜର ସର୍ବଦା ବୋହୂ ଉପରେ ରହିଥାଏ। ତେବେ ଏହା ସେତେବେଳେ ସମସ୍ତ ସୀମା ପାର କରିଥାଏ ଯେତେବେଳେ ବୋହୂ ସହ ଅ-ଶ୍ଳୀ-ଳ ବ୍ୟବହାର କରିବାକୁ ଲାଗେ। ତେବେ ଏହା ସହ ଜଡିତ ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ବୋହୂ ସହ ଶାରୀ-ରିକ ସ-ମ୍ପର୍କ ରଖିବା ପାଇଁ ବାଧ୍ୟ କଲା ଶଶୁର।

ତେବେ ଏଭଳି ନିନ୍ଦନୀୟ ଘଟଣା ପାଟକୁରା ଅଞ୍ଚଳରେ ଘଟିଥିବା ଜଣା ପଡିଛି। ମିଳିଥିବା ସୂଚନା ଅନୁସାରେ ମହିଳାଙ୍କ ସ୍ୱାମୀ ରାଜ୍ୟସ୍ଥାନରେ ରୁହନ୍ତି ଏବଂ ସେଠାରେ କାମ କରନ୍ତି। ତେବେ ଏହାର ଫାଇଦା ଶଶୁର ଉଠେଇବା ପାଇଁ ଚେଷ୍ଟା କରେ। ଶଶୁର ସର୍ବଦା ବୋହୂ କୁ ନିର୍ଯ୍ୟାତନା ଦିଅନ୍ତି। ସେ ବୋହୂ କୁ ଏକୁଟିଆ ପାଇଲେ ଅ-ଶ୍ଳୀ-ଳ ବ୍ୟବହାର କରନ୍ତି। ଅନ୍ୟପଟେ ଶାଶୁ ସବୁ ଦେଖୁଥିଲେ ଏବଂ ଜାଣୁଥିଲେ ମଧ୍ୟ ଚୁପ ରୁହନ୍ତି। କେବଳ ନିର୍ଯ୍ୟାତନା ଶାଶୁ ଘର ଲୋକଙ୍କ ଠାରୁ ମିଳେ ତାହା ନୁହେଁ ନିଜ ଧରମ ବାପା ମଧ୍ୟ ଏହାକୁ ନେଇ କୌଣସି ପ୍ରତିବାଦ କରନ୍ତି ନାହିଁ।

ମହିଳା ଜଣକ ଯେତେବେଳେ ତାଙ୍କ ସହ ହେଉଥିବା ନିର୍ଯ୍ୟାତନା ବିଷୟରେ ନିଜ ଧରମ ବାପାଙ୍କୁ କହିଥିଲେ ସେତେବେଳେ ସେ ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ମହିଳାଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ମହିଳାଙ୍କ ଧରମ ବାପା କହିଥିଲେ ଯେ ଶଶୁର ଯେଉଁ କଥା କହୁଛନ୍ତି ସେଥିରେ ତୁ ରାଜି ହୋଇଯାଆ। ତୁ ବି ଖୁସି ହେବୁ ସେ ବି ଖୁସି ହେବେ। ତେବେ ଏହା ମହିଳାଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ଏବଂ ସେ ହତାଶ ହୋଇ ପଡ଼ିଥିଲେ। ତଥାପି ମହିଳାଙ୍କ ଉପରେ ଅତ୍ୟା-ଚାର ନିର୍ଯ୍ୟାତନା ଶେଷ ହୋଇ ନଥିଲା।

ଅର୍ଥାତ ସେ ନିର୍ଯ୍ୟାତନା ସହି ନ ପାରି ନିଜ ସ୍ୱାମୀଙ୍କ ପାଖକୁ ରାଜ୍ୟସ୍ଥାନକୁ ଚାଲି ଯାଇଥିଲେ। ତେବେ ସେଠାରେ ସେ ଜାଣିବାକୁ ପାଇଲେ ଯେ ସ୍ୱାମୀ ଅନ୍ୟ ମହିଳାଙ୍କ ସହ ଶାରୀ-ରିକ ସମ୍ପର୍କ ରଖୁଛନ୍ତି। ତେବେ ମହିଳା ଜଣକ ଯେତେବେଳେ ପ୍ରତିବାଦ କଲେ ସେତେବେଳେ ମହିଳାଙ୍କ ସ୍ୱାମୀ ମହିଳା ଙ୍କୁ ତାଙ୍କ ସାଙ୍ଗ ଙ୍କ ସହ ଶାରୀ-ରିକ ସ-ମ୍ପ-ର୍କ ରଖିବା ପାଇଁ ବାଧ୍ୟ କରିଥିଲେ। ଏହାପରେ ମହିଳା ସେଠାରୁ ଚାଲି ଆସି ନ୍ୟାୟ ପାଇବା ଆଶାରେ ପାଟକୁରା ଥାନାରେ ସ୍ୱାମୀ, ଶାଶୁ, ଶଶୁର ଏବଂ ଧରମ ବାପାଙ୍କ ବିରୁ-ଦ୍ଧରେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *