ମିଡିଆରେ ମୁହଁ ଖୋଲିଲେ ଶ୍ରଦ୍ଧାଞ୍ଜଳି ଓଗାଳିଲେ ସବୁ ସତ।

ଅର୍ଚ୍ଚନା ନାଗ ମାମଲାରେ ଯାହାଙ୍କୁ ନେଇ ଅନେକ ଦିନରୁ ଚର୍ଚ୍ଚା ହେଉଥିଲା । ଯିଏ ଏହି ଘଟଣାର ମୁଖ୍ୟ ଭୂମିକାରେ ଅଛନ୍ତି। ଯାହାଙ୍କ ପାଖରେ ରହିଛି ଢ଼େର ସାରା ତଥ୍ୟ। ଯାହାଙ୍କ ଉପରେ ରହିଛି ସାରା ଓଡିଶାବାସୀଙ୍କ ନଜର ସେ ଗଣମାଧ୍ୟମରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ହଁ ଆଜ୍ଞା ଆପଣ ମାନେ ଠିକ ଅନୁମାନ କରୁଛନ୍ତି, ଆମେ କହୁଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ କୁହାଯାଉଥିବା ଶ୍ରଦ୍ଧାଞ୍ଜଳିଙ୍କ କଥା । ଶ୍ରଦ୍ଧାଞ୍ଜଳି ଏହି ଘଟଣାର ମୁଖ୍ୟ ଭୂମିକାରେ ଅଛନ୍ତି । ଯେଉଁ ସତ ମାନେ ଯେଉଁ ସତ ସିନ୍ଦୁକ ଭିତରେ ବା ସାତ ତାଳ ପଙ୍କ ଭିତରେ ଲୁଚି ରହିଛି ତାହା କୁଆଡେ ଶ୍ରଦ୍ଧାଞ୍ଜଳି ଜାଣିଛନ୍ତି ବୋଲି ଗଲା ଅନେକ ଦିନ ହେଲାଣି ଚର୍ଚ୍ଚା ଲାଗି ରହିଛି।

ସେପଟେ ଅର୍ଚ୍ଚନା ମଧ୍ୟ ଚିଲାଇ ଚିଲାଇ କହୁଥିଲେ କି ମୁଁ ତୋର କି ଦୋଷ କରିଥିଲି ଶ୍ରଦ୍ଧାଞ୍ଜଳି ତୁ କାହିଁକି ମୋ ବିରୋଧରେ ଗଲୁ । ପର ବୁଦ୍ଧିରେ ଯାଇ ତୁ ମୋ ସହ ଲାଗିଲୁ। ହେଲେ ମୁଁ ତତେ କେବେ ବି ମଧ୍ୟ ବି ଛାଡ଼ିବି ନାହିଁ । ଏହି ଘଟଣାରେ ଅନେକ ଚରିତ୍ର ଧୀରେ ଧୀରେ ସାମ୍ନାକୁ ଆସୁଛନ୍ତି । ତେଣୁ ଏହିଥିରୁ ଅନୁମାନ କରାଯାଇ ପାରେ ଘଟଣା କେତେ ସମ୍ବେଦନଶୀଳ ।

ସେପଟେ ଅନେକ ଦିନ ପରେ ଆଜି ଶ୍ରଦ୍ଧାଞ୍ଜଳି ଅର୍ଚ୍ଚନା ଓ ଜଗବନ୍ଧୁ ସାମ୍ନା ସାମ୍ନୀ ହୋଇଥିଲେ। ସୂଚନା ଅନୁଯାୟୀ ପ୍ରଥମେ ଇଡି ଜଗବନ୍ଧୁ ଓ ଅର୍ଚ୍ଚନା ଏବଂ ଶ୍ରଦ୍ଧାଞ୍ଜଳିଙ୍କୁ ଭିନ୍ନ ଭିନ୍ନ ଜେରା କରିଥିଲା। ଏବଂ ପରେ ତିନି ଜଣଙ୍କୁ ଏକାଠି ଜେରା କରିଥିଲା । ଆଉ ସେହି ସମୟରେ ଶ୍ରଦ୍ଧାଞ୍ଜଳି ଅର୍ଚ୍ଚନା ମୁହାଁ ମୁହିଁ ହୋଇଥିଲେ ।

