ଘଟିଲା ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା , ବିଦ୍ୟାଳୟ ମଧ୍ୟରେ ହେଉଛି ଝାଡା ବର୍ଷା

ଏପରି କଥା ଆପଣ କେବେ ଆଗରୁ ଶୁଣି ନଥିବେ । ଆଉ ଏହି କଥା ଶୁଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ବିଶ୍ୱାସ କରିପାରିବେ ନାହିଁ । କାହିଁକି ନା ଏପରି ଘଟଣା ଘଟିବା ଅସମ୍ଭବ । କେହି ସ୍ୱପ୍ନରେ ମଧ୍ୟ ଏହା ଚିନ୍ତା କରି ନଥିବେ । ଆପଣ ପୂର୍ବରୁ ମଧ୍ୟ ଏହା ଶୁଣି ନଥିବେ କି ଦେଖି ନଥିବେ । ତେବେ ଏପରି କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟିଛି ବର୍ତ୍ତମାନ ସମୟରେ , ଯାହାକୁ ଦେଖି ସମସ୍ତେ ଅବାକ୍ ହୋଇ ଯାଇଛନ୍ତି । ଆଉ ସେ ବିଷୟରେ ଚର୍ଚା କରିବାରେ ଲାଗିଛନ୍ତି ।

ତେବେ ପ୍ରକୃତରେ ଘଟଣାଟି ହେଉଛି ବିଦ୍ୟାଳୟରେ ହେଉଛି ମଳ ବର୍ଷା । ଏହା ଆଉ କେଉଁଠି ନୁହେଁ ବରଂ ଆମ ଓଡ଼ିଶାରେ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ଏହା ଘଟିଛି । ତେବେ ସୂଚନା ଅନୁଯାୟୀ , ଛତ୍ରପୁର ବ୍ଲକ ତୁଡୁକପଲ୍ଲି ପ୍ରାଥମିକ ବିଦ୍ୟାଳୟରେ ଗତକାଲି ମଳ ବର୍ଷା ହୋଇଥିଲା । ଆଉ ଏହାକୁ ସମସ୍ତେ ଦେଖି ଚକିତ ହୋଇ ଯାଇଥିଲେ । ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ପାଠ ପଢୁଥିବା ସମୟରେ ହଠାତ୍ ସେମାନଙ୍କ ଉପରେ ହଳଦିଆ ରଙ୍ଗର କିଛି ପଡ଼ି ଥିବାର ଦେଖିଥିଲେ । ପ୍ରଥମେ ସେଗୁଡିକୁ କେହି ଜାଣି ପାରି ନଥିଲେ ।

କିନ୍ତୁ ଏହାପରେ ଭଲ ଭାବରେ ଅନୁଧ୍ୟାନ କରିବା ପରେ ଜାଣିବାକୁ ପାଇଥିଲେ କି , ସେଗୁଡିକ ମଳ ଅଟେ । କେଉଁଠୁ କେଜାଣି ହଠାତ୍ ମଳ ଆସି ସମସ୍ତଙ୍କ ଉପରେ ପଡ଼ିବାକୁ ଲାଗିଥିଲା । କେହି ବୁଝି ପାରୁନଥିଲେ କଣ ହେଉଥିଲା । ତେବେ ଏହାପରେ ପ୍ରଧାନ ଶିକ୍ଷକ ଏହା ବିଷୟରେ ଜାଣିବା ପରେ ଚାରିଆଡ଼େ ଯାଇ ତଦନ୍ତ କରିଥିଲେ କିନ୍ତୁ କେଉଁ ଆଡେ ମଧ୍ୟ କିଛି ଲିକ୍ ହେଉଥିବାର ଦେଖିବାକୁ ପାଇ ନଥିଲେ । ତେଣୁ ସେ ଆଶ୍ଚର୍ଯ୍ୟ ହୋଇ ଗ୍ରାମବାସୀଙ୍କୁ ଜଣାଇ ଥିଲେ । ପିଲା ମାନଙ୍କ ପୋଷାକ , ମଧ୍ୟାହ୍ନ ଭୋଜନ ଚାରିଆଡ଼େ ମଳ ପଡିଥିବାର ଗ୍ରାମବାସୀ ମାନେ ଦେଖିଥିଲେ ।

ତେବେ ଏହାପରେ ପ୍ରଧାନ ଶିକ୍ଷକ ବିଡିଓଙ୍କୁ ଏ ବିଷୟରେ ଜଣାଇ ଥିଲେ । ଆଉ ସମସ୍ତେ ଏ ବିଷୟରେ ଜାଣିବା ପରେ ବର୍ତ୍ତମାନ ପ୍ରଶାସନ ଏହା ବିଷୟରେ ଅନୁଧ୍ୟାନ କରିବ ବୋଲି କୁହାଯାଉଛି । ଏଗୁଡ଼ିକ ମଳ ନା ଆଉ କଣ , ସେଗୁଡିକ ବିଷୟରେ ଅନୁସନ୍ଧାନ କରାଯିବ ବୋଲି ପ୍ରଶାସନ କହିଛନ୍ତି । ତେବେ ଗତକାଲି ସମସ୍ତେ ବିଦ୍ୟାଳୟରେ ଏକତ୍ରିତ ହୋଇଥିଲେ ଆଉ ପରେ ପାଠ ପଢା ବନ୍ଦ କରିବାକୁ ପଡ଼ିଥିଲା ଆଉ ସେଠାରୁ ସମସ୍ତେ ଚାଲି ଯାଇଥିଲେ । ତେବେ କ୍ରମେ କ୍ରମେ ଏହା ବିଷୟରେ ଅନୁସନ୍ଧାନ କରା ଯାଇ ଘଟଣାର ସତ୍ୟାସତ୍ୟ ବାହାର କରାଯିବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *