ଶାଳୀକୁ ଏକତରଫା ପ୍ରେମ କରୁଥିଲେ ଭିଣେଇ , ସୁଯୋଗ ଦେଖି ଅପହରଣ କଲାବେଳେ, ଦେଖିଦେଲେ ଗାଁ ଲୋକ….

ରାକ୍ଷସ ଭିଣେଇ ର ଏପରି କାଣ୍ଡ , ଯାହା ବିଷୟରେ ଜାଣିବା ପରେ ଆପଣ ବି ଛି ଛି କହିବାକୁ ଲାଗିବେ । ଭିଣେଇ ଯାହାଙ୍କୁ ଭାଇ ସହିତ କରା ଯାଇଥାଏ ତୁଳନା । ଯାହାର ଭାଇ ନଥାନ୍ତି , ତାର ଭିଣେଇ ଥାଆନ୍ତି ବୋଲି କୁହା ଯାଇଥାଏ । କିନ୍ତୁ ନର ରାକ୍ଷସ ଭିଣେଇ କରୁଥିଲା ଏପରି କାଣ୍ଡ । ଆଉ ଗାଆଁ ଲୋକଙ୍କ ହାତରେ ଧରା ପଡ଼ିବା ପରେ ପୁରାପୁରି ଚାଲିଗଲା ଜେଲ ଭିତରକୁ । ତେବେ ଏପରି ଘଟଣା ଘଟିବା କିଛି ନୂଆ କଥା ନୁହେଁ , କିନ୍ତୁ ନିଜ ଶାଳୀ ସହିତ ଏପରି କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସୂଚନା ଅନୁଯାୟୀ , ନୂଆପଡ଼ା ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରେ ଏପରି ଘଟଣା ଘଟିଯାଇଛି । ଖବର ମୁତାବକ , ଖଡ଼ିଆଳ ଥାନା ମାଣ୍ଡୁସିଲ ଗାଁର ଶିଶୁପାଲ ଜୁଏଡ଼ ତାଙ୍କ ସମ୍ପର୍କୀୟ ଶାଳୀ ପଦ୍ମାଙ୍କୁ ଏକତରଫା ପ୍ରେମ କରୁଥିଲେ । ଆଉ ଏହି କଥା ଶାଳୀ ଜାଣିବା ପରେ ତାଙ୍କୁ ବିରୋଧ କରି ଆସୁଥିଲେ । ଶାଳୀ ପଦ୍ମାଙ୍କୁ ଭିଣେଇଙ୍କ ଏପରି କାରନାମା ଆଦୌ ଭଲ ଲାଗୁ ନଥିଲା । ତେଣୁ ସେ ସବୁବେଳେ ଭିଣେଇ ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରୁଥିଲେ । ଶିଶୁପାଲ ଜଣେ ବିବାହିତ ହୋଇ ମଧ୍ୟ ଶାଳୀ ପ୍ରେମରେ ପୁରାପୁରି ପାଗଳ ହୋଇ ଯାଇଥିଲେ । କିନ୍ତୁ ତାଙ୍କ ପ୍ରେମକୁ ତାଙ୍କ ଶାଳୀ ଗ୍ରହଣ କରିବା ପାଇଁ ପୁରା ନାରାଜ ଥିଲେ ।

ତେବେ ଏହାରି ମଧ୍ୟରେ ନିଜ ଶାଳୀକୁ ଉଠାଇ ନେବା ପାଇଁ ଚେଷ୍ଟା କରିଥିଲେ ଶିଶୁପାଲ । ଆଉ ସବୁଦିନ ସୁଯୋଗକୁ ଅପେକ୍ଷା କରି ବସିଥିଲେ । କେବେ ସେହି ସୁଯୋଗ ଆସିବ , ସେ ତାଙ୍କ ଶାଳୀ ପଦ୍ମାକୁ ଉଠାଇ ନେବେ। ଆଉ ଶେଷରେ ସେହି ଦିନ ମଧ୍ୟ ଆସି ଯାଇଥିଲା , ଯେଉଁ ଦିନ ସେ ତାଙ୍କ କାମରେ ସଫଳ ହୋଇ ପାରିଥିଲେ । ସେ ସୁଯୋଗ ଦେଖିଥିଲେ କି , ପଦ୍ମା ଅପରାହ୍ନ ପ୍ରାୟ ୧ଟା ବେଳେ ସାଇକେଲରେ ଘରକୁ ଫେରୁଥିଲେ । ଆଉ ଏହି ସମୟ ମଧ୍ୟରେ ଶିଶୁପାଲ ନିଜ ଶାଳୀ ପଦ୍ମାକୁ ଅପହରଣ କରି ନେଇ କାର ମଧ୍ୟରେ ବସାଇ ନେଇ ଯାଇଥିଲେ ।

ଅନ୍ୟ ପକ୍ଷରେ ଶାଳୀକୁ ଅପ-ହରଣ କରିବା ପରେ କାରଟି ଦୃତ ବେଗରେ ଚାଲି ଯାଇଥିଲା । ଆଉ ଗାଆଁ ଲୋକ ମାନେ ସନ୍ଦେହ କରି କାରଟି ର ପିଛା କରିଥିଲେ । ଆଉ ଶେଷରେ କିଛି ବାଟ ଆଗକୁ ଯାଇ କାରକୁ ଅଟକାଇ ଦେଇଥିଲେ । ଏହାପରେ ଗାଆଁ ଲୋକ ମାନେ ଘଟଣା ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥିଲେ ।

ଶିଶୁପାଲ ମଧ୍ୟ ସବୁ ସତ କଥା ବଖାଣି ଦେଇଥିଲେ । ତେବେ ସେହି ବାଟ ଦେଇ ଯାଉଥିବା ତହସିଲଦାର ଓ ଚାନ୍ଦୋଦରା ପଞ୍ଚାୟତର ସରପଞ୍ଚ ରାସ୍ତାରେ ଗହଳି ଦେଖି ସବୁକଥା ପଚାରି ଥିଲେ । ଆଉ ଶିଶୁପାଲକୁ ନେଇ ପୋଲିସ ହେପାଜତରେ ଦେଇ ଦେଇଥିଲେ ।

Leave a Reply

Your email address will not be published. Required fields are marked *