ଦୀପିକାଙ୍କ ଚାପୁଡ଼ାରେ ମହିଳାଙ୍କ ଗାଲ ନାଲି, କିଏ ସେହି ମହିଳା ? ଯାହାକୁ ଦୀପିକା ଦେଲେ ଶକ୍ତ ଚଟକଣି !

ଦୀପିକାଙ୍କ ଚାପୁଡ଼ାରେ ଜଣେ ମହିଳାଙ୍କୁ ଚାରି ଦିଗ ଅନ୍ଧାର ଦିଶିଲା। ଏମିତି ଚାପୁଡ଼ା ଦେଲେ ଦୀପିକା ମହିଳାଙ୍କ କାନ ମୁଣ୍ଡ ଝାଇଁ ଝାଇଁ ହୋଇଗଲା। ହେଲେ କାହିଁକି ଦୀପିକା ମହିଳାଙ୍କୁ ଏମିତି ରାଗିକି ଢାଏ କିନା ବସାଇ ଦେଲେ ଏହି ମହିଳା ଜଣଙ୍କ ଦୀପିକାଙ୍କର କଣ ଏମିତି କଲେ ଯେ ଦୀପିକାଙ୍କ ରାଗ ପଞ୍ଚମରେ ପହଞ୍ଚି ଯାଇଥିବା ବେଳେ ଦୀପିକା ଗୋଡ଼ାଇ ଗୋଡ଼ାଇ ମହିଳାଙ୍କ ପଛେ ପଛେ ଯାଉଛନ୍ତି। ବନ୍ଧୁଗଣ ଏହି ଘଟଣାକୁ ନେଇ ଦୀପିକାଙ୍କ ଘଟଣାରେ ନୂଆ ମୋଡ଼ ଆସିଛି।

ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କି ଦୀପିକା ଦୀର୍ଘ ଦୁଇ ମାସ ଧରି ଶାନ୍ତି ଶୃଙ୍ଖଳାର ସହ ଧାରଣାରେ ବସିଥିବା ବେଳେ କାହିଁକି ହଟାତ ଦୀପିକା ଏପରି ରାଗିଗଲେ ଓ ମହିଳାଙ୍କୁ ଜାବଡା ଦେଲେ। ବନ୍ଧୁଗଣ ଯାହା ଦେଖିବାକୁ ମିଳୁଛି କି ଦୀପିକା ଦିନେଶଙ୍କ ଘର ଆଗରେ ବସିଥିବା ସମୟରେ ଜଣେ ମହିଳା ଦୀପିକାଙ୍କ ନିକଟକୁ ଯାଉଛନ୍ତି ଆଉ ଦୀପିକା ରାଗିକି ଏକ ଶକ୍ତ ଚାପୁଡ଼ା ମହିଳାଙ୍କ ଗାଲରେ ଢାଏ କିନା କସିଦେଉଛନ୍ତି। ଯେତେବେଳେ ମହିଳା ଦୀପିକାଙ୍କ ଗାଲରେ ଚାପୁଡ଼ା ଦେଉଛନ୍ତି ସେତେବେଳେ ମହିଳା ଜଣଙ୍କ କୁଆଡେ ଯିବେ ବାଟ ନପାଇ ଧାଇଁ ଯାଉଛନ୍ତି। ସେତେବେଳେ ଦୀପିକା ମଧ୍ୟ ତାଙ୍କ ପଛେ ପଛେ ଯାଇ କିଛି କହୁଥିବା ଦେଖିବାକୁ ମିଳିଛି।

ସମସ୍ତେ ଜାଣିଛନ୍ତି କି ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ ସମୟ ହେଲା ବ୍ରହ୍ମପୁର ବଡ଼ ବଜାର ସାହିର କେ ଦୀପିକା ଦିନେଶଙ୍କ ଘର ସାମନାରେ ସ୍ତ୍ରୀର ଅଧିକାର ପାଇଁ ଧାରଣାରେ ବସିଥିବା ବେଳେ ଦିନେଶ ଓ ତାଙ୍କ ପରିବାର ଲୋକେ ଦୀପିକାଙ୍କୁ ବୋହୁ ରୂପେ ଗ୍ରହଣ କରୁ ନାହାଁନ୍ତି। ହେଲେ ଏତେ ସବୁ ଭିତରେ କେଶ କୋର୍ଟରେ ଥିବା ବେଳେ ଦିନେଶଙ୍କ ଘର ସାମନାରେ ଦୁଇ ମାସରୁ ଅଧିକ ସମୟ ଧରି ଖରା ବର୍ଷା ସିତ କାକରରେ ଧାରଣାରେ ବସିଛନ୍ତି।

