ସାପ କାମୁଡିବାରୁ ସାପକୁ କାମୁଡି ମାରିଦେଲେ ଏହି ବ୍ୟକ୍ତି…

ଏ ଦୁନିଆରେ ସମସ୍ତେ ନିଜ ଜୀବନ ବଞ୍ଚାଇବା ପାଇଁ କିଛି ବି କରିପାରନ୍ତି । ନିଜ ଜୀବନ ପାଇଁ ମଣିଷ , ମଣିଷ କଣ ଜୀବଜନ୍ତୁ ସହିତ ବି ଲଢି ଯାଇପାରନ୍ତି । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି , ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ । ଜଣେ ବ୍ୟକ୍ତି ଏପରି କିଛି କାଣ୍ଡ କରିଛନ୍ତି , ଯାହାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ତେବେ ସୂଚନା ଅନୁଯାୟୀ , ଜଣେ ବ୍ୟକ୍ତି ବିଲକୁ ଯାଇଥିଲେ ଆଉ ସେଠାରେ ତାଙ୍କ ସହିତ ଏପରି କିଛି ଘଟଣା ଘଟିଥିଲା । ଯାହାପରେ ବ୍ୟକ୍ତି ଜଣକ ରାଗି ଯାଇ ଏପରି କାମ କରିଥିଲେ । ଯାହା ପରେ ସାରା ଅଞ୍ଚଳରେ ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚା ଚାଲିଛି । ତେବେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦରଡ଼ା ଅଞ୍ଚଳରେ ।

ଜଣେ ବ୍ୟକ୍ତି ନିଜ ଜୀବନ ଜୀବନ ବଞ୍ଚାଇବା ପାଇଁ ସାପକୁ କାମୁଡି ଦେଇଛନ୍ତି । ଆଉ ସାପକୁ ମାରି ଦେଇଛନ୍ତି । ତେବେ ସଲିମ ତାନ୍ତ୍ରି ନାମକ ଜଣେ ବ୍ୟକ୍ତି ଗତ କାଲି ବିଲକୁ କାମରେ ଯାଇଥିଲେ । ଆଉ ସେଠାରେ ଯାଇ ସେ ଘାସ କାଟୁଥିଲେ । ତେବେ ଏହି ସମୟ ମଧ୍ୟରେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା । ଆଉ ଦୁଇ ଚୋଟ ତାଙ୍କ ଗୋଡ଼ରେ ମାରିଥିଲା ।

ତେବେ ଏହାପରେ ବ୍ୟକ୍ତି ଜଣକ ଅତ୍ୟନ୍ତ ରାଗି ଯାଇଥିଲେ । ଆଉ ହାତରେ ସାପଟିକୁ ଧରି ପକାଇଥିଲେ । ଆଉ ସାପକୁ ଧରି ସେ ନିଜ ଦାନ୍ତରେ ସାପକୁ କାଟି ଦେଇଥିଲେ । ଆଉ ଏତିକିରେ ସେ ଅଟକି ନଥିଲେ । ସେହି ସାପକୁ ଧରି ସେ ନିଜ ଘରକୁ ନେଇ ଆସିଥିଲେ । ଆଉ ଲୋକଙ୍କୁ ଦେଖାଉଥିଲେ ସେ ସାପକୁ କିପରି କାମୁଡ଼ିଲେ । ଏହାପରେ ସେ ଲୋକଙ୍କୁ କହୁଥିଲେ କି , ସେ ବର୍ତ୍ତମାନ ବିଷ ନିଜ ଦେହରୁ ଓହ୍ଲାଇବେ ।

Leave a Reply

Your email address will not be published. Required fields are marked *