ଅର୍ଚ୍ଚନା ଶ୍ରଦ୍ଧାଞ୍ଜଳିଙ୍କୁ ଦେଖି ଚିଇଇଁକି ଉଠିଥିଲା । ଆଉ ବାରମ୍ବାର ପଚାରୁଥିଲା ଶ୍ରଦ୍ଧାଞ୍ଜଳି ମୁଁ ତୋର କେଉଁ ଦୋଷ କରିଥିଲି ମତେ ଫସେଇ ଏମିତି ଦଣ୍ଡ ଦେଲୁ । ଆଉ ତା ପରେ ଶ୍ରଦ୍ଧାଞ୍ଜଳି ଇଡି ସାମ୍ନାରେ କହିଥିଲା ଗୋଟଏ ପରେ ଗୋଟଏ ସତ । ତେବେ ଇଡି କାର୍ଯ୍ୟାଳୟ ରେ ଅନେକ ସମୟ ଜେରା ପରେ । ଯେତେବେଳେ ଶ୍ରଦ୍ଧାଞ୍ଜଳି ବାହାରକୁ ଆସିଥିଲେ ଗଣମାଧ୍ୟମ ତାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ଆଉ ଶ୍ରଦ୍ଧାଞ୍ଜଳି ପ୍ରଥମ ଥର ନିଜ ରିରବତା ଭଙ୍ଗ କରି ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇଥିଲେ ।

ତେବେ ଗୋଟିଏ ଜାଲରେ ଅନେକ ଗଣ୍ଠି ପଡିଲା ପରି । ଘଟଣା ଦିନକୁ ଦିନ ନୂଆ ନୂଆ ମୋଡ଼ ନେଉଛି । ନିକଟରେ ଗଣମାଧ୍ୟମ ସାମ୍ନାରେ କିଛି ଦିନ ପୂର୍ବରୁ ଅର୍ଚ୍ଚନା ନାଗ ନିଜ ପ୍ରକ୍ରିୟାରେ ପ୍ରକାଶ କରିଥିଲେ କି ଅଜା ନାତୁଣୀ ତାଙ୍କୁ ଫସାଇ ଦେଇଛନ୍ତି ।

ବରିଷ୍ଠ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳିଙ୍କୁ ଅର୍ଚ୍ଚନା ଟାର୍ଗେଟ କରି କହିଥିବା ବେଳେ। ଅର୍ଚ୍ଚନା କହିଥିଲେ ମୋ ବିରୋଧରେ ଯେତେ ଯାହା କୁହ ମୁଁ ଯେତେବେଳେ ମୁହଁ ଖୋଲିବି ସାରା ଓଡିଶା ପୁଣି ବଦଳି ଯିବ । ମୁଁ ମାତ୍ର 30 ମିନିଟ ମୋ କଥା କହିବି ଆଉ ସାରା ଓଡିଶା ବଦଳି ଯିବ। ଅଜା ନାତୁଣୀ ପଣସ ଖାଇ ମୋ ମୁଣ୍ଡରେ ଅଠା ବୋଲିଛନ୍ତି । ମୋର ଗୋଟେ ପାଞ୍ଚ ବର୍ଷର ପୁଅ ଅଛି ତାହା ଆଖି ଲୁହରେ ସମସ୍ତେ ଭାସିଯିବେ ।

ଏମିତି କିଛି ଅର୍ଚ୍ଚନା କହିଥିବା ବେଳେ । କାଲି ଯେତେବେଳେ ଶ୍ରଦ୍ଧାଞ୍ଜଳି ଇଡି କାର୍ଯ୍ୟାଳୟ ରୁ ବାହାରିଥିଲେ ସେତେବେଳେ ସେ କହିଥିଲେ କି ମୁଁ ସବୁକଥା ଇଡ଼ିଂକୁ ଜଣାଇ ଦେଇଛି। ତେବେ ଦେଖିବାକୁ ବାକି ରହିଲା ଘଟଣା ପୁଣି କେଉଁ ମୋଡ଼ ନେଉଛି । କାରଣ ଶ୍ରଦ୍ଧାଞ୍ଜଳି ଯେତେବେଳେ କହିଲେଣି ସେ କୁଆଡେ ଇଡ଼ିଂକୁ ସବୁ ସତ କହିଦେଇଛନ୍ତି ଏବେ ପୁଣି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି କି ଘଟଣା କେଉଁ ମୋଡ଼ ନେବ।

Leave a Reply

Your email address will not be published. Required fields are marked *