ଦୀପିକାଙ୍କ କହିବା କଥା କି ତାଙ୍କର ପୋଲିସ ପ୍ରଶାସନ ଉପରେ ଭରସା ଥିଲେ ମଧ୍ୟ ସେ ଯେତେବେଳେ ଶୁଣିବାକୁ ପାଇଥିଲେ କି ଦିନେଶଙ୍କର ଅନ୍ୟ ଝିଅ ସହ ବିବାହ କରିବାକୁ ଦିନେଶଙ୍କ ପରିବାର ଲୋକେ ଯୋଜନା କରୁଛନ୍ତି ସେତେବେଳେ ଦୀପିକା ଉପାୟ ନପାଇ ଧାଇଁ ଆସିଥିଲେ ଦିନେଶଙ୍କ ଘର ସାମ୍ନାକୁ। ହେଲେ ଦିନେଶଙ୍କ ଘର ସାମନାରେ ଦୀପିକା ଧାରଣାରେ ବସିଥିବା ବେଳେ ଦିନେଶଙ୍କ ପରିବାର ଲୋକେ କିଛି ଦିନ ପାଇଁ ଘରେ ତାଲା ପକାଇ କେଉଁ ଆଡେ ଚାଲିଯାଇଥିଲେ। ପୁଣି ଥରେ ଦିନେଶଙ୍କ ବାପା ମା ଗତକାଲି ଘରକୁ ଫେରିଥିବା ବେଳେ ଦିନେଶଙ୍କ ଘର ଆଗରେ ଦେଖିବାକୁ ମିଳିଥିଲା ହାଇ ଭୋଲ୍ଟେଜ ଡ୍ରାମା।

ଦୀପିକାଙ୍କ ପାଲ ଚିରି ଦିନେଶଙ୍କ ବାପା ମା ଘରକୁ ଯାଇଥିବା ବେଳେ କହିଥିଲେ କି ଦିନେଶ ଏହି ସାହିରେ ଅଛି ଯଦି କାହା ପାଖରେ ଦମ ଅଛି ଦିନେଶଙ୍କୁ ବାହାର କରି ଦେଖାଅ। ତେବେ ଦିନେଶଙ୍କ ଘର ସାମ୍ନାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଜି ଦେଖିବାକୁ ମିଳିଥିଲା କି ଦୀପିକା ଜଣେ ମହିଳାଙ୍କୁ ଶକ୍ତ ଚାପୁଡ଼ା ଦେଇଥିଲେ। ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କିଏ ସେହି ମହିଳା ଯିଏ ଦୀପିକା ତାଙ୍କୁ କାହିଁକି ଜାବଡା ଦେଉଛନ୍ତି।

ତେବେ ସୂଚନା ଅନୁଯାୟୀ ଉକ୍ତ ମହିଳା ଜଣଙ୍କ ଆଜି ସକାଳୁ ଆସି ଦୀପିକାଙ୍କୁ ସମାଜ ସେବୀ ପ୍ରମିଳା ତ୍ରିପାଠୀଙ୍କ ନମ୍ବର ମାଗିଥିଲେ ତେବେ ଏହି ସମୟରେ ଦୀପିକା ତାଙ୍କୁ ପାଖକୁ ଡାକିଥିଲେ ଆଉ ପୂର୍ବରୁ ସେହି ମହିଳାଙ୍କ ଉପରେ ଥିବା ଦୀପିକାଙ୍କର ସବୁ ରାଗ ଦୀପିକା ସୁଝାଇବାକୁ ଯାଇ ମହିଳାଙ୍କ ଗାଲରେ ଦେଇଥିଲେ ଶକ୍ତ ଚାପୁଡ଼ା।

ପୂର୍ବରୁ ଏହି ମହିଳା ଜଣଙ୍କ ଦିନେଶଙ୍କ ଘର ସାମନାରେ ଦୀପିକା ବସିଥିବା ବେଳେ ଭାଷା ଅଭାଷା କହି ଦୀପିକାଙ୍କୁ ଗାଳି କରିଥିଲେ ଆଉ ଦୀପିକା ସୁଯୋଗ ଖୋଜି ବୁଲୁଥିଲେ କେବେ ମହିଳା ଜଣଙ୍କ ତାଙ୍କ ସାମ୍ନାକୁ ଆସିବ ଆଉ ସେ ପ୍ରତିଶୋଧ ନେବେ। ଆଜି ଯେତେବେଳେ ମହିଳା ଜଣଙ୍କ ଦୀପିକାଙ୍କ ପାଖକୁ ଆସିଥିଲେ ସେତେବେଳେ ଦୀପିକା ସବୁ ରାଗ ଗୋଟେ ଚାପୁଡ଼ାରେ ସାରି ଦେଇଥିଲେ। ମହିଳା ଜଣଙ୍କ ଦୀପିକାଙ୍କ ହାତରୁ ଚାପୁଡ଼ା ଖାଇ ସାରିବା ପରେ ଗଁ ଗଁ ଡାକିଥିଲେ।

ଆଉ ତା ପରେ ମହିଳା ଜଣଙ୍କ କିପରି ଜାଗା ଛାଡି ଯିବେ ମହିଳାଙ୍କୁ ବୁଦ୍ଧି ବାଟ ଦେଖିବାକୁ ମିଳିନଥିଲା। ଦୀପିକା ଅନେକ କଷ୍ଟ ଯନ୍ତ୍ରଣା ସହି ଯେତେବେଳେ ଦିନେଶଙ୍କ ଘର ସାମ୍ନାରେ ବସିଛନ୍ତି ସେତେବେଳେ ଦୀପିକାଙ୍କୁ ଯିଏ ଯାହା ପାରୁଛି କହି ଚାଲୁଛନ୍ତି ତେଣୁ ଦୀପିକା ସହିବାର ସୀମା ପାର କଲା ପରେ ଏବେ ରାଗିକି ମହିଳାଙ୍କ ଗାଲରେ ଚାପୁଡ଼ା ଦେଇଛନ୍ତି ବୋଲି ଲୋକେ କହୁଛନ୍ତି

Leave a Reply

Your email address will not be published. Required fields are marked *